• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

AAP leader
ମନ୍ଦିରରୁ ଫେରୁଥିବାବେଳେ ଆପ୍ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼; ଜଣେ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁଣିଥରେ ବାଜି ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଶୋକ ମାନ୍‌। ଏଥିରେ ଆଉ ଜଣେ କର୍ମୀ ଆହତ ହୋଇଥିବା ବେଳେ ନବନିର୍ବାଚିତ ବିଧାୟକ ନରେଶ ଯାଦବ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନରେ ବିଜୟ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ […]

petrol pump
କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇଛି। ଫଳରେ ପେଟ୍ରୋଲ ଦର ଲିଟର ପିଛା ୭ ୨.୧୦ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭ ପଇସା ହୋଇଛି। ଜାନୁଆରୀ ୭ରେ କରୋନା ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ […]

pallavi
ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପିପିଲି: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ସରି ଯାଇଛି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଉଭୟ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ଫେବୃଆରୀ ୧୪ରେ ବିବାହ କରିବେ। କିନ୍ତୁ ଫେବୃଆରୀ ୧୪ ନୁହେଁ ବରଂ ଆସନ୍ତା ୨୬ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ […]

corona
ଚୀନରେ ପ୍ରାଣଘାତୀ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ବେଜିଂ: ଚୀନରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୩୯ ହଜାର ୮୦୦ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜାନୁଆରୀ ୧୫ ପରେ ଚୀନ୍ ଯାଇଥିବା ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା DGCA। ଏନେଇ ଏକ ସର୍‌କୁଲାର୍‌ ଜାରି ହୋଇଛି। ଆକାଶ ମାର୍ଗ ସହ ଜଳ, ସ୍ଥଳପଥରେ ନେପାଳ, ଭୁଟାନ, ବାଂଲାଦେଶ ଓ ମିଆଁମାର ଦେଇ ଚୀନ […]

train
ରେଲ୍‌ୱେରେ ଚାକିରି ଅଫର୍‌, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଥିବା ବିଶେଷ କରି ଯେଉଁମାନେ ରେଲ୍‌ୱେରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। West Central Railway ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜାନୁଆରୀ ୧୫ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ଆବେଦନର ଶେଷ ତାରିଖ। ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୨୭୩। ଏହି ପଦବୀ ପାଇଁ ୧୦ମ ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆବେଦନ […]

train
ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଟ୍ରେନ୍‌ର ଲୋକୋ ପାଇଲଟ୍‌। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍‌ ଡିଭିଜନ୍‌ର ପାଚୋରା ଓ ମାହେଜୀ ରେଲ୍‌ୱେ ଷ୍ଟେସନ୍‌ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଟ୍ରେନ୍‌ର ଗାର୍ଡ ଏହା ଦେଖିବା ପରେ ଲୋକୋ ପାଇଲଟ୍‌ଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରେନ୍‌ରୁ ଖସି ଅଚେତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ […]

thailand
ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ

ବ୍ୟାଙ୍ଗ୍‌କକ୍‌: ଥାଇଲାଣ୍ଡର ଏକ ସପିଂ ମଲ୍‌ରେ ଜଣେ ବନ୍ଧୁକଧାରୀ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ରବିବାର ଦିନ କୋରାଟ ସହରରେ ଏହି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଯବାନ ଜଣକ ପ୍ରଥମେ ସେନାର ଏକ ଭ୍ୟାନ୍‌ ଓ ମେସିନ ଗନ୍ ଚୋରି କରି ନେଇଥିଲା। ଏହାପରେ ନିଜ ପାଖରେ ଥିବା ଅନ୍ୟ ଏକ ମେସିନ ଗନ୍‌ରୁ ଟର୍ମିନାଲ୍‌ ୨୧ ସପିଂ […]

saree
ପସନ୍ଦ ଆସିଲାନି କନ୍ୟାର ଶାଢ଼ୀ, ମଣ୍ଡପ ଛାଡ଼ି ପଳାଇଲା ବର

ବେଙ୍ଗାଲୁରୁ: ଅନେକ କାରଣରୁ ବାହାଘର ଭାଙ୍ଗି ଯାଇଥାଏ। ପୂର୍ବର ପ୍ରେମସମ୍ପର୍କ, ଯୌତୁକ ଏମିତିକି ବେନାମୀ ଚିଠି ଯୋଗୁ ବି ବେଳେବେଳ ବାହାଘର ବାହାଘର ଭାଙ୍ଗି ଯାଇଥାଏ।   ହେଲେ ଆପଣ କେବେ ଶୁଣିଛନ୍ତି ସାମାନ୍ୟ ଶାଢ଼ୀ ପାଇଁ ବିବାହ ଭାଙ୍ଗିଯିବା ? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଯେ କେହିବି ଏହା ଶୁଣିବେ ଆଶ୍ଚର୍ଯ୍ୟ ତ ନିଶ୍ଚୟ ଲାଗିବ। ହେଲେ ଘଟଣାଟି ସତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ।  ବରର ମାତା-ପିତାଙ୍କୁ କନ୍ୟା(ଦୁଲ୍‌ହନ)ର […]

