ନୂଆଦିଲ୍ଲୀ: ଆପଣ OLA କ୍ୟାବ୍ରେ ଟ୍ରାଭେଲ୍ କରୁଛନ୍ତି କି ? ହୁଏତ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କରୋନାକୁ ଦୃଷ୍ଟିରେ ରଖି ଦେଶରେ OLA ଏହାର ‘ଶେଆର୍ ରାଇଡ୍’ ସେବାକୁ ବାତିଲ୍ କରିଛି। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ‘ଶେଆର୍ ରାଇଡ୍’ରେ ଗୋଟିଏ ଗାଡ଼ିରେ ଅନେକ ଅପରିଚିତ ବ୍ୟକ୍ତି ଅଳ୍ପ ଟଙ୍କା ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। କମ୍ପାନୀ ପକ୍ଷରୁ ପ୍ରକାଶ ପାଇଥିବା […]
ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l (ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ) ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍ ଗୋଟିଏ ଅଫିସରେ କାମ […]
ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଛି। ଏହାସହ ୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏନେଇ ମୁମ୍ବାଇରେ ସତର୍କତାମୂଳକ ପଦକ୍ଷେପ ନେବା ସହିତ ସାରା ମୁମ୍ବାଇରେ ଲକଡାଉନ୍ ଘୋଷଣା କରାଯାଇଛି। କରୋନା ସତର୍କତା ନେଇ ପୁରା ମୁମ୍ବାଇ ବନ୍ଦ ହେବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ବନ୍ଦ ରହିବ। ସାରା ମୁମ୍ବାଇରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି […]
ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର୍ କରୋନାରେ ଆକ୍ରାନ୍ତ ! କନିକାଙ୍କ କରୋନା ଟେଷ୍ଟ୍ ପରେ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଆଜି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସେ ଏବେ ଉତ୍ତରପ୍ରଦେଶ ଲକ୍ଷ୍ନୌର କିଙ୍ଗ୍ ଜର୍ଜସ୍ ମେଡିକାଲ୍ ୟୁନିଭର୍ସିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ‘ବେବି ଡଲ୍’ ସିଙ୍ଗର୍ ଭାବେ ଜଣାଶୁଣା କନିକା କପୁର୍ ରବିବାର ଦିନ ଲଣ୍ଡନରୁ ଫେରିଥିଲେ। ସେ ଲଣ୍ଡନରୁ ଫେରିବା ପରେ […]
ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଆଉ ଦେଶ ଦେଖିଲା ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ତାଙ୍କୁ ମିଳିଲା। ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳେ ଫାଶି ଖୁଣ୍ଟରେ ଝୁଲା ଯାଇଛି। ସକାଳ ସାଢ଼େ ୫ଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି […]
ନୂଆଦିଲ୍ଲୀ: ଆପଣ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ହୁଏତ ଆପଣଙ୍କ କାମରେ ଆସିପାରେ। କାହିଁକି ନା ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍ ବାତିଲ୍ ହୋଇଛି। କରୋନା ପାଇଁ ଟ୍ରେନ୍ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନେକ ଯାତ୍ରୀ ସେମାନଙ୍କ ଯାତ୍ରାକୁ ବାତିଲ କରୁଛନ୍ତି। ଏହାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ୧୬୮ଟି […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାକୁ ନେଇ ୧୫୧ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କରୋନା ଭାଇରସ୍ ଯେପରି ଆଗକୁ ଆଉ ନ ବ୍ୟାପେ ଏବଂ କିପରି ଏହାର ମୁକାବିଲା […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୯ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ JEE Main ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୫, ୭, ୯ ଓ ୧୧ରେ JEE Main ହେବା ପାଇଁ ସ୍ଥିର କରାଯାଇଥିଲା। ଯେହେତୁ ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର ହୋଇଥାଏ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡ଼ିବ। ଏଭଳି ସ୍ଥିତିରେ କରୋନା ସତର୍କତାକୁ ନେଇ ପରୀକ୍ଷା ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ପୁଣି ପରୀକ୍ଷା( JEE […]
