• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

UP CM
ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ।  ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସକାଳୁ ଉତ୍ତରପ୍ରଦେଶ ଗୁରୁପୁରର ୨୪୬ ନମ୍ବର ବୁଥ୍‌କୁ   ଆସି ସେ ଭୋଟ ଦେଇଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ତଥା ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରି […]

mo
କେଦାରନାଥଙ୍କ ଶରଣରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାର ନାଥ ମନ୍ଦିର ଦର୍ଶନ କରିଛନ୍ତି।  ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚିବା ପରେ ମନ୍ଦିର ଚାରିପାଖରେ ପରିକ୍ରମା କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ପୂଜା କରିଥିଲେ । କେଦାରନାଥ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ […]

nf
ଦେଶରେ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ଆଲୋଚନା

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମେ ୨୩ ଭୋଟ୍ ଗଣତି ପରେ ଦେଶରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ସେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। […]

b-1
ତ୍ରି-ରାଷ୍ଟ୍ରୀୟ ସିରିଜ୍ ଜିତି ରେକର୍ଡ କଲା ବାଂଲାଦେଶ

ଡୁବଲିନ୍‌: ପ୍ରଥମଥର ପାଇଁ କୌଣସି ତ୍ରି-ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳା ଜିତି ବାଂଲାଦେଶ ନୂଆ ରେକର୍ଡ କରିଛି। ଆୟାର୍ଲ୍ୟାଣ୍ଡର ଡବଲିନ୍‌ରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏହି ରେକର୍ଡ କରିଛି। ବାଂଲାଦେଶ ପକ୍ଷରୁ ପ୍ରଥମ କ୍ରିକେଟ୍‌ର ଭାବେ ମୋସାଡେକ ହୋସେନ୍‌ ୨୦ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୭ଟି ବଲ୍‌ ପୂର୍ବରୁ ୫ ୱିକେଟ୍‌ରେ ବିଜୟ ଲାଭ କରିଛି। ବର୍ଷା ବାଧାପ୍ରାପ୍ତ […]

sr
ପ୍ରଚାର ସରିଲା, ଏବେ ଗୁମ୍ଫା ଭିତରେ ଧ୍ୟାନମୁଦ୍ରାରେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ କେଦାରନାଥରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି। ଆସନ୍ତାକାଲି ଯାଏ ସେ ଏଭଳି ଧ୍ୟାନରେ ବସିବେ ବୋଲି ଜଣାପଡ଼ିଛି। ଧ୍ୟାନରୁ ଉଠିବା ପରେ ମୋଦି ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିବେ। ମୋଦି ଧ୍ୟାନରେ ବସିଥିବା ବେଳର ଫଟୋକୁ ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଶେୟାର କରାଯାଇଛି। ସେ ଏକ […]

ram
ରମ୍‌ଜାନ୍‌ ବଜାରରେ ହଲିମ୍‌ ଆଉ ଫେନି ପାଇଁ ଲାଗୁଛି ଭିଡ଼

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି। ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର […]

167593-arvind-kejriwal
ଇନ୍ଦିରା ଗାନ୍ଧିଙ୍କ ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ, କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ଜୀବନ ପଛରେ ପଡ଼ିଛି । ଦିନେ ନା ଦିନେ ତାଙ୍କୁ ହତ୍ୟା କରାଯିବ। ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ ହିଁ ତାଙ୍କୁ ହତ୍ୟା କରିବେ ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍ରିୱାଲ […]

824642-00-deepika
‘କାନ୍‌ ଫେଷ୍ଟିଭାଲ୍‌’ରେ ଦୀପିକାଙ୍କୁ ମିଳିଲା ‘ଡ୍ରାମାଟିକ୍‌ ଲୁକ୍‌’ର ଟ୍ୟାଗ୍‌

କାନ୍‌: ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି ‘କାନ୍‌ ଫିଲ୍ମ ଫେଷ୍ଟିଭାଲ’ରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡ଼ିଆରେ ଛାଇ ଯାଇଥିବା ବେଳେ ଏଥିଲାଗି ସେ ଟ୍ରଲ୍‌ ମଧ୍ୟ ହୋଇଛନ୍ତି । ଶୁକ୍ରବାର ରାତିରେ ଦୀପିକା ଦ୍ୱୀତିୟ ଥର ଲାଗି ରେଡ କାର୍ପେଟକୁ […]

3
ବସ୍‌ ଦୁର୍ଘଟଣାରେ ୫ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ୱେରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ ଟ୍ରାକ୍ଟର ସହ ପିଟି ହେବା ଯୋଗୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ଯାତ୍ରୀବାହୀ ବସ୍‌ଟି ଦିଲ୍ଲୀରୁ ବାହାରିଥିଲା। ଉତ୍ତର ପ୍ରଦେଶ ବଙ୍ଗରମାଉ ଥାନା ନିକଟରେ ଥିବା ଦେବଖରି ଗାଁ ନିକଟରେ ଟ୍ରାକ୍ଟର ଟ୍ରଲିକୁ ପଛ ଆଡ଼ୁ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା। ଏଥିରେ ଭାରସାମ୍ୟ […]

1_5YoDvHF5xngyXjXqfQ7Y8A
ସେନା-ଆତଙ୍କବାଦୀ ଗୁଳି ବିନିମୟ, ୩ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନାର ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ୱାମା ଜିଲ୍ଲା ପଞ୍ଜଗମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ରାତିରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ ପଞ୍ଜଗମ ଗାଁକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରକୁ ଗୁଳି ମାଡ଼ ହୋଇଥିଲା। ତେବେ ସେନାର ଜବାବୀ ହମଲାରେ ଜଣେ ଆତଙ୍କବାଦୀ ନିପାତ […]

15
ଏହି ସବୁ ଲକ୍ଷଣ ଥିଲେ ହୋଇପାରେ ବ୍ରେନ୍‌ ଷ୍ଟ୍ରୋକ୍‌ !

ଭୁବନେଶ୍ୱର: ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ୍‌ ଏପରି ଘାତକ ରୋଗ ଯାହାକି ସଙ୍ଗେ ସଙ୍ଗେ ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ବ୍ରେନ ଷ୍ଟ୍ରୋକ୍‌ କ’ଣ ପାଇଁ ହୁଏ କ’ଣ ଏହାର ଲକ୍ଷଣ ଓ […]

Tandoor Pamplet in Odia
ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍‌ ରଙ୍ଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, […]