ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ। ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି […]
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ ସମୟର ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି କହିଛି। ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁଙ୍କୁ ବିକୃତ ଭାବେ ଉପସ୍ଥାପନ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ଜେଲରୁ ମୁକ୍ତ କରିବା ଘଟଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ଜେଲ୍ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଆଜି ୯.୨୦ରେ ପଶ୍ଚିମବଙ୍ଗ ପ୍ରଶାସନ ତାଙ୍କୁ ଜେଲ୍ରୁ ଖଲାସ କରିଥିଲା। ଏଭଳି ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ […]
ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି […]
ସାନ୍ ଫ୍ରାନସିସ୍କୋ: ବର୍ତ୍ତମାନ ଯିଏ ଯେତେବେଳେ ଯାହା ଚାହିଁଲା ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲାଇଭ୍ କରିଦେଇ ପାରୁଛି। ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣା ହେଉ ଅବା ଆଉ କିଛି। ଏବେ ଏବେ ଶେଷ ହୋଇଥିବା ନିର୍ବାଚନରେ ହଜାର ହଜାର ଫେସ୍ବୁକ୍ ଲାଇଭ୍ ଭିଡ଼ିଓ ଆମେ ଦେଖିଛେ। ହେଲେ ଆଉ ଏଣିକି ଏହି ଫେସ୍ବୁକ୍ ଲାଇଭ୍( Facebook Live) ସୁବିଧାଟି ସହଜରେ ମିଳିବ ନାହିଁ। ଆମେ ଚାହିଁଲେ ନିଜ ଆକାଉଣ୍ଟରେ ଲାଇଭ୍ କରି ପାରିବା ନାହିଁ। ଫେସ୍ବୁକ୍ ଚାହିଁଲେ ଆମେ […]
ମୁମ୍ବାଇ: ଫିଲ୍ମି ବ୍ୟାକ୍ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦୀକ୍ଷିତ୍ । ଧକ୍ ଧକ୍ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ। ବଡ଼ ପରଦା ସହ ଛୋଟ ପରଦାରେ ବେଶ୍ ଆକ୍ଟିଭ ଥିବା ସହ ଆଜି ବି ନିଜ ଜବରଦସ୍ତ ଡ୍ୟାନ୍ସ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ […]
ଜୟପୁର: ପୁଲିସ ଏସକର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନ ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ସେ ଜୟପୁର ଯିବା ପାଇଁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଥାନାରୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଇକୁ ଯୋଗାଇ ଦେବାର ନିୟମ ରହିଥିଲା। ହେଲେ ପ୍ରହ୍ଲାଦ ମୋଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବଦଳରେ ପୁଲିସ ଏସକର୍ଟ ମାଗିଥିଲେ। ତେବେ ବୁଝାସୁଝା କରିବା ପରେ ଧାରଣାରୁ ଓହରି […]
ନୂଆଦିଲ୍ଲୀ: ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ। ୨୦୧୩ରେ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୧୪ ତାରିଖରେ ଶେଷ ହେଉଛି। ସେ ବି ଆସାମରୁ ନିର୍ବାଚିତ ହୋଇଯାଇଥିଲେ। ଏହି ଦୁଇ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହେଲେ ମେ’ ୨୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି […]
କରୋନା କାଳରେ ରୋଜଗାର ନଥିବା ବେଳେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲାଗି ଏହା ବେଡି ଉପରେ କୋରଡା ଭଳି ହୋଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋତ୍ତମ ରେକର୍ଡ଼ କରିଛି ।
ଭୁବନେଶ୍ୱର: ଓଲିଉଡ୍ରେ ଏକ ନୂଆ ସିନେମା ରିଲିଜ୍ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍ଫିସ୍ ଦିଲ୍’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍। ତାଙ୍କ ସହ ଜଣେ ସୁନ୍ଦରୀ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ମଧ୍ୟ ଆପଣ ଦେଖିବାକୁ ପାଇବେ। ଓଲିଉଡ୍ର ଲୋକପ୍ରିୟ କଳାକାର ଯେପରିକି ସିଦ୍ଧାର୍ଥ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ଏବଂ ସବ୍ୟସାଚୀଙ୍କ […]
ମୁମ୍ବାଇ: ବାପାମା’ ବାହାର ପଟୁ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଗଲା। ଜୀବନ୍ତ ଜଳିଗଲେ ଘର ଭିତରେ ଥିବା ଝିଅ ଶ୍ରାବଣୀ ଚଭନ। ମୁମ୍ବାଇର ଦାଦ୍ରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ […]
କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ […]