ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍ ଲାଇଫ୍କୁ ନେଇ ବେଳେବେଳେ ଗସିପ୍ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍ ଆଲୋଚନା ହୁଏ । […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେଉଁଭଳି ବେଶ ପକାଇଥିଲେ, ସେଥିରେ ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍ରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ […]
ଭୁବନେଶ୍ଵର: ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର। କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା ପାଇବେ। […]
ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]
ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ […]
କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ […]