ଦିସପୁର: ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ୍ କଲା ପୁଲିସ୍। ଶୁକ୍ରବାର ଆସାମର ହୋଜାଇ ଜିଲ୍ଲାରେ କମ୍ରୁଲ୍ ହକ୍ ଚୌଧୁରୀ ନାମକ ଜଣେ ବିଜେପି ନେତାଙ୍କୁ ଗିରଫ୍ କରିଛି ଆସାମ ପୁଲିସ। ସେ ଜିଲ୍ଲାର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ହୋଜାଇ ଜିଲ୍ଲାର ଲଙ୍କା ପୁଲିସ୍ ଷ୍ଟେସନ୍ର ତାଙ୍କ ବିରୋଧରେ ଆପିସି ଧାରା ୩୭୬ (ଦୁଷ୍କର୍ମ),୫୧୧(ଦଣ୍ଡନୀୟ ଅପରାଧ କରିବାକୁ ପ୍ରୟାସ) ଏବଂ ୫୦୬(ଅପରାଧିକ ଧମକ) ଆଧାରରେ ମାମଲା ରୁଜ୍ଜୁ ହୋଇଛି। ହୋଜାଇ ଦିଲ୍ଲା ଅତିରିକ୍ତ ଏସ୍ପି […]
କାନପୁର: କରୋନା ଲକ୍ଡାଉନ୍ ସମୟରେ ବିଭିନ୍ନଆଡ଼ୁ ଅନେକ କରୁଣ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ମ’ ତା ପିଲାକୁ ଦଉଡ଼ିରେ ଟାଣି ଟାଣି ବୋହି ନେଉଛି ତ ଆଉ କେଉଁଟି ପତ୍ନିକୁ କାଠ ଗାଡ଼ିରେ ବସାଇ ମାଇଲ ମାଇଲ୍ ବାଟ ଅତିକ୍ରିମ କରୁଛି ଶ୍ରମିକ ସ୍ୱାମୀ। ପୁଣି କେତେବେଳେ ଚାଲି ଚାଲି ଥକି ପଡ଼ିଥିବା ଶ୍ରମିକମାନଙ୍କୁ ଦଳି ମକଚି ଦେଇ ମାଡ଼ି ଯାଉଛି ଟ୍ରେନ୍। ଏବେ ପୁଣି ଏକ ଛାତି ଥରା ଖବର ସାମ୍ନାକୁ ଆସିଛି, ଯାହା […]
ନୂଆଦିଲ୍ଲୀ: ଦେଶରେ ୮୨ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ପଜିଟିଭ ଚିହ୍ନଟ ହେବା ସହ ମୋଟ ୮୧ ହଜାର ୯୭୦ ଜଣ ସଂକ୍ରମିତ ହେଲେଣି। ସେହିଭଳି ମୃତ୍ୟୁସଂଖ୍ୟା ୨ ହଜାର ୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୦୦ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା ଭୂତାଣୁ। ଦେଶରେ ଏବେ ୫୧ ହଜାର ୪୦୦ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ୨୭ ହଜାର ୯୧୯ ଜଣ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ନୀତି ଆୟୋଗର ଏକ ପୁରୁଣା ଗ୍ରାଫ୍ ଚାଟ୍କୁ ଟ୍ୱିଟ୍ କରି ସରକାରଙ୍କର କରୋନା ମୁକାବିଲା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ ଗ୍ରାଫ୍ ଚାର୍ଟରେ ସରକାରଙ୍କ ଲକ୍ଡାଉନ୍ ଯୋଗୁଁ ମେ ୧୬ ତାରିଖରେ ପରେ କରୋନା ସଂକ୍ରମଣର ନୂଆ କେସ୍ ଆସିବା ବନ୍ଦ ହୋଇଯିବ ବୋଲି ଦର୍ଶାଇଯାଇଥିଲା। ଯାହାକୁ ଏବେ ଟ୍ୱିଟ୍ କରି […]
ନୂଆଦିଲ୍ଲୀ: କରୋନା ଆତଙ୍କ ଚାଲିଥିବା ବେଳେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍ ମେକର କମ୍ପାନୀ ସାମ୍ସଙ୍ଗ୍ ତାର ମିଡ୍ ରେଞ୍ଜ୍ ଫୋନ୍ Galaxy A21sକୁ ଲଞ୍ଚ୍ କରିଛି। ଫୋନ୍ରେ ଦମ୍ଦାର ବ୍ୟାଟେରୀ ଲାଇଫ୍ ସହ ଫଟୋଗ୍ରାଫୀ ପାଇଁ ୪ ସେନ୍ସର ଯୁକ୍ତ କ୍ୱାର୍ଡ କ୍ୟାମେରା ଦିଆଯାଇଛି। ଡିସ୍ପ୍ଲେ ମଧ୍ୟ ଦମ୍ଦାର ରହିଛି। ସ୍ମାର୍ଟଫୋନ୍ ବଜାରରେ ଉପଲବ୍ଧ ମିଡ୍ରେଞ୍ଜ୍ ଫୋନ୍ଙ୍କ ମଧ୍ୟରୁ ସାମ୍ସଙ୍ଗର୍ ଏହି ଫୋନ୍ଟି ଖୁବ୍ ଦମ୍ଦାର ରହିଛି। ଏଥିରେ ଫ୍ଲାଗ୍ସିପ୍ ଲେବଲର ଅନେକ ସୁବିଧା ଦିଆଯାଇଛି। ଫୋନ୍ଟି […]
ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ କର୍ମଚାରୀ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଡାଉନ୍ରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଶୁକ୍ରବାର ଏଭଳି ଘୋଷଣା କରିଛି କମ୍ପାନୀ। ଏହି କମ୍ପାନୀରେ ବିଭିନ୍ନ ବର୍ଗରେ ପ୍ରାୟ […]
ନୂଆଦିଲ୍ଲୀ: ଲକ୍ ଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକଙ୍କୁ ଅଟକା ଯାଇପାରିବନି। ଏଥିସହ କିଏ ଚାଲି ଚାଲି ଯାଉଛନ୍ତି, ତାହା ଯାଞ୍ଚ କରିବା ମଧ୍ୟ ଅସମ୍ଭବ ବ୍ୟାପାର। ଶୁକ୍ରବାର ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଏ ସମ୍ପର୍କିତ ଏକ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି। ଯେଉଁ ପ୍ରବାସୀମାନେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି, ସେମାନଙ୍କୁ ଖାଦ୍ୟ ଓ ବାସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ […]
