• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

care
କରୋନା ଭାଇରସ୍‌ରୁ ପିଲାଙ୍କୁ କିପରି ଦୂରେଇ ରଖିବେ ? ଜାଣନ୍ତୁ...

ଦିନକୁ ଦିନ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ସବୁ ଦେଶ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭାରତରେ ୩୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା ସଂକ୍ରମିତ ଦେଶରୁ ଆସିଥିବା ନାଗରିକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଏଥିପାଇଁ ସବୁ ବିମାନବନ୍ଦରରେ ସ୍କ୍ରିିନିଂକୁ ବାଧ୍ୟତାମୂଳକ କରାଯାଇଛି। କରୋନା ଭାଇରସ୍‌ରୁ ପିଲାଙ୍କୁ କିପରି ଦୂରେଇ ରଖିବେ ? ଅଭିଭାବକ କେଉଁ […]

salman-khan-02
ସଲମାନ୍‌ଙ୍କୁ କରୋନା ଭୟ !

ମୁମ୍ବାଇ: ସାରା ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରି ସରିଲେଣି। ଦବଙ୍ଗ ଖାନ୍ ସଲମାନ୍‌ ଖାନ୍‌ ବି କରୋନା ଭାଇରସ୍‌କୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ସଲ୍‌ମାନ୍‌ ନିଜ ଅପକମିଂ ଫିଲ୍ମ ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି। ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର କିଛି […]

LOKA-SABHA
୭ କଂଗ୍ରେସ ସାଂସଦଙ୍କୁ ନିଲମ୍ୱନ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭାରେ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ୭ ଜଣ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନ ଶେଷ ହେବା ଯାଏ ଏହି ସାଂସଦମାନେ ନିଲମ୍ୱିତ ହୋଇଛନ୍ତି। ଏହି ସାଂସଦମାନେ ନିଜ ଆସନରୁ ଉଠି ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହଙ୍ଗାମା କରିଥିଲେ। କଂଗ୍ରେସର ଯେଉଁ ସାଂସଦଙ୍କୁ ବାଚସ୍ପତି ନିଲମ୍ୱନ କରିଛନ୍ତି […]

whatsapp
ଆସିବ ହ୍ୱାଟ୍ସଆପ୍‌ର ନୂଆ ଫିଚର ! ମିଳିବ ଏମିତି ସୁବିଧା...

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ (WhatsApp) ଏହାର ୟୁଜର୍ସଙ୍କ ସିକ୍ୟୁରିଟିକୁ ଦୃଷ୍ଟିରେ ରଖି ଏକ ନୂଆ ଫିଚର ଆଣିବା ପାଇଁ ଯୋଜନା କରୁଛି। ଏହି ନୂଆ ଫିଚରରେ ଆପଣଙ୍କ ଚାଟିଂ ଅର୍ଥାତ୍‌ ଚାଟ୍‌ ବ୍ୟାକ୍‌ ଅପ୍‌ ପୂର୍ବ ଅପେକ୍ଷା ଆହୁରି ଅଧିକ ସୁରକ୍ଷିତ ରହିବ। WABetaInfo ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ହ୍ୱାଟ୍ସଆପ୍‌ ‘Protect Backup’ ନାମକ ଏକ ଫିଚର ଉପରେ କାର୍ଯ୍ୟ କରୁଛି। ଏହି ଫିଚର ମାଧ୍ୟମରେ ୟୁଜରଙ୍କ ଚାଟ୍‌ ବ୍ୟାକ୍‌ଅପ୍‌ ଏକ ପାସ୍‌ୱାର୍ଡ ସହ ଏନ୍‌କ୍ରିପ୍ଟ ହେବ। […]

money
ହୋଲି ପୂର୍ବରୁ ୬ କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟ୍‌କା

ନୂଆଦିଲ୍ଲୀ: ହୋଲି ପୂର୍ବରୁ ବେତନଭୋଗୀଙ୍କୁ ମୋଦି ସରକାରଙ୍କ ଝଟ୍‌କା। କାହିଁକି ନା କେନ୍ଦ୍ର ସରକାର EPFO (Employees’ Provident Fund Organisation) ସୁଧ ହାର ହ୍ରାସ କରିଛନ୍ତି। EPFO ସୁଧ ହାର ୦.୧୫ ପ୍ରତିଶତ ପଏଣ୍ଟ୍‌ ହ୍ରାସ ହୋଇଛି। ଅର୍ଥାତ୍‌ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି। ଫଳରେ ଏହି Provident Fund ସ୍କିମ୍‌ର ଫାଇଦା ଉଠାଉଥିବା ୬ କୋଟି କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର […]

team india
ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ

ସିଡନୀ: ସେମି ଫାଇନାଲ ମ୍ୟାଚ୍‌ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରାଯାଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ଏହାର ଫାଇଦା ମିଳିଛି। ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୮ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୬ […]

Coronavirus
ଭାରତବାସୀଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଭାରତବାସୀଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବିଦେଶ ଭ୍ରମଣ ହେତୁ ଭାରତୀୟ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ ଏହି ଭୂତାଣୁ ପ୍ରବେଶ କରିଛି। ତେବେ ଏଥିପାଇଁ ଭାରତବାସୀଙ୍କୁ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଆଞ୍ଚଳିକ ଜରୁରୀକାଳୀନ ନିର୍ଦ୍ଦେଶକ ରୋଡ୍ରିକୋ ଓଫ୍ରିନ୍‌ କହିଛନ୍ତି। ତେବେ WHOର ଏହି ଅଭୟବାଣୀ ପରେ କୋରନା ଭୟରୁ ଭାରତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। […]

coronavirus 1
କରୋନା ଭୟ: ପତ୍ନୀଙ୍କୁ ବାଥରୁମ୍‌ ଭିତରେ ବନ୍ଦ କଲେ ସ୍ୱାମୀ

ଭିଲ୍‌ନିୟସ୍‌: ପ୍ରାଣଘାତୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ପ୍ରତିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଚୀନ୍‌ରେ କରୋନା ଭାଇରସ୍‌ରେ ୩୦୦୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏସବୁ ଭିତରେ ଲିଥୁଆନିୟାରେ କରୋନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ […]

bankl-1
ଏପ୍ରିଲ୍‌ ୧ରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧ ତାରିଖରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଗତବର୍ଷ ଅଗଷ୍ଟ ମାସରେ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଥିଲେ। ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ଭାଙ୍ଗି ସରକାର ୪ଟି ନୂଆ ବ୍ୟାଙ୍କ ଗଠନ କରିବେ ବୋଲି ଘୋଷଣା କରିଥିଲେ। […]

pm modi
ସୋଶାଲ୍‌ ମିଡିଆରୁ ସନ୍ନ୍ୟାସ ନେଇ ସସ୍‌ପେନ୍ସ ଦୂର କଲେ ମୋଦି, ଟ୍ୱିଟ୍‌ କରି ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ: ସୋଶାଲ ମିଡିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ନ୍ୟାସ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷରେ ଦୂର ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍‌ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ଆଉ ଏହି ଟ୍ୱିଟ୍‌ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ସୋଶାଲ୍‌ ମିଡିଆରୁ ମୋଦି ବିଦାୟ ନେଇପାରନ୍ତି। ଏପରିକି ଏନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ଏସବୁ ଉପରୁ ପରଦା ହଟିଛି।  ସବୁଠାରୁ ଆକ୍ଟିଭ୍‌ ନେତାଙ୍କ କଥା କହିଲେ ମନକୁ ଆସେ […]

SupremeCourt
୫ ଜଣିଆ ଖଣ୍ଡପୀଠରେ ହେବ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, […]

nirbhaya accused
କାଲି ନିର୍ଭୟା ଦୋଷୀଙ୍କୁ ମିଳିବ କି ଫାଶୀ ?

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ କାଲି ମିଳିବ କି ଫାଶୀ ? କାହିଁକି ନା ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ପଟିଆଲା ହାଉସ୍‌ କୋର୍ଟ ଖାରଜ କରି ଦେଇଛନ୍ତି।  ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। […]

pawan gupta
ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ମାମଲାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। […]

cricket
୭ ୱିକେଟ୍‌ରେ ଭାରତକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ତିନି ଦିନରେ ଶେଷ ହୋଇଯାଇଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟ୍। ଆଉ ଏଥିରେ ହାରିଯାଇଛି ଭାରତ। ନ୍ୟୁଜିଲ୍ୟାଣ୍ଡ ଠାରୁ ୭ ୱିକେଟ୍‌ରେ ଏହି ମ୍ୟାଚ୍ ହାରିଯାଇଛି ଦଳ। ଏହା ସହିତ ଘରୋଇ ଦଳ ଏହି ସିରିଜ୍‌କୁ ୨-୦ରେ ଜିତି ଯାଇଛି। କାଇଲ ଜେମିସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିବା ବେଳେ ଟିମ୍ ସାଉଦୀଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଦିଆଯାଇଛି। ହେଗଲେ ଓଭାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତୀୟ ଦଳ ୨୪୨ […]

train accident
ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ  ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍‌ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍‌ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ଟ୍ରେନ୍‌ରେ କୋଇଲା ବୋଝେଇ ହୋଇଥିବାବେଳେ ଅନ୍ୟ ଟ୍ରେନ୍‌ଟି ଖାଲି ଥିଲା। ଦୁଇଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ ଟ୍ରେନ୍‌ର ୧୩ଟି ବଗି ଓ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିବା […]

LPG
କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ; ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ। ମାର୍ଚ୍ଚ ଆରମ୍ଭରୁ  ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଏଲ୍‌ପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା ହୋଇଛି ସିଲିଣ୍ଡର ଦାମ। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ଏଲ୍‌ପିଜି […]

Pigeon
ଫ୍ଲାଇଟ୍‌ ଭିତରେ ପାରା

ନୂଆଦିଲ୍ଲୀ: ବିମାନ ଭିତରେ ପାରା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରୁ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ଗୋ ଏୟାରର ଏକ ବିମାନ ଭିତରେ। ଶୁକ୍ରବାର ଦିନ ଗୋ ଏୟାରର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍‌ ବିମାନର କ୍ୟାବିନ୍‌ ଭିତରେ ପାରା ଥିବା ଦେଖିବାକୁ ମିଳିଥିଲା। ଏପରିକି ପାରାଟି ବିମାନ ଭିତରେ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହା […]

dog
ମଣିଷ ପରେ ଏବେ କୁକୁରକୁ ଡେଇଁଲା କରୋନା ଭାଇରସ୍‌

ହଙ୍ଗକଙ୍ଗ: କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ ଏବେ କୁକୁରଙ୍କୁ ଏହି ଘାତକ ଭାଇରସ୍‌ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଳିତ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସ୍‌ରେ […]

bank
୮ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଆସନ୍ତା ମାର୍ଚ୍ଚ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। କାହିଁକି ନା ମାର୍ଚ୍ଚ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ତାରିିଖ ରବିବାର ଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ […]

abhaya
ମୋଟା ଦରମା ପାଉଥିବା ଚାକିରି ଛାଡ଼ି ଗୋଲାପ ଚାଷ କଲେ; ଅବିଶ୍ୱସନୀୟ ସଫଳତା ମିଳିଲା

ବାଲେଶ୍ୱର: ଚାକିରି ଛାଡ଼ି ଫୁଲ ବ୍ୟବସାୟ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ରୋଜଗାରର ପନ୍ଥା। ଏଭଳି ସ୍ୱାବଲମ୍ବି ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆର ମଇତାପୁର ଅଞ୍ଚଳର ଅଭୟ କୁମାର ସେଠୀ। ଅଭୟ ହେଉଛନ୍ତି ଉଚ୍ଚ ଶିକ୍ଷିତ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ। ଏବେ କିନ୍ତୁ ସେ ଜଣେ ସଫଳ ଚାଷୀ। ପ୍ରାୟ ୩ ଏକର ଜମିରେ ଗୋଲାପ ଫୁଲ ଚାଷ କରୁଥିଲାବେଳେ ଫୁଲଗୁଡ଼ିକୁ ସେ ବାହାର ରାଜ୍ୟକୁ ମଧ୍ୟ ପଠାଇଥାନ୍ତ। ଅଭୟଙ୍କ […]