• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ind
ମ୍ୟାଚ୍‌ ଜିତି ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ଅହମଦାବାଦ୍‌: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ ଇଣ୍ଡିଆର ରାଜକୋଟ ବିଜୟ ପରେ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୮୫ ରନ୍‌ର ମ୍ୟାଚ […]

Cricket - India v Bangladesh 1st T20i at Delhi
ଭାରତକୁ ୧୫୪ ରନ୍‌ର ଟାର୍ଗେଟ

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷରେ ସିରିଜ୍‌ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଟି-୨୦ ହାରିଥିବାରୁ ଏହି ମ୍ୟାଚ୍‌ଟି ଜିତି ସ୍ଥିତି ୧-୧ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି। […]

maha
୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’

ଅହମଦାବାଦ : ଆରବ ସାଗର ଉପରେ ଥିବା ପ୍ରଳୟଙ୍କରୀ ବାତ୍ୟା ମହା ଆଜି ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଏହା ୭ ତାରିଖ ସୁଦ୍ଧା ଗୁଜରାଟ୍‌ ଉପକୂଳରେ ଲ୍ୟାଣ୍ଡଫଲ କରିବ। ତେବେ ଲ୍ୟାଣ୍ଡଫଲ ବେଳେ ଏହା ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବ। ଲ୍ୟାଣ୍ଡଫଲ ବେଳେ ଏହା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ରହିଥିବ। ତଥାପି ଏହାର ପ୍ରଭାବରେ ଗୁଜରାଟ ସମେତ ମହାରାଷ୍ଟ୍ର ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବ […]

son
ବାପା ମଧ୍ୟ ପ୍ରଦେଶ ପୁଅ ଭୋପାଳ

ଭୋପାଳ :  ଆଜିକାଲି  ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳୁଛି । ଯାହା କି ଅନେକ ସମୟରେ ଆଶ୍ଚର୍ଯ୍ୟକର ମନେହୁଏ ।  ଭୋପାଳରେ ଏମିତି ଏକ ଭିନ୍ନ ଧରଣର ଖବର ସାମନାକୁ ଆସିଛି । ବାପା ରାଜ୍ୟ ପୁଅ ରାଜଧାନୀ । ଯାହାକୁ ନେଇ ଚର୍ଚ୍ଚା ।  ଆପଣଙ୍କୁ ନିଶ୍ଚୟ ଅଡୁଆ ଅଡୁଆ ଲାଗୁଥିବ ।  ଏଥର ଆସନ୍ତୁ ପୁରା ଖବରକୁ ଯିବା । ସୂଚନା ମୁତାବକ, ଭୋପାଳରେ ଜଣେ ଲୋକଙ୍କ ନାଁ  ରହିଛି ମଧ୍ୟ […]

Rajesh Khanna
‘ଜୀବନର ଶେଷ ପର୍ଯ୍ୟନ୍ତ ରାଜା ଭଳି ଜୀଉଥିଲେ ରାଜେଶ’

ବଲିଉଡର ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।

brunt
ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବିଶାଖାପଟନମ : ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି। ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଇବ୍ରାହିମ୍‌ପଟନମ୍‌ର ରେଭିନ୍ୟୁ ଡିଭିଜନାଲ ଅଫିସର ଅମରିନ୍ଦର କହିଛନ୍ତି, ତହସିଲଦାର ବିଜୟା ଆଜି ମଧ୍ୟାହ୍ଣରେ ତାଙ୍କ ଚ୍ୟାମ୍ବରରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥିଲା। ସେଠାରେ ସେ ଚ୍ୟାମ୍ବର ଲକ୍‌ କରି ବିଜୟାଙ୍କ ସହ ପାଟିତୁଣ୍ଡ […]

cri
ଭାରତ ନିରାଶ, ବାଂଲାଦେଶର ଐତିହାସିକ ବିଜୟ

ନୂଆଦିଲ୍ଲୀ: ମୁଶଫିକର ରହିମଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟି-୨୦ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଲଗାତାର ୮ଟି ମ୍ୟାଚରେ ଭାରତ ନିକଟରୁ ହାରିଥିଲା। ଏହି ବିଜୟ ସହ ବାଂଲାଦେଶ ତିନିମ୍ୟାଚ୍ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସତ୍ତ୍ବେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ […]

cricket
ଭାରତକୁ ୧୪୮ ରନରେ ରୋକିଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଭାରତ […]

rohit
ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା, ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍‌ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ […]

1 delhi
ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ ; ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ଯେ, ଦିନରେ ମୁହଁକୁ ମୁହଁ ଦିଶୁନି। ଦିଲ୍ଲୀ ମହାନଗରର କିଛି ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୨୦୦ ଟପିଛି। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୩୫୦ ରେକର୍ଡ କରାଯାଇଥିବା ବେଳେ ଅଶୋକ ବିହାର ଅଞ୍ଚଳରେ ୧୨୯୧ ରେକର୍ଡ କରାଯାଇଛି। ସମଗ୍ର ଦିଲ୍ଲୀ କଥା କହିଲେ, ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୧୪୬ […]

male
ପୁରୁଷ ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍‌

ଭୁବନେଶ୍ୱର : ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ଗତକାଲିର ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ […]

tweeter
ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି […]

new map
ସରକାର ଜାରି କଲେ ଭାରତର ନୂଆ ମାନଚିତ୍ର

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି। ଗତ ଅକ୍ଟୋବର ୩୧ ତାରିଖରେ ହିଁ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ କରାଯାଇଥିଲା। ଏହାର ପ୍ରାୟ ୩ […]

sivan
ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ

ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ। ପ୍ରଥମ ଥର ଏହା ବିଫଳ ହୋଇଥିବାରୁ ପୁଣିଥରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରିବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଦିଲ୍ଲୀ ଆଇଆଇଟିର ବାର୍ଷିକ ଉତ୍ସବରେ ଯୋଗଦେଇ ଶିବନ କହିଛନ୍ତି ଯେ, ପ୍ରଥମ ଥର ହୋଇଥିବା ଉଦ୍ୟମ ଓ ଏହାର ବିଫଳତାରୁ ଇସ୍ରୋ ଅନେକ କିଛି ଶିକ୍ଷା ଲାଭ କରିଛି। ଏଣୁ ସେହି […]