• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

caa
ସିଏଏ ବିରୋଧ ଆନ୍ଦୋଳନ : ଉତ୍ତରପ୍ରଦେଶରେ ୬ ମୃତ

ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]

vlcsnap-error113
ବୁରାଡ଼ି ଗଣ ଆତ୍ମହତ୍ୟା ଉପରୁ ହଟୁଛି ପରଦା

ନୂଆଦିଲ୍ଲୀ: ବୁରାଡ଼ି ଗଣ ଆତ୍ମହତ୍ୟା ପଛରେ ମହିଳା ତାନ୍ତ୍ରିକଙ୍କ ସଂପୃକ୍ତି। ଗୋଟିଏ ଇସାରାରେ ଭାଟିଆ ପରିବାରର ୧୧ ଜଣ କଲେ କି ଆତ୍ମହତ୍ୟା? ତନ୍ତ୍ର ବିଦ୍ୟା ଯୋଗୁ ଗଲା କି ଭାଟିଆ ପରିବାରର ଜୀବନ ? ଏସମସ୍ତ ଖିଅକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଏହାରି ଭିତରେ ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ମହିଳା ତାନ୍ତ୍ରିକ ଗୀତା ମାତାକୁ ଗିରଫ କରି ପଚରାଉଚରା କରୁଛି ଦିଲ୍ଳୀ କ୍ରାଇମବ୍ରାଞ୍ଚ। ଏହି ମହିଳା ତାନ୍ତ୍ରିକଙ୍କ ଇସାରାରେ […]

fifa
ବ୍ରାଜିଲ୍‌କୁ ହରାଇ ସେମିରେ ବେଲଜିୟମ୍‌

କାଜାନ: ୫ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍‌କୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ୍‌। ମ୍ୟାଚ ଆରମ୍ଭରୁ ବେଲଜିୟମ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ମାତ୍ର ୧୩ ମିନିଟ ମଧ୍ୟରେ ଦଳ ଅଗ୍ରଣୀ ହାସଲ କରିନେଇଥିଲା। ବ୍ରାଜିଲ୍‌ ଡିଫେଣ୍ଡର ପର୍ଣ୍ଣାଣ୍ଡିନୋଙ୍କ ତ୍ରୁଟି ଯୋଗୁ ବେଲଜିୟମ୍‌ ପ୍ରଥମ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ସେହିପରି ଗତକାଲି ଫ୍ରାନ୍ସ ଓ ଉରୁଗୁଏ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମି ଫାଇନାଲରେ ପ୍ରବେଶ […]

girl
ବିନା ଆଙ୍ଗୁଠିରେ ଆଇଫୋନ୍‌ ଚଳାଉଛନ୍ତି ଯୁବତୀ  !

ସବାନା : ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍‌ ମିଡ଼ିଆ ଆପ୍‌ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍‌କୁ ଅନ୍‌ଲକ୍‌ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍‌ ଖୋଲିବାର ତରିକାକୁ ଦେଖିବେ ତ ଆପଣ ନାକ ଟେକିବେ। କିଛି ମସୟ ପାଇଁ ଆପଣ ଆଶ୍ଚର୍ଯ୍ୟରେ ଚାହିଁବେ ଯେ ସେ ଯୁବତୀ ଜଣକ ଏମିତି କାହିଁକି କରୁଛନ୍ତି। ଏହି ଟିକ୍‌ଟକ୍‌ ଭିଡ଼ିଓକୁ ଦେଖିଲେ […]

musarap
ଅଜବ ରାୟ : ଫାଶି ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌ !

ଇସ୍‌ଲାମାବାଦ୍‌: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି  ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ […]

song dcp
ଡିସିପିଙ୍କ ଅଭିନବ ଉପାୟ ; ଜାତୀୟ ସଙ୍ଗୀତ ଗାଇ ଲିଭାଇଦେଲେ ସିଏଏ ନିଆଁ

ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି। #WATCH Karnataka: DCP of Bengaluru(Central),Chetan […]

suicide
ମୋବାଇଲ ଖୋଲିଲା ଆତ୍ମହତ୍ୟାର ରହସ୍ୟ !

ଅହମଦାବାଦ : କର୍ମକ୍ଷେତ୍ରରେ ମାଲିକର ଚାପ ସହି ନପାରି ଆତ୍ମହତ୍ୟା କରିଛି ଏକ ଭେଣ୍ଡିଆ ପୁଅ। ମୃତ୍ୟର ୫ ମାସ ପରେ ସେହି ଯୁବକର ମୋବାଇଲ ଖୋଲିଛି ଆତ୍ମହତ୍ୟାର ରହସ୍ୟ। ଯାହାକି ଏବେ ଆମ ସଭ୍ୟ ସମାଜର ସ୍ଥିତି ବାବଦରେ ବଖାଣିଛି। ଗୁଜରାଟ ଗୋମତିପୁରର ବାସିନ୍ଦା ଅଶୋକ ପାର୍‌ମାର ଏବଂ ତାଙ୍କ ପରିବାର। ପୁଅ ନିଖିଳ ପାର୍‌ମାର (୧୯)। ରୋଜଗାର ଆଶାରେ ବାସନାରେ ଏକ ବାହାଘର ଡେକୋରେସେନ ଦୋକାନରେ ଅକ୍ଟୋବର ୨୦୧୮ରେ ଯୋଗ ଦେଇଥିଲେ। ଡେକୋରେସନ ଦୋକାନରେ […]

representational image
ଦୀର୍ଘ ୭ ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାଟନା: ଥମିବାର ନାଁ ନେଉନି ଲଜ୍ଜା। ଜଣେ ୧୩ବର୍ଷୀୟ ନାବାଳିକା ଛାତ୍ରୀଙ୍କ ସହ ଦୀର୍ଘ ୭ ମାସ ଧରି ୧୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ। ନାବାଳିକା ଜଣକ ପାଠ ପଢ଼ୁଥିବା ସ୍କୁଲର ସହପାଠୀ, ଶିକ୍ଷକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ଦ୍ୱାରା ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ବିହାରରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଗତ ବର୍ଷ ଡିସେମ୍ବର ମାସରୁ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ଚାଲିଥିଲେ ସ୍କୁଲର ଅଧ୍ୟକ୍ଷ, ୨ ଜଣ ଶିକ୍ଷକ […]

yas--2
ଗୁପଚୁପ୍ ବିକାଳିରୁ କ୍ରିକେଟର ...ଆଇପିଏଲ୍‌ରେ ଦାମ୍‌ ତାଙ୍କର ୨.୪୦ କୋଟି

ନୂଆଦିଲ୍ଲୀ: ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଯାହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଉ ଏବେ ଏମିତି ଜଣେ ହେଲେ ମୁମ୍ବାଇର ଯୁବ କ୍ରିକେଟର୍ ଯଶସ୍ୱୀ ଜୈସୱାଲ। ଯାହାଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି। ତାଙ୍କର ବେସ୍ ପ୍ରାଇସ୍ ୮୦ଲକ୍ଷ ଟଙ୍କା ଥିଲା। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୧.୯ […]