ନୂଆଦିଲ୍ଲୀ: ‘କରୋନା’ ପାଇଁ ଆଜି ହେବାକୁ ଥିବା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ‘କରୋନା’ ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSE ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ପରୀକ୍ଷା ପୁଣି କେବେ କରାଯିବ ସେନେଇ ପରେ ଘୋଷଣା କରାଯିବ ବୋଲି CBSE ପକ୍ଷରୁ କୁହାଯାଇଛି। ସମସ୍ତ ସ୍କୁଲ ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ […]
ମୁମ୍ବାଇ: ବଲିଉଡ଼ରେ ଯେମିତି ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ ଗତ କିଛି ବର୍ଷ ହେବ ଚାଲିଛି ଚର୍ଚ୍ଚା। ପୂର୍ବରୁ ଅନେକ ଥର ପ୍ରଭାସ ଓ ବାହୁବଳୀ କୋ-ଷ୍ଟାର୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁ ଗୁଜବକୁ ନେଇ ମୁହଁ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୮ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ହୋମ୍ ଆଇସୋଲେସନ୍ରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ ଫେରିବା ପରେ ହୋମ୍ ଆଇସୋଲେସନ୍ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। କରୋନା ନେଇ ଯାଞ୍ଚ କରିବା ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସୁରେଶ ପ୍ରଭୁ। ୧୪ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୦ରେ ସାଉଦି ଆରବରେ ଆୟୋଜିତ ଦ୍ୱିତୀୟ ସେର୍ପାସ୍ ମିଟିଙ୍ଗକୁ ଯାଇଥିଲେ ସୁରେଶ ପ୍ରଭୁ।
ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଲଦାଖରେ ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଯବାନଙ୍କ ପିତା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଏହା ପ୍ରଥମ ମାମଲା ବୋଲି ଜଣାପଡ଼ିଛି। ଉଭୟଙ୍କ ନମୁନା ଯାଞ୍ଚ ପରେ କରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ମିଳିଛି। ଲଦାଖ ସ୍କାଉଟସ୍ରେ ନିଯୁକ୍ତି ପାଇଥିବା ସମ୍ପୃକ୍ତ ଯବାନଙ୍କ ପିତା ନିକଟରେ ଇରାନରୁ ଫେରିଥିବା ସୂଚନା ମିଳିଛି। ଉକ୍ତ ଯବାନ […]
ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍ ଆଜି ଶେଆର୍ ମାର୍କେଟ୍ରେ କାରବାର ଆରମ୍ଭରୁ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କରୋନା ଯୋଗୁ ଶେଆର୍ ମାର୍କେଟରେ କାରବାର ପ୍ରଭାବିତ ହୋଇଛି। ଆଜି କାରବାର ଆରମ୍ଭରୁ ସେନ୍ସେକ୍ସ ୧୬୦୦ ପଏଣ୍ଟ ତଳକୁ ଖସି ଥିବାବେଳେ ନିଫ୍ଟି ୯୬୦୦ ପଏଣ୍ଟ ତଳକୁ ଖସିଥିଲା। ଫଳରେ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। ସୂଚନାଥାଉ କି, ଶୁକ୍ରବାର ଦିନ ମଧ୍ୟ ଷ୍ଟକ୍ ମାର୍କେଟ୍ରେ କାରବାର ହ୍ରାସ ପାଇଥିଲା। କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ […]
ଆଗ୍ରା: କରୋନା ଭୟରେ ସ୍ୱାମୀଙ୍କୁ ଛାଡ଼ି ପଳାଇଲେ ସ୍ତ୍ରୀ ! ଏମିତି ଏକ ଖବର ଭାଇରାଲ ହୋଇଥିଲା। ହେଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆଜି ସଫେଇ ଦିଆଯାଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ଖବରକୁ ଖଣ୍ଡନ କରାଯିବା ସହ କୁହାଯାଇଛି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଇଟାଲିକୁ ହନିମୁନ୍ରେ ଯାଇଥିଲେ। ସେଠାରୁ ମାର୍ଚ୍ଚ ୬ ତାରିଖ ମୁମ୍ବଇ ଫେରିଥିଲେ। ସେଠାରୁ ମାର୍ଚ୍ଚ ୮ ତାରିଖ ସନ୍ଧ୍ୟା ୯.୪୫ରେ ବେଙ୍ଗାଲୁରରେ ପହଞ୍ଚିଥିଲେ। […]
ମୁମ୍ବାଇ: ଆପଣ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯୋଜନା କରିଛନ୍ତି କି ? ବିଶେଷ କରି ଯଦି ଆପଣ ଏସି ଟ୍ରେନ୍ରେ ଯାତ୍ରା କରିବା ପାଇଁ ପ୍ଲାନିଂ କରିଛନ୍ତି, ତା’ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣି ରଖନ୍ତୁ। ହୁଏତ ଆପଣଙ୍କ କାମରେ ଆସିପାରେ। ଏବେ କରୋନା ଭାଇରସ୍କୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ ସତର୍କତା ଓ ସଚେତନତା କରାଯାଉଛି। ଭାରତୀୟ ରେଳ ବିଭାଗ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। ଏହି […]
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସ୍ଥଳପଥରେ ପଡ଼ୋଶୀ ଦେଶକୁ ଯାତାୟାତ ବନ୍ଦ କଲା ଭାରତ। ଭାରତରୁ ବାଂଲାଦେଶ, ନେପାଳ, ଭୂଟାନ, ମିଆଁମାର ସୀମାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିଛି ଭାରତ। ଏନେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଆଜିଠୁ ଅନିର୍ଦ୍ଧିଷ୍ଟକାଳ ଯାଏ ସ୍ଥଳପଥରେ ଯାତାୟାତ ବନ୍ଦ ହୋଇଛି। ସେହିପରି ଭାରତରୁ ପାକିସ୍ତାନ ଯିବାକୁ ଥିବା ପ୍ରବେଶ ପଥକୁ ଆସନ୍ତାକାଲି ମଧ୍ୟରାତ୍ରି ୧୨ଟାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରାଯିବ। ଏନେଇ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୫ ତାରିଖ, ରବିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମୁମ୍ବାଇ: କରୋନା ଭାଇରସ୍କୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ସେନେଇ ଲୋକଙ୍କୁ ସଚେତନତା କରାଯାଉଛି। ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିବା […]
ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର। କାହିଁକି ନା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇଥିବା ସତ୍ତ୍ୱେ ଏହି ବର୍ଦ୍ଧିତ ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପିଛା ୨ରୁ ୮ଟଙ୍କାକୁ ବୃଦ୍ଧି କରାଯାଇଥିବା […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ କେମିତି ଧୋଇବେ ହାତ ? ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏକ ଭିଡିଓ ଜାରି କରିଛି। ସାବୁନ କିମ୍ବା ହ୍ୟାଣ୍ଡ୍ୱାଶ୍ରେ କିଭଳି ଭାବରେ ହାତ ଧୋଇବେ, ସେନେଇ ୧୧ଟି ସୋପାନ ଏହି ଭିଡିଓରେ ଦର୍ଶାଯାଇଛି। ଏହି ୧୧ଟି ସୋପାନରେ ହାତ ଧୋଇ ଭିଡିଓରେ ଦେଖାଉଛନ୍ତି ନିଜେ WHO ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନମ୍। ହାତ ପାପୁଲି, ହାତର ପଛପଟ, ଆଙ୍ଗୁଳି ସନ୍ଧି ଏବଂ ନଖକୁ କେମିତି ଭଲରେ ସଫା […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛି। ୪ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା ୭୨୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ଟଙ୍କା ମିଳିବ। ସୂଚନାଥାଉ କି, ବର୍ଷକୁ ୨ ଥର […]
ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ବି ଷ୍ଟକ୍ ମାର୍କେଟ୍ରେ କାରବାର ହ୍ରାସ ପାଇଛି। ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୩ ହଜାରୁ ଅଧିକ ପଏଣ୍ଟ ଖସି ଆସିଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୯ହଜାର ତଳକୁ ଖସିଛି। ପରିସ୍ଥିତି ଏପରି ହୋଇଥିଲା ଯେ ୪୫ ମିନିଟ୍ ପାଇଁ କାରବାର ବନ୍ଦ ରହିଥିଲା। କିଛି ସମୟ ପରେ ଷ୍ଟକ୍ ମାର୍କେଟରେ ସୁଧାର ଆସିଥିଲା ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୨ହଜାର […]
ନୂଆଦିଲ୍ଲୀ: ଶେଷରେ ବିଶ୍ୱ ବୁଝିଲା ଭାରତୀୟ ସଂସ୍କୃତିର ମହତ୍ୱ। କରୋନାଠୁ ଦୂରେଇ ରହିବା ପାଇଁ ଏବେ ସମସ୍ତଙ୍କୁ ନମସ୍କାର। ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଯୋଗୁ ଚାରିଆଡ଼େ ଭୟର ବାତାବରଣ ଦେଖା ଦେଇଛି। ଏନେଇ ପରସ୍ପର ସହ ହାତ ନ ମିଳାଇବାକୁ ଆଡଭାଇଜରି ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ନେତାମାନେ ପରସ୍ପରକୁ ନମସ୍କାର କରି ଅଭିନନ୍ଦନ କରୁଥିବା ଦେଖିବାକୁ ମିଳିଛି। ଆମେରିକା ଗସ୍ତରେ ଆସିଥିବା ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକର୍, ରାଷ୍ଟ୍ରପତି ଡୋନାଲ୍ଡ […]