• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

elehhant
ବ୍ରହ୍ମଗିରିରେ ହାତୀ ଆତଙ୍କ

ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା। ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସେପଟେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଲବଙ୍ଗସର […]

Lav Agrawal
ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।

tej pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ

ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା […]

prabhas
ସତରେ କ’ଣ ବିବାହ କରିବେ ପ୍ରଭାସ!

ହାଇଦ୍ରାବାଦ: ବଲିଉଡ଼ରେ ଯେମିତି ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚାରେ ରହି ଆସୁଅଛି। ଗତ ବର୍ଷ ଏପ୍ରିଲ୍‌ରେ ବାହୁବଳୀ-୨ ରିଲିଜ୍‌ ହୋଇଥିଲା। ଏହାପରେ ପ୍ରଭାସ ଓ ତାଙ୍କ କୋ-ଷ୍ଟାର ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିବା କଥା ମଧ୍ୟ ଶୁଣାଯାଇଥିଲା। ବର୍ତ୍ତମାନ ପ୍ରଭାସଙ୍କ ନାଁକୁ ମେଗାଷ୍ଟାର […]

ipl
ବାଙ୍ଗାଲୋରକୁ ହରାଇଲା କୋଲକତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍‌ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍‌ ପକ୍ଷରୁ ସୁନିଲ ନାରିନ୍‌ ମାତ୍ର ୧୯ବଲ୍‌ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]

monsson
ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର କହିଛନ୍ତି। ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ବୋଲି ଧରାଯାଇଥାଏ। ଏହାସହ ଆଇଏମ୍‌ଡି ଆହୁରି କହିଛି ଯେ, ଦେଶର […]

tenis
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ଟେବୁଲ ଟେନିସ ଦଳ ପ୍ରଥମ ଥର ପାଇଁ ହାତେଇଲା ସ୍ୱର୍ଣ୍ଣ ପଦକ

ଗୋଲ୍‌ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟେବୁଲ୍‌ ଟେନିସ ଦଳ ସ୍ୱର୍ଣ୍ଣ ପଦକ ହାତେଇଛି। ଦଳଗତ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି। ଏହାକୁ ଲଗାଇ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଅକ୍ସେନ୍‌ଫୋର୍ଡ ଷ୍ଟୁଡିଓସରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ସିଙ୍ଗାପୁରକୁ ହରାଇ ଏହି ଗୌରବ ହାସଲ କରିଛି। ଫାଇନାଲ୍‌ର ପ୍ରଥମ ସିଙ୍ଗଲ୍‌ସ ମୁକାବିଲାରେ ଦେଶର ଷ୍ଟାର ଖେଳାଳି ମାନିକା […]

Nirav-Modi-Mehul-Choksi
ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ଋଣ ଖିଲାପକାରୀ ହିରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି। ସିବିଆଇର ଏହି  ଆବେଦନକୁ ମୁମ୍ବାଇରେ ସ୍ୱତନ୍ତ୍ର ସିବିଆଇ ଅଦାଲତ୍‌ ମଞ୍ଜୁର କରିବା ପରେ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଭାରତୀୟ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାର ଅଧିକାରୀମାନେ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍‌ ଚୋକ୍‌ସିଙ୍କ ସମ୍ବନ୍ଧିତ କମ୍ପାନୀକୁ ଆର୍ଥୀକ ସହଯୋଗ କରିଥିବା […]