police si
ନିର୍ବାଚନର ଦିନକ ପୂର୍ବରୁ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତକାଲି ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ଏହି ଘଟଣା ଘଟିଛି। ଏସ୍‌ଆଇ ପ୍ରୀତି ଅହଲାୱତ୍‌(୨୬) ଗତକାଲି ରାତିରେ ଡ୍ୟୁଟି ସାରି ମେଟ୍ରୋରେ ଘରକୁ ଫେରୁଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ଚାଲି ଚାଲି ରୋହିଣୀ ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ଫେରୁଥିଲେ। ଏହି […]

twitter
୨୦ ମିନିଟ୍‌ ଟ୍ୱିଟର୍‌ ଡାଉନ୍‌, ବିଶ୍ୱବ୍ୟାପୀ ପ୍ରକାଶ ପାଇଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଡାଉନ୍‌ ହେଲା ସୋସିଆଲ୍‌ ନେଟ୍‌ୱର୍କିଂ ସର୍ଭିସ୍‌ ଟ୍ୱିଟର୍‌। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ ମିନିଟ ଧରି ଟ୍ୱିଟର୍‌ ଡାଉନ୍‌ ହୋଇ ଯିବାରୁ ଅର୍ଥାତ୍‌ କୌଣସି ଟ୍ୱିଟ୍‌ ନ ହୋଇପାରିବାରୁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ୟୁଜର୍ସମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଟ୍ୱିଟର୍‌ ପକ୍ଷରୁ ୟୁଜର୍ସମାନଙ୍କୁ କ୍ଷମା ମାଗିବା ସହ ବୈଷୟିକ ତ୍ରୁଟି ଯୋଗୁ ଅଚଳ ହୋଇଥିବା ସୂଚନା ଦିଆଯାଇଥିଲା। ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା। […]

neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଭାଇ ଟୋନି କଲେ ଏମିତି ଖୁଲାସା

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ଓ ତାଙ୍କ ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଏସବୁ ଭିତରେ ନେହାଙ୍କ ଭାଇ ଟୋନି କକ୍କର, ନେହା ଓ […]

china
ଆଖି ବୁଜିଲେ କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତର

ବେଜିଂ: ଚୀନରେ କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଶୁକ୍ରବାର ଦିନ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କ ମୃତ୍ୟୁ ଘଟିଛି। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନ୍‌ ସହରରେ ଏକ ହସ୍ପିଟାଲ୍‌ରେ ଲି ୱେନ୍‌ଲିଆଙ୍ଗ୍‌ ଜଣେ ophthalmologist ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ଡିସେମ୍ବରରେ ଯେତେବେଳେ […]

vijay
ତାମିଲ ଷ୍ଟାର ବିଜୟଙ୍କ ଘରେ ଇନ୍‌କମ୍‌ ଟାକ୍ସ ରେଡ୍‌, ଫିଲ୍ମ ଫାଇନାନ୍ସରଙ୍କ ଘରୁ ମିଳିଲା ୬୫ କୋଟି ଟଙ୍କା

ଚେନ୍ନାଇ: ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପାୱାର୍‌ଫୁଲ୍‌ ଫାଇନାନ୍ସରଙ୍କ ଘରେ ଆୟକର ବିଭାଗ ଚଢ଼ଉ ବେଳେ ୬୫ କୋଟି ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ଅଧିକାରୀ ଏଜିଏସ୍‌ ସିନେମା ଓ ଫିଲ୍ମ ଫାଇନାନ୍ସର ଅନ୍‌ବୁ ଚେଲିୟାନ୍‌ଙ୍କ ମଦୁରାଇ ସ୍ଥିତ ଘରେ ଏହି ରେଡ୍‌ କରିଛନ୍ତି। ରେଡ୍‌ ପରେ ଏହି ଘଟଣାରେ ତାମିଲ୍‌ ଅଭିନେତା ବିଜୟଙ୍କ ସମ୍ପୃକ୍ତି ନେଇ ଆୟକର ଅଧିକାରୀ ତାଙ୍କୁ(ବିଜୟ) ପଚରାଉଚରା କରିବା ସହ ଅଭିନେତାଙ୍କ ଚେନ୍ନାଇ ସ୍ଥିତ […]

plane crash
ଲ୍ୟାଣ୍ଡିଂ ବେଳେ ରନ୍‌ୱେରୁ ଖସି ଫାଳ ଫାଳ ହୋଇଗଲା ବିମାନ

ଇସ୍ତାନବୁଲ୍‌: ତୁର୍କୀର ଇସ୍ତାନବୁଲ୍‌ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅବତରଣ(ଲ୍ୟାଣ୍ଡିଂ) ବେଳେ ରନ୍‌ୱେରୁ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପେଗାସସ୍‌ ଏୟାରଲାଇନ୍ସର ଏକ ବିମାନ ବୁଧବାର ଦିନ ଇସ୍ତାନବୁଲ୍‌ ବିମାନବନ୍ଦରରେ ଅବତରଣ ବେଳେ ରନ୍‌ୱେରୁ ଖସି ଯାଇଥିଲା। ଏହାପରେ ତତ୍‌କ୍ଷଣାତ ବିମାନରେ ନିଆଁ ଲାଗିବା ସହ ଏହା ୩ ଫାଳ ହୋଇଯାଇଥିଲା। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ […]

trump 1
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ କାଗଜକୁ ଚିରି ଦେଲେ ବାଚସ୍ପତି

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଇଛନ୍ତି। ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦ୍‌ବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି, ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ। ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନ ଥିଲେ। #WATCH US House Speaker Nancy Pelosi tore a copy […]

virat
ଏମିତି ରନ୍‌ ଆଉଟ୍‌ କରି ସମସ୍ତଙ୍କୁ ଚକିତ କରିଦେଲେ ବିରାଟ

ହାମିଲଟନ: ଶୂନ୍ୟରେ ଉଡ଼ି ରନ୍‌ ଆଉଟ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ହାମିଲଟନର ସେଡ୍ଡନ ପାର୍କ ଷ୍ଟାଡିୟମରେ ବିରାଟ, ନ୍ୟୁଜିଲ୍ୟାଣ୍ଡ ଓପନର ହେନେରି ନିକୋଲସଙ୍କୁ କରିଥିବା ରନ୍‌ ଆଉଟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକୋଲସ ଅର୍ଦ୍ଧଶତକ ହାସଲ କରିବା ସହ ଅଭିଜ୍ଞ ରସ୍‌ ଟେଲରଙ୍କ ସହ ମିଶି ନ୍ୟୁଜିଲ୍ୟାଣ୍ଡକୁ ବିଜୟ ଅଭିମୁଖେ ନେଇ ଯାଉଥିଲେ। ହେଲେ ବିରାଟ ଚମତ୍କାର ଫିଲ୍ଡିଂ କରି ନିକୋଲସଙ୍କୁ […]

sandwitch
କୋଟି କୋଟି ଟଙ୍କା ପାଉଥିଲେ, ହେଲେ ସ୍ୟାଣ୍ଡ୍‌ୱିଚ୍‌ ଚୋରି କରୁଥିଲେ !

ନୂଆଦିଲ୍ଲୀ: ଆପଣ କେବେ ବିଶ୍ୱାସ କରିପାରିବେ କି କୋଟି କୋଟି ଟଙ୍କା ଦରମା ପାଉଥିବା ବ୍ୟକ୍ତି ସାମାନ୍ୟ ସ୍ୟାଣ୍ଡ୍‌ୱିଚ୍‌ ଚୋରି କରିପାରିବ ବୋଲି ? ଆଉ ଏଥିପାଇଁ ଚାକିରିରୁ ମଧ୍ୟ ନିଲମ୍ବନ ହେବାକୁ ପଡ଼ିବ। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଘଟଣାଟି ସତ। ଏମିତି ଏକ ଘଟଣା ଘଟିଛି ବ୍ୟାଙ୍କ୍‌ରେ ଏକ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କ ସହ। ଯିଏକି ୯ କୋଟିରୁ ଅଧିକ ଟଙ୍କାର ଦରମା ପାଉଥିଲେ। ଏକ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା […]

nirbhaya-1
ନିର୍ଭୟା ଦୋଷୀଙ୍କୁ ଫାଶି: ସପ୍ତାହ ମଧ୍ୟରେ ଆଇନଗତ ପ୍ରକ୍ରିୟା ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦେବା ପାଇଁ କେନ୍ଦ୍ର ସରକାର କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରବିବାର ଦିନ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ଅଲଗା […]

tourist
ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା। ଏଣିକି ଭୁଟାନ ଗଲେ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରତିଦିନ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଭୁଟାନର ନିମ୍ନ ସଦନରେ ଏକ ବିଧେୟକ ପାରିତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ପର୍ଯ୍ୟଟକ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ପର୍ଯ୍ୟଟକ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ଏପରି […]

airtel
Airtelର ସବୁଠୁ ଶସ୍ତା ପ୍ଲାନ୍‌ ! ଅନ୍‌ଲିମିଟେଡ୍‌ କଲିଂ ସହ ମିଳିବ ଏମିତି ଡାଟା ସୁବିଧା

ନୂଆଦିଲ୍ଲୀ: ଆଜିକାଲି ସବୁ ମୋବାଇଲ୍‌ ନେଟ୍‌ୱର୍କ ଏହାର ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଅଧିକ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି। ଏୟାରଟେଲ୍‌ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ଏବେ ଏମିତି ଏକ ଫାଇଦା ଆଣିଛି, ଯେଉଁଥିରେ କମ୍‌ ମୂଲ୍ୟରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରିବ। ଏୟାର୍‌ଟେଲ୍‌ର ୨୧୯ ଟଙ୍କାର ପ୍ଲାନ୍‌ ରିଚାର୍ଜ କଲେ ଆପଣ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍‌ କରିପାରିବେ। ଏହାସହ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ ଏହି ପ୍ଲାନ୍‌ରେ। ତା’ହେଲେ ଆସନ୍ତୁ ଜାଣିବା ଏୟାର୍‌ଟେଲ୍‌ର […]

dhoni
ଗୁପ୍‌ଚୁପ୍‌ ପରଷିଲେ ଧୋନି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ପରଷିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ। କାରଣ କଥାଟା ଏମିତି ଯେ କେହିବି ଶୁଣିଲେ ସେମାନଙ୍କୁ ଟିକେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲ୍‌ଦ୍ୱୀପରେ। ଯେଉଁଠି ଧୋନି ଏବେ ପରିବାର ଓ ବନ୍ଧୁଙ୍କ ସହ ଛୁଟି କଟାଉଛନ୍ତି। ଧୋନିଙ୍କ ଗୁପ୍‌ଚୁପ୍‌ ପ୍ରସ୍ତୁତ କରିବାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ […]

honey
କରୋନାରୁ ମୁକ୍ତି ଦେବ ଏସବୁ ଜିନିଷ !

ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା  ୫୦୦ ଜଣଙ୍କ ଜୀବନ ନେଇ ସାରିଲାଣି। କିଛି ଆକ୍ରାନ୍ତ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଆଉ କିଛି ଲୋକ ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏହି ଭାଇରସ୍‌ରୁ କେମିତି ମୁକ୍ତି ପାଇବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଦେଶ ଔଷଧ ଖୋଜି ପାଇପାରି ନାହିଁ। ଏସବୁ ଭିତରେ ଚୀନର ହୁଆନ୍‌ରେ ରହୁଥିବା କୋନ୍ନର୍‌ ରିଡ୍‌ ନାମକ ଜଣେ ଯୁବକ ଦାବି […]

fire in river
ନଦୀରେ ଲାଗିଲା ନିଆଁ, ଭୟଭୀତ ଲୋକେ

ଗୌହାଟୀ: ନଦୀରେ ଲାଗିଲା ନିଆଁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆସାମର ଦିବ୍ରୁଗଡ଼ରେ ଥିବା ବୁର୍‌ହି ଧିଂ ନଦୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସାଶୋନୀ ଗାଁ ଦେଇ ଯାଇଥିବା ଦିଘୋଲିବିଲ୍‌ ସ୍ଥିତ ବୁର୍‌ହି ଧିଂ ନଦୀରେ ଏହି ନିଆଁ ଲାଗିଛି। ଅଏଲ୍‌ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ହେବା ଫଳରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଲିଆଜନ୍‌ରେ ଥିବା ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର […]

e-visa
ଅସ୍ଥାୟୀ ଭାବେ ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆଜି ଭାରତ, ଚୀନ ନାଗରିକଙ୍କ ଇ-ଭିସା ବାତିଲ୍‌ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଅସ୍ଥାୟୀ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍‌ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍‌ ସମେତ ୨୫ଟି ଦେଶରେ ଏହି ଭାଇରସ୍‌ର ଉପସ୍ଥିତି ଠାବ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା […]

kv
କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି, ଇଚ୍ଛୁକ ପ୍ରାର୍ଥୀ କରିପାରିବେ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ଡେରି ନ କରି ଖାଲି ପଡ଼ିଥିବା ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍‌) ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଫେବୃଆରୀ ୧୫ ସୁଦ୍ଧା ଆବେଦନ କରିପାରିବେ। ଜାଣନ୍ତୁ କେଉଁ କେଉଁ ପଦବୀ ସବୁ ଖାଲି ପଡ଼ିଛି… TGTs – ଇଂରାଜୀ, ହିନ୍ଦୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, […]