ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ମହିଳା। ଛତିଶଗଡ଼ର ବସ୍ତର ଏବଂ ଦନ୍ତେଓ୍ୱାଡ଼ାରେ ମୁହଁତୋଡ଼ ଜବାବ ଦେବେ ଲେଡି କମାଣ୍ଡୋ। ଏଥିପାଇଁ ଦନ୍ତେଶ୍ୱରୀ ଲଡ଼ାକେ ନାଁରେ ଗଠନ ହୋଇଛି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ । ଯେଉଁଥିରେ ୩୦ ଜଣ ସଦସ୍ୟା ଥିବାବେଳେ ମାଓ ଶିବିର ଛାଡ଼ି ଆତ୍ମସମର୍ପଣ କରିଥିବା ୧୦ ଜଣ ଯୁବତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସମସ୍ତଙ୍କୁ ବର୍ତ୍ତମାନ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଏମାନେ ଯେପରି […]
ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର ଅଧ୍ୟକ୍ଷ କରାଯାଇଛି। ମେ’ ୧୧ରେ ୭୨ ବର୍ଷୀୟ ଦେବେଶ୍ୱରଙ୍କ ଦେହାନ୍ତ ହୋଇଥିଲା। ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି। ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ […]
ଚେନ୍ନାଇ:ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ରାଜନେତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ଘଟଣା ବାବଦରେ କହିବାକୁ ଯାଇ ନାଥୁରାମ ଗଡ଼୍ସେଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ। ତାମିଲନାଡୁ ବିଜେପି ସଭାପତି ତାମିଲିସାଇ ସୌନ୍ଦରାଜନ କମଲ ହାସନଙ୍କ ଏଭଳି ପ୍ରତିକ୍ରିୟାକୁ […]
ମୁମ୍ବାଇ: ଆମେରିକା ସିଙ୍ଗର୍ ନିକ୍ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍ ଷ୍ଟାଇଲ୍କୁ ନେଇ ଟ୍ରଲ୍ ହୋଇଛନ୍ତି। ପ୍ରିୟଙ୍କା ‘ମେଟ୍ ଗାଲା’ ନାମକ ଏକ ଶୋ’ରେ ଅଜବ୍ ଡ୍ରେସ୍ ଏବଂ ଅଜବ୍ ହେୟାର୍ ଷ୍ଟାଇଲ୍ କରିଥିବା ଦେଖିବାକୁ ମିଳିଥିଲା। ଶୋ’ରେ ପ୍ରିୟଙ୍କାଙ୍କ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟ୍କା । ଏଠାରେ କେତେକ ଆସନରେ ଶେଷ ପର୍ଯ୍ୟାୟରେ ହେବ ନିର୍ବାଚନ। ତା ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ। ଏପରିକି ଏହି କାରଣ ଦର୍ଶାଇ ଜଣେ ନେତ୍ରୀ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଟିକଟ ଆଶାୟୀ ଥିଲେ ନୀଲମ ମିଶ୍ରା। ସେ ସ୍ଥାନୀୟ […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନରେ ୬୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସବୁଠୁ କମ୍ ଭୋଟ୍ ପଡ଼ିଛି। ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ୮୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ୮ଟି ଆସନରେ ୮୪.୯୮ ପ୍ରତିଶତ ମତଦାନ ହୋଇଥିଲା। ଉତ୍ତର […]
ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି। ଭୋପାଲରୁ […]