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍ର ତୃତୀୟ ପର୍ୟ୍ୟାୟରେ ଆଜି ଫୋକସରେ ଥିଲା କୃଷି, ଗୋପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର। ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିପରି ଅସଂଗଠିତ କ୍ଷେତ୍ରରେ ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଏବଂ ମାର୍କେଟିଂ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ମାଛ ଚାଷକୁ ପ୍ରୋତ୍ସାହନ […]
ଚେନ୍ନାଇ: ତାମିଲ୍ନାଡୁରେ ମଦ ବିକ୍ରି ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରି ଯବାବ ମଧ୍ୟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟରେ ମୋଦ ଦୋକାନ ବନ୍ଦ ନେଇ ରାୟ ଶୁଣାଇଥିଲେ ହାଇକୋର୍ଟ। ଯାହାକୁ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର। ମଦ ଦୋକାନ ବାହାରେ ଲକୋମାନଙ୍କର ଅସମ୍ଭବ ଭିଡ଼ ଓ ସୋସିଆଲ୍ ଡିଷ୍ଟାସିଂର ଅବମାନନା ହେତୁ ରାଜ୍ୟରେ ମଦ ଦୋକନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ […]
ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ୧୧ଟି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ […]
ବିଜୟୱାଡା: ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍ ନାଗୁଲୁପାଲାପାଡ୍ଡୁ ଗାଁରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ସମସ୍ତ ମୃତକଙ୍କ ପରିଚୟ ମିଳିଛି। ନାଗୁଲୁପାଲାପାଡ୍ଡୁ ପୁଲିସ୍ ସୂଚନା […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ୮ ଜଣ ପ୍ରାର୍ଥୀ ଗୁରୁବାର ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍କେ ଏବଂ ରମେଶ କରଦ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିଚ ହୋଇଛନ୍ତି। ତାଙ୍କ ସହିତ ଏନ୍ସିପିର ଶଶିକାନ୍ତ ସିନ୍ଦେ ଏବଂ ଅମୋଲ୍ ମିତକାରୀ ଏବଂ କଂଗ୍ରେସର ରାଜେଶ ରାଠୋଡ୍ ମଧ୍ୟ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଆରମ୍ଭ ହୋଇଥିବା ବେଳେ ଦୂରଦର୍ଶନ ଲୋକମାନଙ୍କର ମନୋରଞ୍ଜନ କରିବା ଗୋଟେ ପରେ ଗୋଟେ ପୁରୁଣା ଧାରାବାହିକର ପୁନଃ ପ୍ରସାରଣ କରି ଲୋକମାନଙ୍କ ସ୍ମୃତି ଉଦ୍ଜୀବୀତ କରୁଛି। ପ୍ରଥମେ ରାମାୟଣ ପରେ ମହାଭାରତ ତା ପରେ, ଶ୍ରୀକୃଷ୍ଣ, ସରକସ, ଶ୍ରୀମାନ ଶ୍ରୀମତୀ ଆଦି ଧାରାବାହିକର ପୁନଃ ପ୍ରସାରଣ କରିବା ପରେ ଏବେ ଆଉ ଏକ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ବିଷ୍ଣୁପୁରାଣ’ର ପୁନଃ ପ୍ରସାରଣ କରିଛି ଦୂରଦର୍ଶନ। ଏନେଇ ଚ୍ୟାନେଲ୍ ପକ୍ଷରୁ […]
ନୂଆଦିଲ୍ଲୀ: ୭୮ ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୭୮ ହଜାର ୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ହଜାର ୫୪୯ଜଣଙ୍କ ମୃତ୍ୟୁ ଘଟିଛି। ୪୨ ହଜାର ୨୧୯ ସକ୍ରିୟ ସଂକ୍ରମିତ ଅଛନ୍ତି। ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ମହାରାଷ୍ଟ୍ର। ଏଠାରେ ବେଲଗାମ ହେଉଛି କରୋନା ଭାଇରସ। ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି […]
ନୂଆଦିଲ୍ଲୀ: ଗୁରବାର ୨୦ ଲକ୍ଷ କୋଟି ଆତ୍ମ ନିର୍ଭର ଭାରତ ଯୋଜନାର ଦ୍ୱିତୀୟ ପର୍ଯ୍ୟା ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଅର୍ଥ ଘୋଷଣା ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି, ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜିର ଏହି ପ୍ୟାକେଜ୍ରେ ପ୍ରାବାଶୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ଅସୁବିଧା ଭୋଗ କରୁଥିବା […]
ନୂଆଦିଲ୍ଲୀ: ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା। Today’s initiatives include a total of 9 measures: ✅3 […]
ନୂଆଦିଲ୍ଲୀ: ଆଜି ପୁଣି ୪ ବେଳେ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି ଓ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆଜିର ପ୍ୟାକେଜ୍ର ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଏହି ଅର୍ଥ ରାଶି ଘୋଷଣା କରାଯିବ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି […]