ଭୁବନେଶ୍ୱର: ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ପେଟ ପାଇଁ ଅମୃତ ପୁଦିନା ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ […]
ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍ କୋଉ ଡିଭାଠୁ କମ୍ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର ‘କାନ୍ ଫିଲ୍ମ ଫେଷ୍ଟିଭାଲ୍’ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍ କାର୍ପେଟ୍ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ ଓ ସିମେଣ୍ଟ୍ ରଙ୍ଗର ଗାଉନ୍ ପିନ୍ଧିଥିଲେ। ସେ ଖୁବ୍ କନ୍ଫିଡେଣ୍ଟ୍ ସହ ରେଡ୍ କାର୍ପେଟ୍ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍ ଦେଇଥିଲେ। ହିନାଙ୍କ ପାଇଁ ଆଉ ଏକ […]
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ବଦଳିଛି ରାଜନୀତିର ଚିତ୍ର। ଆଜିଠୁ ଠିକ୍ ୫ ବର୍ଷ ତଳେ ଅର୍ଥାତ ୧୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ସ୍ଥାନ ପକ୍କା କରିଥିଲେ ମୋଦି। ହେଲେ ଚଳିତ ବର୍ଷ ଆଜିର ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବା ପାଇଁ ମୋଦି ସଂଘର୍ଷ କରୁଛନ୍ତି। ଠିକ୍ ୫ ବର୍ଷ ପୂର୍ବେ ଆଜିର ତାରିଖରେ ଭୋଟ ଗଣତି ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ପ୍ରଥମ ଥର […]
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ସମସ୍ତ ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜାତୀୟ ସ୍ତରରେ ହେଉଥିବା କସରତର ନେତୃତ୍ୱ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେଇଛନ୍ତି। ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରହିଥିବା ସୋନିଆ କିନ୍ତୁ ବିଜେପି ବିରୋଧରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରସ୍ତାବିତ ବୈଠକ ପାଇଁ ସୋନିଆ ଡିଏମକେ ମୁଖ୍ୟ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଓ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେପି ଓ ଶାସକ ଟିଏମସି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରୋଡ୍ ଶୋ’ରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ବେଳେ ଏହି ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିଲା। ତେଣୁ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି […]
ନୂଆଦିଲ୍ଲୀ: ଚିଟ୍ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର ଆଜି ତାଙ୍କ ନୂଆ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ୧୪ ତାରିଖ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସା କାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ପାଇନଥିବା ଦର୍ଶାଇ ନିର୍ବାଚନ କମିଶନ ଗତକାଲି ତାଙ୍କୁ ସିଆଇଡି ଏଡିଜି ପଦରୁ ଅବ୍ୟାହତି ଦେଇଥିଲେ। ତାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ଗୃହ ମନ୍ତ୍ରଣାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇ […]
ଲକ୍ଷ୍ନୌ: ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ବର୍ବରତା ଦେଖିବାକୁ ମିଳିଛି। ଜଣେ ଯୁବକ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯିବା ଓ ଧରାପଡ଼ିବା ପରେ ତାଙ୍କର ଦୁଇ ସଂପର୍କୀୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଅର୍ଜୁନ କଲୋନି ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କର ୨ ସଂପର୍କୀୟ ମହିଳାଙ୍କୁ ଗାଁ ଦାଣ୍ଡରେ ଗଛରେ ବାନ୍ଧି ପିଟିଛନ୍ତି। ତେବେ ଘଟଣା ନେଇ ମାମଲା ରୁଜୁ ସହ ୫ ଜଣଙ୍କୁ ପୁଲିସ୍ ଗିରଫ କରିଛି।
ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ପଦକ୍ଷେପ ନେଇଛି। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ବାଡ୍ରନର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଏହା ସହିତ ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟରସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର […]
ଲକ୍ଷ୍ନୌ: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଏହାକୁ ତୃଣମୂଳ କଂଗ୍ରେସ, କଂଗ୍ରେସ ସମାଲୋଚନା କରିବା ପରେ ଏବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀଙ୍କର ପଶ୍ଚିମବଙ୍ଗରେ ଦୁଇଟି ରାଲି ରହିଛି। ତେଣୁ ଏହାକୁ ନଜରରେ ରଖି ନିର୍ବାଚନ କମିଶନ ରାତି ୧୦ ପରେ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଯଦି ପ୍ରଚାର ଉପରେ […]
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏହା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ଥିବା ମନ୍ତ୍ରୀ ନସିମୁଦ୍ଦିନ ସିଦ୍ଦିକି। ଏବେ କିନ୍ତୁ ବିଏସପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ନସିମୁଦ୍ଦିନ ସିଦ୍ଦିକି। ସେ କହିଛନ୍ତି ଯେ ମେ ୨୩ ପରେ ସମାଜବାଦୀ ପାର୍ଟି(ଏସପି)କୁ ଛାଡ଼ି ବିଜେପିରେ ସାମିଲ ହୋଇଯିବ […]
ଚେନ୍ନାଇ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଉଗ୍ରବାଦୀ’ ବୋଲି କମଲ ହାସନ ରବିବାର ଦିନ କହିଥିଲେ। […]
ଜମ୍ମୁ-କଶ୍ମୀର : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବଳୟ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିବିନିମୟ ବେଳେ ଅନ୍ୟ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଜନବସତି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ଜଣାପଡ଼ିବା ପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲସ୍, ଏସପିଜି ପକ୍ଷରୁ ମିଳିତ ଛଡ଼ାଉ କରାଯାଇଥିଲା। […]
ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି। ଖରାଦିନେ ଲିଚୁ ଆମ ଶରୀର ପାଇଁ ଖୁବ୍ ଉପକାରୀ। ଲିଚୁରେ ପାଣିର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର […]