ପ୍ୟାରିସ୍ : ଜେରୋମ ହେମନ ନାମକ ଏହି ବ୍ୟକ୍ତି ଜଣକ ଏବେ ଖୁବ୍ ଚର୍ଚ୍ଚାରେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ପୁରା ଘଟଣାର ରହସ୍ୟ ଏବେ ଜାଣନ୍ତୁ। ଜେରୋମ୍ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା […]
ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍କୁ ଝଟ୍କା। ମୁମ୍ବାଇରେ ଥିବା ଦାଉଦ୍ର ସମ୍ପତ୍ତି ହେବ ଜବତ। ମୁମ୍ବାଇ ନାଗପଡ଼ାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଦାଉଦ୍ର ସମ୍ପତ୍ତିକୁ ଜବତ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦ୍ର ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ନାଗପଡ଼ାରେ ଦାଉଦ୍ର ମାଆ ଅମିନାଙ୍କ ନାଁରେ […]
ହାଇଦ୍ରାବାଦ: ଜନ୍ମଦିନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବିରେ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସିଧାସିଧା ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି। କେନ୍ଦ୍ରର ଏଭଳି ଟାଳଟୁଳ ନୀତି ପ୍ରତିବାଦରେ ଚନ୍ଦ୍ରବାବୁ ଆଜି ସକାଳୁ ଦିନିକିଆ ଅନଶନରେ ବସିଛନ୍ତି। ଆଜି ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ୬୮ତମ ଜନ୍ମଦିନ। ଜନ୍ମଦିନରେ ସେ ବିଜୟୱାଡାରେ ଅନଶନ କରୁଛନ୍ତି। ଏଥିପାଇଁ ଅନଶନ ସ୍ଥଳରେ ସ୍ୱତନ୍ତ୍ର ଭାବେ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ କରାଯାଇଛି। […]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ, କଞ୍ଚାତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ି ଓ ଦହିଗୋଳା ସହିତ ମିଶାନ୍ତୁ। ଏ ସବୁକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଜକଜକିଆ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ […]
ନୂଆଦିଲ୍ଲୀ: ଇଂରାଜୀ ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ଗ୍ରେସ୍ ମାର୍କ ଦେବ ସିବିଏସ୍ଇ। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ୨ ମାର୍କ ଲେଖାଏଁ ଗ୍ରେସ୍ ମାର୍କ ଦିଆଯିବ ବୋଲି ସିବିଏସ୍ଇ କାର୍ଯ୍ୟାୟଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ରରେ ଟାଇପିଂରେ ତ୍ରୁଟି ପାଇଁ ସାରା ଦେଶରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ସିବିଏସ୍ଇ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ଏହାର ବିଚାର କରାଯିବ ବୋଲି କହିଥିଲେ। ତେବେ ଆଜି […]
ନୂଆଦିଲ୍ଲୀ: ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳା ଆସାମ ଓ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ। ଆସାମର ଛାବୁଆ ଏୟାରବେସ୍ରେ ହୋଇଥିବା ଭାରତୀୟ ବାୟୁସେନାର ଏହି ସର୍ବବୃହତ ଅଭ୍ୟାସ ବେଳେ ତିନିଶହରୁ ଅଧିକ ଅଫିସରଙ୍କ ସହ ୧୫ହଜାରରୁ ଅଧିକ ବାୟୁସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ନୌସେନା ଓ ସ୍ଥଳସେନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମରାଭ୍ୟାସର ନାଁ ରଖାଯାଇଛି ଗଗନଶକ୍ତି। ଏଥିରେ […]
ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ହେଲଥ୍ କେୟାର ପ୍ରଦାନ କରୁଥିବା ଫୋର୍ଟିସ୍ ହେଲଥ୍ କେୟାରକୁ କ୍ରୟ କରିବା ଦୌଡ଼ରେ ଅନେକ କମ୍ପାନୀ ସାମିଲ୍ ହୋଇଛନ୍ତି। ଏବେ ଚୀନର କମ୍ପାନୀ ‘ଫୋସୁନ୍’ ଏହି ଦୌଡ଼ରେ ରହିଛି। ଆଉ ଏହାର ମାଲିକାନା ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ଉଲ୍ଲେଖନୀୟ ଯେ,ଫୋସୁନ୍କୁ ମିଶାଇ ୪ଟି କମ୍ପାନୀ ଏବେ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛି ମାଲେସିଆର ଆଇଏଚ୍ଏଚ୍ ହେଲଥ୍ କେୟାର, ମଣିପାଲ୍ ହେଲଥ୍ ଏଣ୍ଟରପ୍ରାଇଜସ୍ , ବର୍ମନ ଓ ମଞ୍ଜଲ୍ […]
One small step for her, a large one for the community. Meet Meghna Sahoo, our first transgender driver partner. Know more – https://t.co/82m1AnA6Pz pic.twitter.com/vDDK0AFPJm — Ola (@Olacabs) 17 April 2018
ଭୁବନେଶ୍ୱର : ୧୯୭୭ ମସିହାର ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦର୍ଶକମାନେ ଓଡିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଅତୀତକୁ ଫେରିଥିଲେ। ଏହି ଅବସରରେ ‘ରକ୍ତ ଗୋଲାପ’ର ୩୨ଟି ଚିତ୍ର ଓ ଏହା ସହ ସଂପୃକ୍ତ ଥିବା ଦିବଙ୍ଗତ ବ୍ୟକ୍ତିଙ୍କ ଫଟୋ ସ୍ଥାନୀତ ହୋଇଥିଲା। ଏଥିସହ ‘ରକ୍ତ ଗୋଲାପ’ ଚଳଚ୍ଚିତ୍ର ସହ ସଂପୃକ୍ତ ଅଭିନେତା ସୁରେଶ ମିଶ୍ର, ରମେଶ ପାଣିଗ୍ରାହୀ, ଅଭିନେତ୍ରୀ ବନଜା […]