• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅକ୍ଟୋବର ୧୭ ରୁ ଟି -୨୦ ବିଶ୍ୱକପ ।

  • ସୁପର ୧୨ରେ ୨ଟି ଗ୍ରୁପ୍ ।

  • ଗ୍ରୁପ୍- ୧ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପଦରେ ।

ନୂଆଦିଲ୍ଲୀ: ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଆଇସିସି ଦୁଇଟି ଗ୍ରୁପ୍ ଘୋଷଣା କରିସାରିଛି । ସୁପର ୧୨ରେ ୨ଟି ଗ୍ରୁପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭାରତ-ପାକିସ୍ତାନ ଦ୍ୱିତୀୟ ଗ୍ରୁପରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଟିମ୍‌ ମଧ୍ୟ ଏହି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ଯଦି ସୁପର ୧୨ ରାଉଣ୍ଡର ଗ୍ରୁପ୍ ୧ କୁ ଗ୍ରୁପ୍ ଅଫ୍ ଡେଥ୍ କୁହାଯାଏ ତେବେ ଏହା ଭୁଲ୍ ହେବ ନାହିଁ । କାରଣ ଏହି ଗ୍ରୁପରେ ଏପରି ଚାରୋଟି ଦଳ ଅଛନ୍ତି ଯେଉଁମାନେ ଆଶ୍ଚର୍ଯ୍ୟଜନକ କ୍ରିକେଟ୍ ଖେଳନ୍ତି । ଗ୍ରୁପ୍- ୧ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ରହିଛି ।

ତେବେ ସୁପର ୧୨ ରାଉଣ୍ଡରେ ଆଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ରହିଥିବାରୁ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କାରଣ ସେହି ଗ୍ରୁପ୍‌ରେ ଦୁଇ ଥରର ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ରହିଛି ଏବଂ ଟି-ଟ୍ୱେଣ୍ଟିରେ ସବୁବେଳେ ଆକ୍ରାମକ ଖେଳ ପ୍ରଦର୍ଶନ କରୁଥିବା ଇଂଲଣ୍ଡ ଟିମ୍‌ ମଧ୍ୟ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ଟି-୨୦ ଦଳ ମଧ୍ୟ ଏବେ ବିଶେଷ ମଜଭୁତ ସ୍ଥିତିରେ ନଥିବା ଦେଖାଯାଉଛି । ନିକଟ ଅତୀତରେ ଅଷ୍ଟ୍ରେଲିଆ ଦଳ ୱେଷ୍ଟଇଣ୍ଡିଜ୍‌ରେ ଲଗାତର ୩ଟି ମ୍ୟାଚ୍‌ ହାରିବା ସହ ସିରିଜ୍ ମଧ୍ୟ ହାତ ଛଡ଼ା କରିଥିଲା ।

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଅଡ଼ୁଆରେ

ଅନ୍ୟପଟେ ଅଷ୍ଟ୍ରେଲିଆର ଅନେକ ବଡ଼ ବଡ଼ ଖେଳାଳି ବିଶ୍ରାମ ନେଉଛନ୍ତି । ସେମାନଙ୍କ ମଧ୍ୟରେ ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ୍ ଷ୍ଟୋନିସ୍ ଅନ୍ତର୍ଭୁକ୍ତ । ଅଷ୍ଟ୍ରେଲିଆର ବୋଲିଂ ମଧ୍ୟ ପୂର୍ବ ଭଳି ଶକ୍ତିଶାଳି ଦେଖାଯାଉ ନାହିଁ । ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଦଳ ଏହାର ଫାଇଦା ଉଠାଇବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ସମାନ ସ୍ଥିତିରେ ରହିଛି । ଅତ୍ୟଧିକ ଦୁର୍ବଳ ବ୍ୟାଟିଂ ଲାଇନ୍ଅପ୍ ହେତୁ ଏହି ଦଳ ପ୍ରଥମ ରାଉଣ୍ଡରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି ।

ଗତ ବର୍ଷକର ରେକର୍ଡ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ୧୫ଟି -୨୦ ମ୍ୟାଚ ଖେଳିଥିବା ବେଳେ ସେଥିରୁ ୧୦ଟି ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିବା ସହ ୫ଟି ରେ ବିଜୟୀ ହୋଇଛି ।