ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍ଲାରେ ଜଣେ ଏନ୍ପିପି ବିଧାୟକ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବିଧାୟକ ହେଲେ ତିରୋଙ୍ଗ ଆବୋ ଓ ସେ ଖନ୍ସା ପଶ୍ଚିମର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି । ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ। ଏହି ଆକ୍ରମଣ ପଛରେ ନ୍ୟାସନାଲ ସୋଶାଲିଷ୍ଟ କାଉନ୍ସିଲ ଅଫ୍ ନାଗାଲ୍ୟାଣ୍ଡ […]
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ,ପତ୍ନୀ ଡିମ୍ପଲ ସିଂହ ଯାଦବ ଏବଂ ବାପା ମୁଲାୟମ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍ ଦେଇଛି । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ପାଇନଥିବା ଦର୍ଶାଇଥିଲା। ଏହାପରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ନିଜ ଷ୍ଟାଟସ ରିପୋର୍ଟ […]
କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍ ଫିଲ୍ମ ଫେଷ୍ଟିଭାଲ୍। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍ ଅଭିନେତ୍ରୀଙ୍କ ଗ୍ଲାମରସ୍ ଲୁକ୍ରେ ରେଡ୍ କାର୍ପେଟ୍ ଆହୁରି ରଙ୍ଗିନ୍ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍ମାନଙ୍କୁ ମାତ୍ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍ ହୋଇଯାଇଛନ୍ତି ବଲିଉଡ୍ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର। ରେଡ୍ କାର୍ପେଟ୍ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍ ଭାଇରାଲ୍ ହୋଇଛି। […]
ୱାଶିଂଟନ: ଦେବଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା। ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ। ସମସ୍ତେ ନିଜ ମନରେ ଭଗବାନଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍ରୁମ୍ରେ ପାଇବେ ଆପଣଙ୍କୁ କେମିତି ଲାଗିବ? ଏମିତି କିଛି ଘଟିଛି ଆମେରିକାରେ। ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ […]
ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ସୋଶାଲ୍ ମିଡିଆରେ ମିମ୍ସ ଶେଆର୍ କରି ବିବାଦ ଘେରକୁ ଚାଲି ଆସିଛନ୍ତି ବିବେକ ଓବରୟ। ଐଶ୍ଚର୍ଯ୍ୟା ବିବାହ କରି ନିଜ ଲାଇଫ୍ରେ ସେଟେଲ୍ ହୋଇ ସାରିଛନ୍ତି। ହେଲେ ତାଙ୍କ ପୁରୁଣା ସମ୍ପର୍କକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏଥିରେ କିନ୍ତୁ ତାଙ୍କର କିଛି ଭୁଲ ନ ଥିବା ଯୁକ୍ତି ବାଢ଼ିଛନ୍ତି ବିବେକ। ସେ କହିଛନ୍ତି ଯେ, ‘ଲୋକମାନେ ମୋତେ ଭୁଲ୍ ମାଗିବାକୁ କହୁଛନ୍ତି। କ୍ଷମା […]
ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି। ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, […]
ନୂଆଦିଲ୍ଲୀ: ୧୯ ତାରିଖ ଦିନ ପ୍ରକାଶ ପାଇଥିବା ଚଳିତ ସାଧାରଣ ନିର୍ବାଚନର ଏକଜିଟ ପୋଲକୁ ନେଇ ବିରୋଧୀ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି। ଆଜି ପୁଣି କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆଞ୍ଚଳିକ ଦଳ ଗୁ଼ଡ଼ିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା, ହେଲେ ଏକଜିଟ ପୋଲରେ ଏହାର ବିପରୀତ ଦେଖି ଏବେ ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ନିକଟରେ ପ୍ରକାଶ ପାଇଥିବା ଏକଜିଟ୍ […]
ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍ ନେଇ ମୁହଁ ଖୋଲିଲେ ସେନା ଅଧିକାରୀ। ୨୦୦୪ରୁ ୨୦୧୪ ଭିତରେ ପାକିସ୍ତାନ ସୀମାରେ କେବେ ବି ସର୍ଜିକାଲ ଷ୍ଟ୍ରାଇକ ହୋଇନଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ବୋଲି କହିଛନ୍ତି ନର୍ଦନ କମାଣ୍ଡର ଜିଓସି ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ । ସେ କହିଛନ୍ତି, ରାଜନେତାମାନେ କ’ଣ କହୁଛନ୍ତି ତାହାର ଜବାବ ସରକାର […]
ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଛନ୍ତି। ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ମାୟାବତୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦିଲ୍ଲୀରେ ଆଜି ମାୟାବତୀଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ବିଏସପି ପକ୍ଷରୁ ଘୋଷଣା କରାଯାଇଛି। ସେ ଲକ୍ଷ୍ମୌରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନା କାହିଁକି […]