• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

topshot-indonesia-quake
ଆଣ୍ଡାମାନ ନିକୋବରରେ ଭୂମିକମ୍ପ

ପୋର୍ଟ ବ୍ଲେଅର୍‌: ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ଏହା ପୂର୍ବରୁ ମେ ୨୧ ଏବଂ ୨୨ରେ ଯଥାକ୍ରମେ ୪.୧ ଏବଂ ୫.୬ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

cricket-up
ବିଶ୍ୱକପର ଆରମ୍ଭରୁ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ବିଶ୍ୱକପର ପ୍ରଥମ ଓ୍ୱାର୍ମଅପ୍ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ଲଣ୍ଡନରେ ନ୍ୟୁଜିଲାଣ୍ଡ ବିରୋଧରେ ଏହି ମ୍ୟାଚ ଖେଳାଯିବ। ବିଶ୍ୱକପ ଆରମ୍ଭରୁ ଏହି ମ୍ୟାଟ ଭାରତୀୟ ଦଳ ପାଇଁ ବେଶ ଚ୍ୟାଲେଞ୍ଜିଂ ରହିଛି। ତେବେ ବିରାଟ ବାହିନୀ ଏହି ମ୍ୟାଚ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ। ଏହାସହ ବ୍ୟାଟସମ୍ୟାନଙ୍କ ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ଟିମ୍ ଇଣ୍ଡିଆର ୪ ନମ୍ବର ବ୍ୟାଟସମ୍ୟାନ କିଏ ତାକୁ ନେଇ ମଧ୍ୟ ଚିତ୍ର […]

fire-4
ସୁରତ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି

ସୁରତ: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏବେ ବି ତିନିଜଣ ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ୍‌ ୩ଜଣଙ୍କ ନାଁରେ ଏତଲା ଦେଇଛି। ସେମାନଙ୍କ ମଧ୍ୟରେ ବିଲଡିଂର ମାଲିକ ଓ କୋଚିଂ ସେଣ୍ଟର ମାଲିକ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟ ସର୍କିଟ ଯୋଗୁ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଫାୟାର ସେଫ୍ଟି ନେଇ ଉପଯୁକ୍ତ […]

11111111111111111111
କଂଗ୍ରେସର ଭୋଟ ହାର କମି କମି ଚାଲିଛି

ଭୁବନେଶ୍ୱର: ଗତ ୪ଟି ନିର୍ବାଚନରେ ଓଡ଼ିଶାରେ କ୍ରମାଗତ ଭାବେ ଅମାନତ ହରାଇଛି କଂଗ୍ରେସ। ୨୦୦୪ ସାଧାରଣ ନିର୍ବାଚନରେ ଦଳ ରାଜ୍ୟ ବିଧାନସଭାରେ ୩୮ଟି ସିଟ୍ ହାସଲ କରି ୩୪.୮୨ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହାର ଠିକ୍ ପାଞ୍ଚ ବର୍ଷ ପରେ ଦଳ ୧୧ଟି ସିଟ୍ ତଳକୁ ଖସି ଆସିଥିଲା। ୨୦୦୯ରେ ମାତ୍ର ୨୭ ଆସନ ସହ ୨୯.୧୦ ପ୍ରତିଶତ ଭୋଟ୍‌ରେ ସୀମିତ ଥିଲା କଂଗ୍ରେସ। ଏହାପରେ ୨୦୧୪ ନିର୍ବାଚନରେ ବି […]

1234
ବିହାରରେ ଖାତା ଖୋଲି ପାରିଲାନି ଆରଜେଡି

ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା। ଏପରି କି ଦଳ ଏଥର କଂଗ୍ରେସ ସହ ମେଣ୍ଟ କରିଥିଲା। ମେଣ୍ଟର ସର୍ତ୍ତ ଅନୁଯାୟୀ ଆରଜେଡି ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ହେଲେ ବି […]

Maneka Gandhi addresses media
ନିର୍ବାଚନ ଜିତି ରେକର୍ଡ କଲେ ମାନେକା ଗାନ୍ଧି

ଭୁବନେଶ୍ୱର: ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନରେ ମାନେକା ଗାନ୍ଧି ବିଜୟୀ ହୋଇ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି। ଦେଶ ସ୍ୱାଧୀନ ହେଲା ଦିନରୁ ସୁଲତାନପୁର କେବେ ମହିଳା ପ୍ରାର୍ଥୀଙ୍କୁ ସଂସଦ ପଠାଇନଥିଲା। ହେଲେ ଚଳିତଥର ସୁଲତାନପୁରବାସୀ ଏହି ପରମ୍ପରାକୁ ବଦଳାଇ ମାନେକାଙ୍କୁ ସଂସଦ ପଠାଇଛନ୍ତି। ଏଥିସହ ତାଙ୍କର ଆଉ ଏକ ରେକର୍ଡ ହେଉଛି ଯେ ଦୀର୍ଘ ୩୫ ବର୍ଷ ପରେ ମାନେକା ସୁଲତାନପୁର ଆସନରେ ପ୍ରାର୍ଥୀ ହୋଇଥିଲେ। ୧୯୮୪ ମସିହାରେ ଅନ୍ତିମ ଥର […]

Shatrughan_Sinha
ପରାଜୟ ପରେ ନୀରବି ଗଲେ ବିହାରୀ ବାବୁ

ଭୁବନେଶ୍ୱର:  ଯିଏ ପରଦାରେ ଖାମୋସ୍‌ କହିଦେଲେ, ଚୁପ୍‌ ହୋଇ ଯାଉଥିଲେ ସମସ୍ତେ। ହେଲେ ଏବେ ପରାଜୟ ତାଙ୍କୁ ଖାମୋସ କରିଦେଇଛି। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ  ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର  । ନିଜ ପରାଜୟକୁ ସ୍ୱୀକାର […]

s-21
ଆଗୁଆ ପରାଜୟ ସ୍ୱୀକାର କଲେ ରାହୁଲ

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେଉଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ସ୍ମୃତି ଇରାନୀ ୩୦,୩୦୦ ଭୋଟ୍‌ରେ ରାହୁଲଙ୍କ ଠାରୁ ଆଗରେ ରହିଛନ୍ତି। ଆହୁରି ୩ ଲକ୍ଷ ଭୋଟ୍‌ ଗଣତି ହେବାକୁ […]

uye
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ ଖାଁ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ୱିଟ୍‌ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ରହିଛନ୍ତି। ଏହି କ୍ରମରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ମୋଦିଙ୍କ ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୁଲୱାମା ଓ ବାଲାକୋଟ୍‌ […]

narendra
ବାରାଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ମୋଦି

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩.୮୫ ଲକ୍ଷ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]

modf
ପ୍ରଧାନମନ୍ତ୍ରୀ ମୋଦି ଜିତିଲେ

ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ୩.୮୫ ଲକ୍ଷ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]

narendra_modi_1_750_1558602151_618x347
୧୯୮୪ର ରେକର୍ଡ ଭାଙ୍ଗିଲା ବିଜେପି

ନୂଆଦିଲ୍ଲୀ:୧୯୮୪ ନିର୍ବାଚନରେ ରେକର୍ଡ କରିଥିଲା କଂଗ୍ରେସ । ସର୍ବାଧିକ ୪୦୦ ଲୋକସଭା ଆସନରେ ଜିତି କଂଗ୍ରେସ କ୍ଷମତାକୁ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା।  ଆଉ ସେଥିରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ୨୦୧୯ ନିର୍ବାଚନରେ ପୁଣି ଥରେ ସେହି ରେକର୍ଡର ପୁନରାବୃତ୍ତି ହେବାକୁ ଯାଉଛି। ୨୦୧୪ରେ ପ୍ରଥମ ଥର ପାଇଁ ବିଜେପି ପୂର୍ଣ୍ଣ ବହୁମତ ପାଇ କ୍ଷମତାକୁ ଆସିଥିଲା। ବିଜେପି ସେତେବେଳେ ୨୮୨ ସିଟ୍‌ରେ […]

swara (1)
ଯେଉଁ ନେତାମାନଙ୍କ ପାଇଁ ସ୍ୱରା ପ୍ରଚାର କରିଥିଲେ ସବୁ ପଛରେ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟ୍ଟର ବିରୋଧୀ ଏବଂ ଏ ବିଷୟରେ ସୋଶାଲ ମିଡିଆରେ ବୟାନ ରଖିଆସିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରଚାର କରିଥିବା ସମସ୍ତ ୪ ଜଣ ପ୍ରାର୍ଥୀ ପରାଜୟ ବରଣ କରିପାରନ୍ତି। ବିଶେଷ କରି ଏହି ଲୋକସଭା ନିର୍ବାଚନରେ ତାଙ୍କର ମୋଦି ବିରୋଧୀ ସ୍ୱର ବେଶ ଶାଣିତ ହୋଇଥିଲା। ସେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ବେଗୁସରାଇ ମଧ୍ୟ ଯାଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ, “ଜୟ ହିନ୍ଦ, […]

ratan
ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ। […]

77
ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍‌ ମଣୁଛନ୍ତି କହିବା ଠିକ୍‌ ହେବ। ନିକଟରେ ବିଜେପି […]