ଲଣ୍ଡନ: ଆଇସିସି ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଏହାର ଜବାବ୍ରେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ମାତ୍ର ୨୦୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚେର ୨୭ ରନ୍ ଦେଇ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିଲେ। ଅନ୍ୟପକ୍ଷେ, […]
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍ ଅନୁଷ୍ଠିତ ହେବ। ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ ବିଭିନ୍ନ ଦଳର ଟିମ୍ ପହଞ୍ଚିବାକୁ ଲାଗିଛନ୍ତି। ଆୟୋଜକ ଭାରତୀୟ ଟିମ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ଆଜି ପୋଲାଣ୍ଡ ଓ ରୁଷିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ସିରିଜ୍ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ […]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି ଉପସ୍ଥିତ ରହିବେ କିନ୍ତୁ ମୋଦିଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ। ଆଜିର ଏହି ଶପଥ ଉତ୍ସବରେ ମୋଦିଙ୍କ ପରିବାରରୁ କେବି ବି ସାମିଲ୍ ହେବେ ନାହିଁ। […]
ଅମରାବାତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍.ଏଲ୍. ନରସିଂହନ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଡିଏମ୍କେ ସଭାପତି ଏମ୍.କେ ଷ୍ଟାଲିନ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଉପସ୍ଥିତ […]
ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି। ସନ୍ତୋଷ ଗଙ୍ଗୱାର ହେଉଛନ୍ତି ଲୋକସଭାର ୧୭ତମ ବାଚସ୍ପତି। ସେ ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆଠ ଆଠଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗଙ୍ଗୱାର୍ ଜଣେ ଅନୁଭବୀ ନେତା। ଉତ୍ତରପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଛନ୍ତି।
ଲଣ୍ଡନ: ଆସନ୍ତାକାଲି କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍। ଉଭୟ ଦଳରେ ଏକାଧିକ […]
ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍ମାନ୍ଙ୍କ ଫ୍ୟାନ୍ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍କୁ ତାଙ୍କ ଟ୍ୱିଟର୍ ପେଜ୍ରେ ଶେଆର୍ କରିଛନ୍ତି। ଏହି ଟ୍ୱିଟ୍ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି […]
ଭୋପାଲ: ମାତ୍ର ୧୬ ଦିନ ତଳେ ଯେଉଁ କନ୍ୟାର ବିବାହ କରାଇଥିଲେ, ତାଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଜଣେ ପଣ୍ଡିତ। ମଧ୍ୟପ୍ରଦେଶର ଅସଥ୍ ଗାଁରେ ଏମିତି ଘଟଣା ଘଟିଛି। କନ୍ୟା ପ୍ରିୟା (ଛଦ୍ମନାମ) ଗତ ୭ ତାରିଖ ଦିନ ବିବାହ କରିଥିଲେ। ଆଉ ୨୩ ତାରିଖ ଦିନ ସେହି ପଣ୍ଡିତଙ୍କ ସହ ଫେରାର ହୋଇଯାଇଛନ୍ତି, ଯିଏ ବିବାହର ସମସ୍ତ କର୍ମକାଣ୍ଡ କରାଇଥିଲେ। କନ୍ୟା ବାହାଘର ପରେ ବାପଘରକୁ ଯାଇ ସେଠାରୁ ହିଁ ଫେରାର ହୋଇଯାଇଥିଲେ। ବିନୋଦ ମହାରାଜ […]