ମୁମ୍ବାଇ: ବାଲା ସାହେବ୍ଙ୍କ ‘ଠାକ୍ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। […]
ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ଭେନ୍ୟୁ ବଦଳିବା ନେଇ ବିସିସିଆଇ ଘୋଷଣା କରିଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ […]
ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ ଏକ ବିଲ୍ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ। ଏହି ଇ-ସିଗାରେଟ୍ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ […]
ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି […]
ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, […]
ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]
ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍ଭିଡିଭି)ରେ ଫିରୋଜ୍ ଖାନ୍ ନାମକ ଜଣେ ମୁସ୍ଲିମ୍ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]
ମୁମ୍ବାଇ: ସୁପ୍ରିମ୍କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍ ଠାକ୍ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପାଖକୁ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ଫେରିଛି। ଆସନ୍ତା ରବିବାର ଅର୍ଥାତ ଡିସେମ୍ବର ୧ ଅପରାହ୍ଣ ୫ଟାରେ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବା ଉଦ୍ଧବ […]
କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି। ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଅନୁଯାୟୀ ଟଏଲେଟ ବ୍ୟବସ୍ଥା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି […]
ନୂଆ ଦିଲ୍ଲୀ : ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍ବେଗ। ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍ବି ଟିମ୍ ମଧ୍ୟରେ ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଉଥିଲା। ଏଥିରେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ […]
ବ୍ରିସ୍ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ ନିଜ ସହ ଡିନର୍ (ରାତ୍ର ଭୋଜନ) କରାଇଥିଲେ। ସୀମାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ […]
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]
ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]
ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ […]