ନୂଆଦିଲ୍ଲୀ: ନୂଆଦିଲ୍ଲୀର ପରବର୍ତ୍ତୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ। ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ୩୦ ଜୁନ୍ ୨୦୨୧ ଯାଏ ରହିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏବେ ସ୍ଥିତି ଶାନ୍ତ ରହିଛି। […]
ମୁମ୍ୱାଇ: ପରଦାରେ ଏକାଠି ଦେଖିବାକୁ ମିଳିପାରେ ବଲିଉଡ୍ରେ ସର୍ବଦା ଲାଇମ୍ ଲାଇଟ୍ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଓ କରିସ୍ମା କପୁରଙ୍କୁ। ପରଦାରେ କେବେବି ଏକାଠି ନଜର ଆସି ନାହାନ୍ତି ଏହି କପୁର ସିଷ୍ଟର୍ସ। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍ ହୋଇଥିବା ପିଲ୍ମ ‘ଜୁବୈଦା’ର ସିକ୍ୱେଲ୍ ‘ଋତ୍ବା’ରେ ଅଭିନୟ କରିପାରନ୍ତି। ‘ଜୁବୈଦା’ର ସ୍କ୍ରିପ୍ଟ ଖାଲିଦ ମହମ୍ମଦ ଲେଖିଥିଲେ। ଆଉ ଏବେ ସେ ଏହାର ସିକ୍ୱେଲ୍ ପାଇଁ ଯୋଜନା କରୁଛନ୍ତି। ଏହାକୁ ନେଇ […]
ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଜିଡିପି ପ୍ରକାଶ ପାଇବା ପୂର୍ବରୁ ଶେଆର୍ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର କେତେ ରହିଛି ପ୍ରକାଶ ପାଇବ। ତେବେ ଦେଖିବାକୁ ବାକି ରହିଲା ଗତ ଦୁଇଟି କ୍ୱାର୍ଟର୍ ଭଳି ଏଥର […]
ମୁମ୍ବାଇ: ଗତ କିଛିଦିନ ଧରି ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେବେଠୁ ଉଭୟଙ୍କ ବିବାହ କଥା ଉଠିଲାଣି ସେବେଠୁ ଉଭୟଙ୍କୁ ନେଇ ବିଭିନ୍ନ ପ୍ରକାର କଥା ଆଲୋଚନା ହେଉଛି। ଏରପିକି ଉଦିତ୍ ଖୋଦ୍ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଶୋ’ରେ କହିଥିଲେ। ଏପରିକି ସେ ନେହାଙ୍କୁ, ଆଦିତ୍ୟଙ୍କ ନାଁ ଧରି […]
ନୂଆଦିଲ୍ଲୀ: ଅଧ ରାତିରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରଙ୍କ ବଦଳି ହୋଇଛି। ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା, ମଉଜପୁର ଏବଂ କରଓ୍ୱାଲ ନଗରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ରାତି ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ରହିଥିଲା। ଦିଲ୍ଲୀରେ ହିଂସା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଂସା ଘଟିଥିବା ସ୍ଥାନ ବୁଲି ପରିଦର୍ଶନ କରୁଛନ୍ତି। ଗତକାଲି ଦିଲ୍ଲୀ ହିଂସା ପ୍ରସଙ୍ଗରେ ମତ ରଖି ଶାନ୍ତି ବଜାୟ […]
ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶୁଣାଣି ବେଳେ କୋର୍ଟ ହିଂସାକାଣ୍ଡରେ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସହଯୋଗ ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମୁରଲୀଧରଙ୍କ ବାସଭବନରେ ହିଁ ମାମଲାର ଶୁଣାଣି ମଧ୍ୟରାତ୍ରରେ ହୋଇଛି। ଆଇନଜୀବୀ ସୁରୁର ମାଣ୍ଡେର […]
କୋଟା: ରାଜସ୍ଥାନର ବୁଣ୍ଡି ଜିଲ୍ଲାରେ ଏକ ବରଯାତ୍ରୀ ବସ୍ ନଦୀ ଭିତରକୁ ଖସି ଯିବା ଫଳରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଅଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୮ଜଣ ବରଯାତ୍ରୀଙ୍କୁ ନେଇ ଏହି ବସ୍ଟି କୋଟାରୁ ସଓ୍ୱାଇ ମାଧୋପୁର ଯାଉଥିଲା। ଏହି ସମୟରେ ବସ୍ଟି ଭାରସାମ୍ୟ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ତୀବ୍ର ହେବାରେ ଲାଗିଛି। ଆଜି ଏହି ହିଂସାକାଣ୍ଡରେ ପୁଣି ୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ଏବେ ବି ପ୍ରାୟ ୨୦୦ ଜଣ ଲୋକ ସଂଘର୍ଷରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ଲଗାଇଥିଲେ ହେଁ ଆଜି ସକାଳୁ ଗୋକୁଲପୁରୀରେ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ସଂଘବଦ୍ଧ […]
ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ। ଏହାସହ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ବ୍ୟାପର ମନ୍ତ୍ରୀଙ୍କ ସମେତ ଦୁଇ ରାଷ୍ଟ୍ରର ବରିଷ୍ଠ ଅଧିକାରୀଙ୍କ ସହ ଔପଚାରିକ ସାକ୍ଷାତ କରିଥିଲେ। ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ରାଜଘାଟ ଯାଇଥିଲେ। […]
ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟି ଜଣେ ପୁଲିସ୍ କର୍ମୀ ଓ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୋମବାର ଦିନ ହୋଇଥିବା ଏହି ହିଂସାକାଣ୍ଡ ଘଟଣାରେ ୧୦୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ସିଏଏକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ସିଏଏ ସମର୍ଥକ ଓ ଏହାକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପଥର […]
ସୁରତରୁ ଲୁଟ୍ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍ ଭିତରୁ ଲୁଟେରାଙ୍କୁ ରେଲ୍ୱେ ପୋଲିସ୍ ଧରିଛି।
ନୂଆଦିଲ୍ଲୀ: ଯଦି ଆପଣ ସୁନାରେ ଟଙ୍କା ନିବେଶ କରିଛନ୍ତି ତା’ହେଲେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର, ହେଲେ ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି ଏହି ଖବର ଆପଣଙ୍କୁ ଝଟ୍କା ଦେଇପାରେ। ଗତ ୨ ମାସରେ ସୁନା ଦରରେ ବୃଦ୍ଧି ଓ ହ୍ରାସ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମେ ଆମେରିକା-ଇରାନ ଏହାପରେ ଆମେରିକା-ଚୀନ ମଧ୍ୟରେ ଟ୍ରେଡ୍ ୱାର୍ ଯୋଗୁ ସୁନା, ରୂପା ଦର ବୃଦ୍ଧି ଘଟିଥିଲା। ଏପରିକି ୧୦ ଗ୍ରାମ୍ ସୁନା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଏକ ପାହାଡ଼ରୁ ସୁନାର ଭଣ୍ଡାର ମିଳିବା ପରେ, ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋନଭଦ୍ରରେ ଥିବା ଏକ ଗାଁରେ ୩ ହଜାର ଟନ୍ରୁ ଅଧିକ ସୁନାର ଭଣ୍ଡାର ମିଳିଛି। ଏହି ସୁନାର ଭଣ୍ଡାର ମିଳିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥା ଯେଉଁଭଳି ଭାବରେ ଅଛି ଏଥିରେ ଏହା ସହାୟକ ହେବ। ୱାର୍ଲଡ୍ ଗୋଲ୍ଡ କାଉନ୍ସିଲ୍ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତ ପାଖରେ ପାଖାପାଖି […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୨ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ପୁଲିସ୍ ତାଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ବେଙ୍ଗାଲୁରୁରେ ସିଏଏ ଓ ଏନଆରସି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଉଦବୋଧନ ଦେଇ ଏଆଇଏମ୍ଆଇଏମ୍ ମୁଖ୍ୟ […]
ନୂଆଦିଲ୍ଲୀ: ବଗି ଛାଡ଼ି ପଳାଇଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍। ଥରେ ନୁହେଁ ଦୁଇ ଦୁଇଥର ଏହି ଏକ୍ସପ୍ରେସ୍ ଟ୍ରେନ୍ର ବଗି ଅନ୍ୟ ଏକ ବଗିରୁ ଅଲଗା ହୋଇଯାଇଥିଲା। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀ ଆନନ୍ଦବିହାର ଷ୍ଟେସନରୁ ଛାଡିବାର କିଛି ସମୟ ପରେ ଦୁଇ ବଗି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହେବାରୁ ଟ୍ରେନଟି ଦୁଇ ଭାଗ ହୋଇଯାଇଥିଲା। ପରେ ସଙ୍ଗେସଙ୍ଗେ ଟ୍ରେନ୍ ସହ ବିଚ୍ଛିନ୍ନ ହୋଇଥିବା ବଗିକୁ ସଂଯୋଗ କରାଯାଇଥିଲା। ତେବେ ଟ୍ରେନ୍ଟି କିଛି […]
ଭୁବନେଶ୍ୱର: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା।। ଏନେଇ ପ୍ରଜ୍ଞାନ ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି କ୍ରିକେଟରୁ ଅବସର ନେବା ନେଇ ସୂଚନା ଦେଇଛନ୍ତି। ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ପ୍ରଜ୍ଞାନ ହାଇଦ୍ରାବଦକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ସେ ୧୪ ବର୍ଷ ଖେଳିଥିଲେ। ଟିମ୍ ଇଣ୍ଡିଆ ତରଫରୁ […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୧ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ବେଙ୍ଗାଲୁରୁ: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ୍ ଓୱେସୀଙ୍କ ସାମ୍ନାରେ ଜଣେ ଯୁବତୀ ପାକିସ୍ତାନ ଜିନ୍ଦାବାଦ ନାରା ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବେଙ୍ଗାଲୁରୁରେ ସିଏଏ ଓ ଏନଆରସି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଉଦବୋଧନ ଦେଇ ଓୱେସୀ ପଳାଇ ଯାଉଥିବା ବେଳେ ହଠାତ ସମ୍ପୃକ୍ତ ଯୁବତୀ ଜଣଙ୍କ ମଞ୍ଚ ଉପରକୁ ଉଠି ଆସି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ଜିନ୍ଦାବାଦର ନାରା ଦେଇଥିଲେ। ଏହା ଶୁଣି ଓୱେସୀ ଉକ୍ତ […]
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କର ଏବେ ନିଜ ଲଭ୍ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ବୟାନ ଦେଇଥିଲେ। ସେ କହିଥିଲେ ଯେ ସେ ଏ ସବୁକୁ ନେଇ ଅନେକ ଦିନ ହେଲାଣି ଚୁପ୍ ରହିଥିଲେ, ସେଥିପାଇଁ ଲୋକଙ୍କ ମନରେ ତାଙ୍କ ବିଷୟରେ ଭୁଲ୍ ଧାରଣା ଆସିଥିଲା। ତେବେ ହିମାଂଶଙ୍କ ବୟାନ ପରେ ନେହା ବହୁତ ରାଗି ଯାଇଛନ୍ତି […]
ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ସେଟ୍ରେ ଏକ ଦୁଃଖଦ ଘଟଣା ଘଟିଛି। ଚେନ୍ନାଇର ଇଭିପି ଫିଲ୍ମ ସିଟିରେ ଫିଲ୍ମର ଶୁଟିଂ ଚାଲିଥିବା ସମୟରେ କ୍ରେନ୍ ଖସି ପଡ଼ିବାରୁ ୩ ଜଣ ଆସିଷ୍ଟାଣ୍ଟ୍ ଡାଇରେକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଫେବୃଆରୀ ୧୯ ତାରିଖ ରାତି ୯.୩୦ ମିନିଟ୍ରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯୟୀ, ଏହି ଅଘଟଣ ଘଟିବା ସମୟରେ କମଲ୍ ଶୁଟିଂ ସେଟ୍ର ଅନ୍ୟ ଏକ […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୦ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…