ମୁମ୍ୱାଇ : ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଫିଲ୍ମକୁ ବ୍ୟାକ୍ କରିବା ପରେ ଏହା ହେଉଛି ଶ୍ରୀଦେବୀଙ୍କ ତୃତୀୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର।ନିକଟରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା। ସେହିପରି ବଙ୍ଗାଳି ଫିଲ୍ମ ‘ନଗର କୀର୍ତ୍ତନ’ ପାଇଁ ରିଦ୍ଧି ସେନ୍ ହୋଇଛନ୍ତି ଶ୍ରେଷ୍ଠ ଅଭିନେତା। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ବିବେଚିତ ହୋଇଛି ‘ନିଉଟନ’। ନକ୍ସଲ ପ୍ରବଣ ଅଞ୍ଚଳରେ […]
ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗରେ ୱେଲ୍ସର କୁସ୍ତିଯୋଦ୍ଧା କେନ୍ ଚିରାଗଙ୍କୁ ୧୦-୦ରେ ହରାଇ ଏହି ଗୌରବ ହାସଲ କରିଛନ୍ତି ବଜରଙ୍ଗ।ପୂର୍ବରୁ କୁସ୍ତିରେ ରାହୁଲ ଅୱାରେ ଓ ସୁଶିଲ୍ କୁମାର ଦେଶ ପାଇଁ […]
ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ । ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି । ପୁରା ଘଟଣା ଏହିପରି – ତାୟନ୍ତିୟନଙ୍କ ବାପା […]
କୁହାଯାଏ ନିଜର ରୁଚି ଓ ଇଚ୍ଛା ଅନୁଯାୟୀ କାମ କଲେ ସଫଳତା ନିଶ୍ଚୟ ମିଳିଥାଏ। ଏମିତି ଏକ ଉଦାହରଣ ହେଉଛନ୍ତି ତ୍ରିଶନୀତ ଅରୋରା। ଆଜି ସାରା ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ସେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲ୍ ଡ୍ରପ୍ ଆଉଟ୍ ତ୍ରିଶନୀତ ଆଜି ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ। ଏପରିକି ଫୋର୍ବସର ଏସିଆ ୩୦ ଅଣ୍ଡର ୩୦ ଲିଷ୍ଟରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ତ୍ରିଶନୀତ । ତ୍ରିଶନୀତଙ୍କ ଜୀବନରେ କେମିତି […]
ଗୋଲ୍ଡ କୋଷ୍ଟ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୦ ସେକେଣ୍ଡରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହା ସୁଶିଲଙ୍କ ତୃତୀୟ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣପଦକ। ସେହିପରି କୁସ୍ତିରେ ଆଜି ସ୍ୱର୍ଣ୍ଣ ଆଣିଛନ୍ତି ଯୁବ କୁସ୍ତିଯୋଦ୍ଧା ରାହୁଲ […]
ସିରିୟା: ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସିରିୟାକୁ ସମର୍ଥନ କରୁଥିବା ଋଷ୍ ଓ ଇରାନ୍ ଉପରେ କ୍ଷୁବ୍ଧ ହୋଇଛି ଆମେରିକା। ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲାଟିନ୍ ଆମେରିକା ଗସ୍ତ ବାତିଲ୍ କରି ସିରିୟା ସ୍ଥିତି ଉପରେ ନଜର ରଖିବେ ବୋଲି ହ୍ୱାଇଟ ହାଉସ୍ […]
ମୁମ୍ବାଇ: ନିଜ ବିବାହ ବାର୍ଷିକୀରେ ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନୀ। ଏଭଳି ଏକ ଖୁସି ମୁହୂର୍ତ୍ତରେ ପ୍ରଥମଥର ଥର ପାଇଁ ସନ୍ନି ଏପରି ଏକ ଫଟୋ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହ ଭାଇରାଲ ମଧ୍ୟ ହୋଇଥିଲା। ଏପରିକି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଥିଲା। ଏହା ଜାଣିବା ପରେ ଆପଣମାନଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ କି ଏମିତି […]
ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ପ୍ରତିବାଦ। ଆଜି ଦିନକ ପାଇଁ ଉପବାସ ରହି ପ୍ରତିବାଦ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ହୋଇପାରି ନ ଥିଲା। ତେଣୁ ବିରୋଧୀ ଦଳଙ୍କ ଏପରି କାର୍ଯ୍ୟକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ମୋଦି ଏହି ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରୁଛନ୍ତି। ସେହିଭଳି ସାରା […]
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ […]