• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jawan
ବରଫ ଅତଡା ଖସି ୪ ଯବାନ ଶହୀଦ

ନୂଆଦିଲ୍ଲୀ: ଗତକାଲି ସିଆଚେନ୍‌ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍‌ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ […]

jay panda
ବୈଜୟନ୍ତଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ। ନୂଆଦିଲ୍ଲୀ ସ୍ଥିତ ବୈଜୟନ୍ତଙ୍କ ବାସଭବନରେ ଟୋନି ଆବଟ ଏକ ଭାରତୀୟ-ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ଦ୍ୱିପାକ୍ଷିକ ସଂପର୍କ, ଭାରତ ସରକାରଙ୍କ ବୈଦେଶିକ ନୀତି ତଥା ଏଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।  ଅନ୍ୟପକ୍ଷରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କକୁ ଆହୁରି ସୁଦୃଢ କରିବା […]

Earthquake_damage_-_roads-770x433
ଥରିଲା ଗୁଜରାଟ

ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ। କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୨୩ କିମି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭.୦୧ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଯାଏ ପ୍ରଶାସନ ପାଖରେ […]

cricket
ଅର୍ଦ୍ଧଶତକ ମାରିବା ପରେ ଚାଲିଗଲା ଖେଳାଳିଙ୍କ ଜୀବନ

ହାଇଦ୍ରାବାଦ: କ୍ରିକେଟ୍ ମଇଦାନରେ ଅନେକ ଅଘଟଣ ଘଟିଥାଏ ଏବଂ ଖେଳାଳିଙ୍କ ଜୀବନ ଚାଲିଯାଇଥାଏ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏକ ଇଂରାଜୀ ଖବରକାଗଜ ଡେକାନ୍ କ୍ରୋନିକିଲର ରିପୋର୍ଟ ଅନୁଯାୟୀ, ରବିବାର ହୋଇଥିବା […]

modi
ବିଜେଡି ଓ ଏନ୍‌ସିପିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍‌ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ କହିବାକୁ ପଛାଇ ନାହାନ୍ତି। ତେବେ ମୋଦିଙ୍କ ଏଭଳି ପ୍ରଶଂସାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରରେ ୫୦: ୫୦ ଫର୍ମୁଲାକୁ ଆଳ କରି ଶିବସେନା […]

tadasana
ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ ଏହି ଆସନ

ତାଡ଼ାସନ ହେଉଛି ଯୋଗର ଏକ ମୌଳିକ ଆସନ । ଏହି ଆସନଟି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ମହିଳାଙ୍କ ଶରୀରରେ ସନ୍ତୁଳନ ରକ୍ଷା କରିଥାଏ । ଏହା ଶରୀରର ହାଡ଼କୁ ମଜବୁତ କରିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର ୬ମାସ ଯାଏଁ କରିବା ଉଚିତ୍। ଏହି ଆସନ କଲେ ଶରୀର ମଜଭୁତ ହୁଏ। ଜଙ୍ଘ, ଆଣ୍ଠୁ ଓ ଗୋଇଠି ମଜଭୁତ ହୋଇଥାଏ। ଏହାକୁ ମାତ୍ର ୧୦/୧୫ ସେକେଣ୍ଡ […]