ନୂଆଦିଲ୍ଲୀ: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଅମ୍ପନ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହି ବାତ୍ୟାରେ ଓଡ଼ିଶା ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହେବାରୁ ଦୁଇ ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ […]
ନୂଆଦିଲ୍ଲୀ: ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମାହାମାରୀରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୪୬ ଜଣ ସକ୍ରିୟ ରହିଥିବା ବେଳେ ୩୪ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦ […]
ନୂଆଦିଲ୍ଲୀ: ଲକଡାଉନ ଯୋଗୁ ରୋଜଗାର ହରାଇ ଘର ବାହୁଡ଼ା କରୁଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ରାଜ୍ୟରୁ ହଜାର ହଜାର କିଲୋମିଟର ଚାଲି ଚାଲି ଫେରିବା, ରାସ୍ତାରେ ଦୁର୍ଘଟଣାରେ ପ୍ରାଣ ହରାଇବା, କ୍ୱାରେଣ୍ଟିନ ସେଣ୍ଟରରେ ପହଞ୍ଚିବା ପୂର୍ବରୁ ଫେରାର ହେଉଥିବା ଘଟଣାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ସଂପର୍କରେ ସୂଚନା ରଖିବାକୁ ଗୃହ ମନ୍ତ୍ରାଳୟ ବ୍ୟବସ୍ଥା କରିଛି। ଏଥିଲାଗି ଅନଲାଇନ ପଞ୍ଜୀକରଣ ପାଇଁ […]
ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଆଜି ପଞ୍ଚମ ତଥା ଶେଷ ପାଳି ଅର୍ଥ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିସାରିଛନ୍ତି। ପ୍ରଥମ ଦିନରେ ଏମ୍ଏସ୍ଏମ୍ଇ ପାଇଁ ୩୦ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିବା ସହିତ କୃଷି ଭିତ୍ତିଭୂମି ସଜାଡ଼ିବାକୁ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର […]
ନୂଆଦିଲ୍ଲୀ: ଆଜି ପଞ୍ଚମ ଥର ପାଇଁ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍ମିଟ୍ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ମଳା ପ୍ୟାକେଜ୍ ସମ୍ପର୍କିତ ଘୋଷଣା କରିବେ। ପୂର୍ବରୁ ଅପରାହ୍ନ ୪ଟା ବେଳେ ପ୍ୟାକେଜ୍ ଘୋଷଣା କରୁଥିବା ବେଳେ ଆଜି ଦିନ ୧୧ଟାରେ ପ୍ୟାକେଜ୍ ଘୋଷଣା ହେବ। ଗତକାଲିର ଘୋଷଣା- ଗତକାଲି କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ […]
ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆମେରିକାରେ ଦିନକୁ ଦିନ ସ୍ଥିତି ଜଟିଳ ଆଡ଼କୁ ଯାଉଛି। ଆମେରିକାରେ ୧୫୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସହ ୮୯ ହଜାରରୁ […]
ଲକ୍ଷ୍ନୌ: ପାଦରେ ଚାଲି ଚାଲି ଆସୁଥିବା ପ୍ରବାଶୀ ଶ୍ରମିକଙ୍କୁ ଏବେ ଉତ୍ତର ପ୍ରଦେଶ ମନା। ଯଦି ଧରାପଡ଼ନ୍ତି ତେବେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ଶ୍ରମିକ ବେଆଇନ୍ ଭାବରେ ବାଇକ୍ କିମ୍ବା ଅନ୍ୟ ଗାଡ଼ିରେ କିମ୍ବା ପାଦରେ ଚାଲି ଚାଲି ଚାଲି ଆସିପାରିବେ ନାହିଁ। କୌଣସି ଶ୍ରମିକଙ୍କ ଏଭଳି ଅସୁରକ୍ଷିତ ଯାତ୍ରା କରିବାକୁ ଦିଆ ନଯିବାକୁ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଉତ୍ତର ପ୍ରଦେଶର ଔରେୟା ଠାରେ ସଡ଼କ ଦୁର୍ଘଟଣା […]
ନୂଆଦିଲ୍ଲୀ: ଲକଡାଉନ୍ରେ ଫସି ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ସହ ରାସ୍ତା କଡ଼ରେ ବସି ଆଲୋଚନା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଦିଲ୍ଲୀର ସୁଖଦେବ ବିହାର ଫ୍ଲାଇ ଓଭର ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା କିଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ରାହୁଲ ସେମାନଙ୍କ ସହ ଆଲୋଚନା କରିଥିଲେ। ହରିୟାଣାର ଅମ୍ବାଲାରୁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶକୁ ଚାଲି ଚାଲି ଫେରୁଥିବା ଏହି ଶ୍ରମିକଙ୍କ ସହ ରାହୁଲ ଦୀର୍ଘ ସମୟ ଧରି […]
ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏଥର କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କ ବର୍ଦ୍ଧିତ ଓଜନ ପାଇଁ ପ୍ରଶଂସକଙ୍କ ଟ୍ରୋଲର ଶୀକାର ହୋଇଛନ୍ତି । ଏହି ଫଟୋ ଦେଖି ଏଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ସେ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା କଥା କହିଛନ୍ତି।
ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।
ଅଗରତାଲା: ଶନିବାର ତ୍ରିପୁରାରେ ୭ ବିଏସ୍ଏଫ୍ ଯବାନଙ୍କ ସହିତ ମୋଟ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୧୨୫ କରୋନା କେସ୍ ସକ୍ରିୟ ଥିବା ବେଳେ ୪୨ ଜଣ ସୁସ୍ଥ ହୋଇଛନ୍ତି। ୬୨୫ ଜଣଙ୍କର ସାମ୍ପଲ୍ ଟେଷ୍ଟ ହୋଇଥିଲା। ଏଥିରେ ୧୧ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଯେଉଁଥିରେ ୭ […]
ନୂଆଦିଲ୍ଲୀ: ଭାରତରେ ୮୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏ ମାହାମାରୀରେ ଆଜି ସୁଦ୍ଧା ଦେଶରେ ୨ ହଜାର ୭ ଶହ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୩୫ ଜଣ ସକ୍ରିୟ ରହିଥିବା ବେଳେ ୩୦ ହଜାର ୧୫୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଓ ରାଜଧାନୀ ଦିଲ୍ଲୀ […]
ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ଅର୍ଥନୀତିକୁ ସଜାଡ଼ିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଥିବା ବେଳେ ଫୋକସରେ ରହିଛି ଆର୍ଥିକ ସଂସ୍କାର। କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ ଭଳି ୮ଟି କ୍ଷେତ୍ରରେ ସଂସ୍କାର ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ନିର୍ମଳା। […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟ ଦେଶର ଗରିବ ମାଆ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଲକଡାଉନ ଭଳି ସମୟରେ ଘରେ ଗ୍ୟାସ ପହଞ୍ଚାଯାଇ ମହିଳାଙ୍କ ଦୁଃଖ ଦୂର କରାଯାଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ଭାଗରୁ ହଜାରେରୁ ଅଧିକ ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସେ ଏହା କହିଛନ୍ତି। ସେହିପରି ଉଜ୍ଜଳା ଯୋଜନା ସେମାନଙ୍କ ଆଖିର ଲୁହ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ସହିତ ତୁଳନା କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏକ ଘରୋଇ ଟିଭି ଚ୍ୟାନେଲ୍ରେ ନିଜର ମତ ରଖୁଥିବା ବେଳେ ମମତାଙ୍କୁ କିମ୍ଙ୍କ ସହିତ ତୁଳନା କରିଛନ୍ତି ଗିରିରାଜ। ସେ କହିଛନ୍ତି, ମମତା ବାନାର୍ଜୀ ସମସ୍ତ ମର୍ଯ୍ୟାଦା ବାଙ୍ଗି ଦେଇଛନ୍ତି। ସେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଳି ବ୍ୟବହାର କରିଛନ୍ତି। ଯିଏ ତାଙ୍କ […]
ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନା ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଅବଧି ରବିବାର ଶେଷ ହେଉଛି। ମେ ୧୮ ତାରିଖରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍। ତେବେ ଏଥିରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, କାହାକୁ କେଉଁ ଅନୁମତି ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ଲକ୍ଡାଉନ୍ ୪.୦ରେ କେତେକ କ୍ଷେତ୍ରରେ କୋହଳ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ସୁଚନା ଅନୁସାରେ, ରବିବାର, ମାନେ ଆସନ୍ତାକାଲି […]
ନୂଆଦିଲ୍ଲୀ: ଭାରତକୁ କରୋନା ଯୁଦ୍ଧରେ ସହାୟତା ପାଇଁ ଆମେରିକା ହାତ ବଢ଼ାଇବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହୋବ ବୋଲି କହିଛନ୍ତି ମୋଦି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ମହାମାରି ବିରୋଧରେ ସମସ୍ତେ ଏକାଠି ଲଢୁଛେ। ଏହି ସମୟରେ ସମସ୍ତ ଦେଶ ଏକାଠି ମିଶି ପୃଥିବୀକୁ ସ୍ୱାସ୍ଥ୍ୟକର କରିବା ଦିଗରେ କାର୍ଯ୍ୟ କରିବା ଓ କୋଭିଡ୍ ୧୯ରୁ ମୁକ୍ତ […]