ନୂଆଦିଲ୍ଲୀ: କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏହି ରବିବାର। କରୋନା ଚେନ ଭାଙ୍ଗିବାରେ ଏହା ଏକ ବଡ଼ ରାମବାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆସନ୍ତୁ ଜାଣିବା ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ… କରୋନା ମୁକାବିଲା ପାଇଁ ପୁଣି ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପ୍ରିଲ ୫, ରବିବାର ଦିନ, ରାତି […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା […]
ମୁମ୍ବାଇ: ମହାମାରୀ କରୋନା ଭାଇରସ ଏବେ ବେଡ୍ ମାଧ୍ୟମ ଦେଇ ମଣିଷ ଶରୀରରେ ପ୍ରବେଶ କରିଛି। ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ୩ ଦିନର ଶିଶୁ ପୁତ୍ର ଓ ତାଙ୍କ ୨୬ ବର୍ଷୀୟ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ-୧୯ରେ ପୀଡ଼ିତ ହୋଇ ଜଣେ ବ୍ୟକ୍ତି ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଡିସଚାର୍ଜ ହେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କ ବେଡ୍କୁ ସାନିଟାଇଜ କରାଯାଇଥିଲା। ତଥାପି କରୋନା ଭାଇରସ ବେଡ୍ ମଧ୍ୟରେ ବଞ୍ଚି ରହିଥିଲା। ହସ୍ପିଟାଲ […]
ମୁମ୍ବାଇ: ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୬ ବର୍ଷୀୟ ଏହି ସଫେଇ କର୍ମଚାରୀଙ୍କ ନମୁନା ପରୀକ୍ଷଣରୁ କରୋନା ପଜିଟିଭ୍ ରିପୋର୍ଟ ଆସିଛି। ତିନି ଦିନ ପୂର୍ବେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ବାବ ଟେଷ୍ଟ ପାଇଁ ପଠା ଯାଇଥିଲା। ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା। ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଘରେ ରହୁଥିବା ୭ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି […]
ବରେଲୀ: ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟାଇନରେ ଥିବା ଏହି ୨୩ ବର୍ଷୀୟ ଶ୍ରମିକ ଏଠାରୁ ଖସି ଯାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଆତ୍ମହତ୍ୟା କରିଛନ୍ତି। ମାର୍ଚ୍ଚ ୨୮ରେ ଏହି ଶ୍ରମିକ ଓ ତାଙ୍କ ସହ ଅନ୍ୟ ୬ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଲୋକମାନେ ଘରେ ରହୁଥିବାରୁ ଇଣ୍ଟରନେଟର ଅଧିକ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ହେଉ ନ ହେଲେ ଭିଡ଼ିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମର ଅଧିକ ବ୍ୟବହାର କରୁଛନ୍ତି। ଫଳରେ ମୋବାଇଲ ଡାଟା ଅଧିକ ସରିଥାଏ। ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୩ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୯ ଲକ୍ଷ ୩୬ ହଜାର ୯୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୯୪ ହଜାର ୬୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ପ୍ରତି ଘଣ୍ଟାରେ ଆମେରିକା, ଇଟାଲୀ, ସ୍ପେନ ଏବଂ ଇଂଲଣ୍ଡରେ ଆକ୍ରାନ୍ତ ଏବଂ ମୃତ୍ଯୁ ସଂଖ୍ୟା […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୭୬୪ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୧୫୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ […]
ଢାକା: ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁ ବାଂଲାଦେଶ କ୍ରିକେଟର ଲିଟନ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଦିନ ଦେବଶ୍ରୀ ଚା’ ପ୍ରସ୍ତୁତ କରିବା ପାଇଁ ରୋଷଇ ଘରକୁ ଯାଇଥିଲେ। ଏହି ସମୟରେ ସେ ଯେତେବେଳେ ଗ୍ୟାସ ଚୁଲ୍ଲା ଅନ କରିଥିଲେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ତାଙ୍କର ଡାହାଣ ହାତ ଜଳି ଯାଇଛି। ଏହି ଘଟଣାକୁ ନେଇ ଦେବଶ୍ରୀ କହିଛନ୍ତି, ଏହି ଦୁର୍ଘଟଣାକୁ ମୁଁ କେବେବି […]
ଅମୃତସର: କରୋନା ଭାଇରସରେ ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଗୁରୁବାଣୀ ଗାୟକ ନିର୍ମଲ ସିଂଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ଚାରିଟା ସମୟରେ ପଞ୍ଜାଵର ଅମୃତସର ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗୋଲଡେନ ଟେମ୍ପଲର ପୂର୍ବତନ ”Hazuri Raagi” ଓ ଜଣେ ପ୍ରସିଦ୍ଧ କଳାକାର ଥିଲେ। ତାଙ୍କୁ ଗତକାଲି ଏକ ଭେଣ୍ଟିଲେଟରରେ ରଖାଯାଇଥିଲା। ପଞ୍ଜାବ ବିପର୍ଯ୍ୟୟ ପରିଚାଳନା (COVID-19)ର […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୩୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1649କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ମଧ୍ୟ ୪୧ ଟପିଛି। ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଦିଲ୍ଲୀ ଧର୍ମ ସଭା ପାଇଁ ଆକ୍ରାନ୍ତଙ୍କ […]
ଲଣ୍ଡନ: କରୋନା ଭାଇରସ୍ ସଂକ୍ରମଣ ହେତୁ ହଲିଉଡ୍ ଅଭିନେତା ଆଣ୍ଡ୍ରିୟୁ ଜ୍ୟାକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ବ୍ରିଟେନରେ ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଗାବ୍ରିଲେ ରୋଗର୍ସ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ୍ୱାରେଣ୍ଟାଇନ ରହିଛନ୍ତି। ତେଣୁ ସେ ଶେଷ ସମୟରେ ବି ସ୍ୱାମୀଙ୍କୁ ଭେଟିପାରି ନାହାନ୍ତି। ଏକ ସୋଶାଲ୍ ମିଡିଆ ପୋଷ୍ଟରେ ସେ ସୂଚନା ଦେଇ ଲେଖିଛନ୍ତି, “ମୋତେ ଆପଣମାନଙ୍କୁ ଜଣାଇବାକୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ ଗ୍ରାହକଙ୍କୁ ଏପ୍ରିଲ ୧୭ ଯାଏ ୧୦୦ ମିନିଟର ମାଗଣା ଟକଟାଇମ ଓ ୧୦୦ ମାଗଣା SMS ଦେବା ନେଇ ଘୋଷଣା କରାଯାଇଛି। ଏହାସହ ଏହି ଲକଡାଉନ ସମୟରେ ଦୋକାନ ଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନ ହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ ଜିଓଫୋନ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ ବୈଧତା ବା ଭାଲିଡିଟି […]
ନୂଆଦିଲ୍ଲୀ: କରୋନା ଭଳି ମହାମାରୀର ମୁକାବିଲା ଓ ଦେଶରେ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଆଣିବା ଲାଗି ଭାରତକୁ ସହଯୋଗର ହାତ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ଭାରତକୁ ୧ ବିଲିଅନ ଟଙ୍କାର ଆର୍ଥିକ ସହଯୋଗ କରିଛି ବିଶ୍ୱ ବ୍ୟାଙ୍କ। ବିଶ୍ୱବ୍ୟାଙ୍କ ଏଥିପାଇଁ ୪ ବର୍ଷିଆ ରୋଡମ୍ୟାପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ଚାରି ବର୍ଷରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ। ଏହାସହ ମହାମାରୀ ଭଳି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟାବସ୍ଥାର ବିକାଶ କରିବେ ସରକାର। […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୪୬୬ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏସବୁ ଭିତରେ ଅଣ-ସବସିଡି ଏଲ୍ପିଜି ସିଲିଣ୍ଡର ଗ୍ୟାସ ଦର କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। […]
ବେଜିଂ: ଚୀନରେ କରୋନା ଭାଇରସର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏପରିକି ଚୀନରେ ଲକଡାଉନ କଟକଣା ମଧ୍ୟ ଉଠି ଯାଇଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ଏବେ ବି ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଚ୍ୟାଲେଞ୍ଜଟି ହେଲା କରୋନା ଭାଇରସ ଦିତ୍ୱୀୟ ଥର ହେବାର ଆଶଙ୍କା। ସାଇନ୍ସ ନେଚର ମାଗାଜିନ, ହଂକଂ […]
ନୂଆଦିଲ୍ଲୀ: ଆଜି ଏପ୍ରିଲ ୧। ଆଜିର ଦିନକୁ ଲୋକମାନେ ‘ଏପ୍ରିଲ ଫୁଲ୍’ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଲୋକେ ସାଙ୍ଗ, ପରିବାର ଲୋକ ଏବଂ ଭାଇ ଭଉଣୀଙ୍କୁ ଜୋକ୍ସ, ପ୍ରାଙ୍କ୍ ଭିଡିଓ ଇତ୍ୟାଦି ପଠାଇ ‘ଏପ୍ରିଲ ଫୁଲ୍’ କରିଥାନ୍ତି। ହେଲେ ଚଳିତ ଥର ‘ଏପ୍ରିଲ ଫୁଲ୍’ ଜୋକ୍ ଚଳିବ ନାହିଁ। କାହିଁକି ନା କରୋନକୁ ନେଇ ଏବେ ସାରା ବିଶ୍ୱରେ ସ୍ଥିତି ସମ୍ବେଦନଶୀଳ ରହିଛି। କରୋନକୁ ନେଇ ସୋଶାଲ ମିଡିଆରେ ଯେଭଳି ଗୁଜବ ପ୍ରଚାର ନ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଛି। ମହାମାରୀ କରୋନା ପୃଥିବୀର ୨୦୨ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୮ ଲକ୍ଷ ୫୮ ହଜାର ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏକ ଲକ୍ଷ ୭୮ ହଜାର ୦୯୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସାରା ବିଶ୍ୱରେ କେମିତି ରହିଛି କରୋନା ସ୍ଥିତି…. କରୋନା […]
ଜେରୁଜେଲମ: ମହାମାରୀ କରୋନାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆକ୍ରାନ୍ତ ହୋଇଛନ୍ତି। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇସ୍ରାଏଲର ଏହି ୭୦ ବର୍ଷୀୟ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଆଗାମୀ ଦିନରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେଞ୍ଜାମିନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ମିଡିଆର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ନେତାନ୍ୟାହୁ ଏବଂ ବିରୋଧୀ ଦଳର ସାଂସଦମାନେ ଏକ ସଂସଦ ଅଧିବେଶନରେ […]
ହାଇଦ୍ରାବାଦ: କରୋନାରେ ହାଇଦ୍ରାବାଦର ଜଣେ 74 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ବ୍ୟକ୍ତି ଯିଏକି କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ସମ୍ପୃକ୍ତ ଵ୍ୟକ୍ତିଙ୍କ ମୃତ୍ୟୁ ପରେ ଜଣାପଡିଥିଲା ଯେ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ପରେ ନିଆଯାଇଥିବା ସାମ୍ପଲରୁ ତାଙ୍କ ଶରୀରରେ କରୋନା ଭୁତାଣୁ ଥିବା ଜଣାପଡ଼ିଥିଲା । ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ତିମ ସଂସ୍କାର ସମୟରେ ଉକ୍ତ […]
ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନକୁ ଅଧିକ ଦିନ ଘୁଞ୍ଚାଇବାକୁ ନେଇ ସେଭଳି କୌଣସି ଯୋଜନା ନାହିଁ। ଏନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଉକ୍ତିକୁ ଉଦ୍ଧାର କରି ଟ୍ୱିଟ କରିଛି public broadcaster ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସ। ଲକଡାଉନ ଅବଧି ବୃଦ୍ଧି ହେବାକୁ ନେଇ ଏକ ଜାତୀୟ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା। FAKE NEWS ALERT ? PBNS got in touch with the Cabinet Secretary […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ(WhatsApp) ଏହାର ଏକ ପପୁଲାର ଫିଚରରେ ପରିବର୍ତ୍ତନ ଆଣିଛି। ଅଧିକାଂଶ ୟୁଜର୍ସ ବ୍ୟବହାର କରୁଥିବା ହ୍ୱାଟ୍ସଆପ ଷ୍ଟାଟସରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସ ସେମାନଙ୍କ ଷ୍ଟାଟସରେ 15 ସେକେଣ୍ଡର ଭିଡ଼ିଓ ଅପଲୋଡ଼ କରିପାରିବେ। ଅର୍ଥାତ ଆପଣ 15 ସେକେଣ୍ଡରୁ ଅଧିକ ସମୟର ଭିଡ଼ିଓ ଅପଲୋଡ଼ କରିପାରିବେ ନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ 30 ସେକେଣ୍ଡର ଭିଡ଼ିଓ ହ୍ୱାଟ୍ସଆପ ଷ୍ଟାଟସରେ ଅପଲୋଡ଼ ହେଉଥିଲା। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଲକଡାଉନ ଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ଏବଂ ଲୋକେ ବିଭିନ୍ନ ଅସୁବିଧା ଭୋଗୁଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବଢ଼ୁଥିବା […]
ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ଷ୍ଟେଟର ଅର୍ଥମନ୍ତ୍ରୀ ଥୋମାସ୍ ସ୍କାଇଫର୍ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। 54 ବର୍ଷୀୟ ଥୋମାସ୍ଙ୍କ ମୃତଦେହ ଶନିବାର ଦିନ ଏକ ରେଲୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ […]