ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ପଦବୀ […]
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟ ଦେଇଥିବା ଅଯୋଧ୍ୟା ରାୟରେ ରହିଥିବା ଆଇନ ଗତ ବ୍ୟବସ୍ଥାକୁ ବର୍ତ୍ତମାନ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପଢ଼ୁଛନ୍ତି। ଏପରିକି ଏହି ସୂତ୍ରରୁ ଜଣାଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ଟ୍ରଷ୍ଟ ଗଠନ ପାଇଁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇସାରିଛି। ସୁପ୍ରିମ୍କୋର୍ଟ ଶନିବାର ୭୦ ବର୍ଷର ଆଇନଗତ ଯୁଦ୍ଧ […]
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍ଙ୍କ ମୁଣ୍ଡବଥାର କାରଣ ସାଜିଛନ୍ତି ଜଣେ ମହିଳା। ଏହି ଅଭିଯୁକ୍ତ ମହିଳାଙ୍କୁ ଖୋଜିବାରେ ରାତିଦିନ ଏକ୍ କରିଦେଇଛି ଦିଲ୍ଲୀ ପୁଲିସ୍। ଜଣେ ମହିଳା କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍ ହୋଇଯାଇଛନ୍ତି ଏହି ଅଭିଯୁକ୍ତ ମହିଳା ଜଣଙ୍କ । ସୂଚନା ମୁତାବକ , ପଡୋଶୀଙ୍କ ସହ ମାଡ଼ପିଟି କରିବା ଓ ଅନ୍ୟର ଘରେ ଜବରଦସ୍ତ ପଶିବା ନେଇ ପୁଲିସ୍ ବିମଳା ନାମକ ମହିଳାଙ୍କୁ ଗିରଫ କରିଥିଲା । ମେଡିକଲ ଟେଷ୍ଟ ପାଇଁ ଏହି […]
ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍ରେ ହରାଇ ସିରିଜ୍ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍ ହୋଇଯାଇଛି। ଏଥିସହ ଭାରତ ବିପକ୍ଷରେ ପ୍ରଥମଥର ଟି-୨୦ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗିଚୂରମାର ହୋଇଯାଇଛି। ଦୀପକ ଚହର […]
ମୁମ୍ବାଇ: ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍ସିପି ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍ସିପି ସର୍ତ୍ତ ରଖିଛି, ବିଜେପି ନେତୃତ୍ୱାଧୀନ ଏନ୍ଡିଏରୁ ଓହରିଲେ ଯାଇ ଉଦ୍ଧବ ଠାକ୍ରେଙ୍କ ଦଳକୁ ସମର୍ଥନ ଦିଆଯିବ। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ସଦସ୍ୟ ଥିବାବେଳେ ବିଜେପି ପାଖରେ ୧୦୫ […]
ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍ ବଳରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ୧୭୫ ରନ୍ର ଟାର୍ଗେଟ ପାଇଛି। ନାଗରପୁର ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଉଥିବାରୁ ଏବେ ୧୭୦ ରନ୍କୁ ଡିଫେଣ୍ଡ କରିବା ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। […]
ପଶ୍ଚିମବଙ୍ଗ : ବାତ୍ୟା ‘ବୁଲବୁଲ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗର ଦ୍ୱୀପ-ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି ସୂଚନା ରହିଛି। ପବନର ବେଗ ବଢ଼ି ୧୪୦ କି.ମି ହେବାର ଆକଳନ କରାଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ଘଣ୍ଟା ଧରି ଜାରି ରହିବ ଓ ତାର ତାଣ୍ଡବ ରଚିବ । ବାତ୍ୟା ବୁଲବୁଲ ଆଜି ରାତି ୧୧ଟା ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ […]
ନୂଆଦିଲ୍ଲୀ : ଆଜି ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ। କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କଲେ। ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କିହଛନ୍ତି, କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କରିଥିବାରୁ ବିବିଧତା ମଧ୍ୟରେ ଏକତାକୁ ଆଜି ପୁଣି ପ୍ରମାଣିତ କରିଛି ସାରା ଦେଶବାସୀ ଆଜି […]
ଇତିହାସ ଅନୁସାରେ ୧୫୨୮ରେ ଅଯୋଧ୍ୟାରେ ନିର୍ମାଣ କରାଯାଇଥିଲା ବାବରି ମସଜିଦ। ଏହାକୁ ନିର୍ମାଣ କରାଇଥିଲେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମିର୍ ବାକି । ଆଜିର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦ୍ୱାଦଶ ଶତାଦ୍ଦୀରେ ସେଠାରେ ମନ୍ଦିର ଥିଲା । ମସଜିଦ ନିର୍ମାଣ କରାଯାଇଥିବାରୁ ୧୮୫୩ ରେ ପ୍ରଥମ ଥର ପାଇଁ ଦେଖାଦେଇଥିଲା ସାଂପ୍ରଦାୟିକ ହିଂସା। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ସେଠାରେ ଏକ ଚାନ୍ଦୁଆ ଟାଣିବାକୁ ପାଇଁ ଫୈଜାବାଦ ଜିଲ୍ଲା କୋର୍ଟକୁ ଅନୁମତି ମାଗିଥିଲେ । […]
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର। ଦେଶର ସବୁଠୁ ବଡ଼ ଓ ଚର୍ଚ୍ଚିତ ବିବାଦର ଅନ୍ତ ଘଟାଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ଐତିହାସିକ ଅଯୋଧ୍ୟା ରାୟ। କହିଛନ୍ତି ବିବାଦୀୟ ଜମିରେ ହିଁ ନିର୍ମାଣ ହେବ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇ- ବିବାଦୀୟ ୨.୭୭ ଏକର ଜାଗାକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। […]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍ଠାରେ ଜନ୍ମ ନେଇଥିବା ପରାଶରନ୍ଙ୍କ ବାପା ମଧ୍ୟ ଓକିଲ ଥିଲେ। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନେଇଥିଲେ। ୨୦୦୩ […]
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବରନାୱାଁ ଗାଁରେ ଏକ ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବଲବ ଜଳୁଥିବା ଜଣେ ଦିନ ମଜୁରିଆଙ୍କ ଘରକୁ ବିଦ୍ୟୁତ୍ ବିଭାଗ ତରଫରୁ ବିଲ୍ ଆସିଛି ୪୬ ଲକ୍ଷ । ଯାହାକୁ ନେଇ ଚର୍ଚ୍ଚା । ଆଉ ଏତେ ପରିମାଣର ବିଦ୍ୟୁତ୍ ବିଲ୍ ଦେଖି ଏହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନା ମୁତାବକ , ଯଶପାଲ ନାମକ ଏହି ବ୍ୟକ୍ତି ଜଣକ ‘ସୌଭାଗ […]
ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା – ୧ – ଶୀତରେ ବେଶୀ ସାବୁନ୍ର ବ୍ୟବହାର କରନ୍ତୁ ନାହିଁ । […]
ନୂଆଦିଲ୍ଲୀ: ଆସନ୍ତାକାଲି ଶନିବାର ଆସିବ ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ରାୟ। ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାର ରାୟ ପ୍ରାକଶ ପାଇବ । ରାଜନୀତିକ ଏବଂ ସାଂସ୍କୃତିକ କାରଣରୁ ଅତି ସମ୍ବେଦନଶୀଳ ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ। ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ।