• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm-moid
ପାକିସ୍ତାନ ବିମାନ ଦୁର୍ଘଟଣାରେ ୩୭ ମୃତ: ଦୁଃଖ ପ୍ରକାଶ କଲେ ମୋଦି

ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରି […]

corona-q
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫୮୩

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୫୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮୮ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୬ହଜାର ୩୩୦ଜଣ ଚିକିତ୍ସିତ ହେଉଥିବା ବେଳେ ୪୮ହଜାର ୫୩୪ ଜଣ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୧ହଜାର ୬୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାର ୪୫୪ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ […]

sonia-gadhi
'ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଉ'

ନୂଆଦିଲ୍ଲୀ: ମହାବାତ୍ୟା ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ମିଳିତ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଯାଇଛି। ଏନେଇ ୨୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ସଂକଳ୍ପ ପାରିତ ହୋଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଇଥିଲ। ଏଥିରେ ଏନ୍‌ସିପି, ଡିଏମ୍‌କେ ସହ ବାମଦଳର ନେତାମାନେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ବିରୋଧୀଙ୍କ ଏହି ମେଳିରେ […]

ayesha-khan
ପିଆଇଏ ବିମାନ ଦୁର୍ଘଟଣାରେ ପାକିସ୍ତାନ୍‌ ଟେଲି ଅଭିନେତ୍ରୀ ମୃତ !

ଇସଲାମାବାଦ: ଶୁକ୍ରବାର କରାଚି ନିକଟରେ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ ଲାଇନ୍‌ (ପିଆଇଏ) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦୭ ଜଣ ଲୋକ ଥିଲେ। ଏହି ବିମାନରେ ପାକିସ୍ତାନ ଟେଲି ଅଭିନେତ୍ରୀ ଆୟେଜା ଖାନ୍‌ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁର ଥିବା ନେଇ ସୋସିଆଲ୍‌ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଆୟେଜା। ଆୟେଜା ଓ ତାଙ୍କ ସ୍ୱାମୀ ଦାନିଶଙ୍କର ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସୋସିଆଲ୍‌ […]

sanjaya
କରୋନାରେ ଆକ୍ରାନ୍ତ ହେଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ଝା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ତାଙ୍କ ଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ପୂର୍ବରୁ ନଥିଲା। ସେ ବର୍ତ୍ତମାନ ୧୦ରୁ ୧୨ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟିନ୍‌ରେ ଅଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଞ୍ଜୟ। ତେଣୁ କରୋନାକୁ ହାଲ୍‌କାରେ ନ ନେଇ ସତର୍କ ରହିବାକୁ ସମସ୍ତଙ୍କୁ ନିବେଦନର କରିଛନ୍ତି ସଞ୍ଜୟ। […]

harwardhan
WHOର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଜାପାନ ଡାକ୍ତର ହିରୋକି ନାକାତାନିଙ୍କ ସ୍ଥାନରେ ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ଏହି ବୋର୍ଡରେ ଏବେ ୩୪ ଜଣ ସଦସ୍ୟ ଅଛନ୍ତି। ଏହି ପଦ ପାଇଁ ଚଳିତ ବର୍ଷ ଭାରତ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ଚଳିତ ମେ ମାସରୁ ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ଆରମ୍ଭ ହେଉଥିବା ବେଳେ […]

bvcjd
୧୦୭ ଜଣଙ୍କୁ ନେଇ ଆସୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବୋଲି ପିଆଇଏର ମୁଖପାତ୍ର ଅବଦୁଲ ସତ୍ତାର କହିଛନ୍ତି। ଏଥିରେ ବିମାନର କର୍ମଚାରୀଙ୍କ ସମେତ ୧୦୭ ଜଣ ଥିଲେ।   View this post on Instagram   BREAKING: A Pakistan […]

covid
କରୋନା ଅପ୍‌ଡେଟ୍‌: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ହଜାର ୩୦୦ ସୁସ୍ଥ ହୋଇଥିବା ବେଳେ ୬୩ହଜାର ୬୨୪ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ୫ ହଜାର ୬୦୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୯ ହଜାର ୨୯୭ ଆକ୍ରାନ୍ତ ହୋଇଥିବା ବେଳେ ୧୩୯୦ଜଣଙ୍କ ମୃତ୍ୟୁ ହୋଇଛି।  […]

dfs
ମାଟି ତଳୁ ନାବାଳିକାର ଶବ ବାହାର କରି ଦୁଷ୍କର୍ମ ଉଦ୍ୟମ କରୁଥିଲା ଅଭିଯୁକ୍ତ

ଦିସପୁର: ମୃତ ନାବାଳିକାର ଶବ ସହିତ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ୫୦ ବର୍ଷର ବ୍ୟକ୍ତିକୁ ଗିରଫ କରିଛି ଆସାମ ପୁଲିସ୍‌। ଆସାମର ଧେମାଜି ଜିଲ୍ଲା ସିଳାପଥର ପୁଲିସ୍‌ ଷ୍ଟେସନ୍‌ ଅଧିନ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। କିଛିଦିନ ତଳେ କୌଣସି କାରଣରୁ ଜଣେ ୧୪ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଝିଅର ଶବକୁ ସୀମେନ୍‌ ନଦୀ କୂଳରେ ପୋତି ଦେଇଥିଲେ ପରିବାର ଲୋକେ। ରିପୋର୍ଟ ଅନୁସାରେ, ମେ ୧୭ ତାରିଖ ରାତିରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। […]

PO
ଅମ୍ପନର ଆଁରୁ ବର୍ତ୍ତିଗଲା ଓଡ଼ିଶା, ଧ୍ୱସ୍ତବିଧ୍ୱସ୍ତ ହେଲା ପଶ୍ଚିମବଙ୍ଗ

କୋଲକାତା: ଅମ୍ପନର ଆଁରୁ ସିନା ବର୍ତ୍ତିଗଲା ଓଡ଼ିଶା, ହେଲେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳ। କେହି କେବେ ଭାବିନଥିବା ଭଳି ବିପର୍ଯ୍ୟ ଆଣିଛି ସାମୁଦ୍ରିକ ଝଡ଼। ଗତକାଲି ପ୍ରାୟ ୬ ଘଣ୍ଟା ଧରି ୧୨୫ରୁ ୧୩୫ କିଲୋମିଟର ବେଗର ବହିଥିବା ଝଡ଼ରେ ଛିନ୍‌ଛତ୍ର ହୋଇଛି CITY OF JOY କୋଲକାତା। ବଡ଼କଥା ହେଉଛି, ବାତ୍ୟାରେ ୭୨ ଜଣଙ୍କ ଜୀବନ ବି ଯାଇଛି। ତେବେ ଯିଏ ଏହି ଖଣ୍ଡ ପ୍ରଳୟକୁ ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ କହିବା କଥା […]

klo
ମଦର ହୋମ୍‌ ଡେଲିଭରି ଆରମ୍ଭ କଲେ ସ୍ୱୀଗି ଓ ଜମାଟୋ

ନୂଆଦିଲ୍ଲୀ: ଦେଶର ଦୁଇ ବଡ଼ ବଡ଼ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି କମ୍ପାନୀ ସ୍ୱୀଗି ଓ ଜମାଟୋ ମଦର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ଏହି ସେବା ଆରମ୍ଭ ହୋଇଛି। ସ୍ୱୀଗି ଆଜି ଗୁରବାର ଠାରୁ ପ୍ରାଥମିକ ପର୍ଯ୍ୟାୟରେ ରାଞ୍ଚିରେ ମଦର ହୋମ୍‌ ଡେଲିଭରି ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସ୍ୱିଗୀ କହିଛି। ଆସନ୍ତା ସପ୍ତାହରେ ଝାରଖଣ୍ଡର […]

ram
ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରୁ ବିଶାଳକାୟ ଶିବଲିଙ୍ଗ ସହ ଦେବାଦେବୀ ମୂର୍ତ୍ତି ଉଦ୍ଧାର

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରୁ ଏକ ବିଶାଳକାୟ ଶିବଲିଙ୍ଗ ଉଦ୍ଧାର କରାଯାଇଛି। ଏହି ଶିବଲିଙ୍ଗର ଉଚ୍ଚତା ୪ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ଏହାର ପରିଧି ପ୍ରାୟ ୪୨ ଇଞ୍ଚ ରହିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଏହି ସୂଚନା ଦେଇଛନ୍ତି। ଏଥିସହ ଘଟଣାସ୍ଥଳରୁ ୭ଟି କଷଟିପଥର ଖମ୍ବ ୬ଟି ବାଲୁକା ପଥର(ସାଣ୍ଡ ଷ୍ଟୋନ୍‌) ଅନେକ ଦେବାଦେବୀଙ୍କ ମୂର୍ତ୍ତିର ଭଗ୍ନାବଶେଷ, ପଥର ନିର୍ମିତ ଫୁଲ ଓ କଳସ […]

sir-aaonaka
ମହାଭାରତରେ ସୁଦାମା ଚରିତ୍ରରେ ଅଭିନୟ କରିଥିଲେ ବଲିଉଡ୍‌ର ଏହି ଅଭିନେତା

ମୁମ୍ବାଇ: ଲକ୍‌ଡାଉନ୍‌ରେ ଲୋକଙ୍କ ଆଗ୍ରହକୁ ଦେଖି ଦୂରଦର୍ଶନ ତା’ର ଆର୍‌କାଇଭ୍‌ରୁ(ଅଭିଲେଖାଗାର) ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପୌରାଣିକ କଥାବସ୍ତୁର ପ୍ରସାରଣ କରୁଛି। ସେଥିମଧ୍ୟରେ ରାମାନନ୍ଦ ସାଗରଙ୍କ ରାମାୟଣ ପରେ ବି ଆର୍‌ ଚୋପ୍ରାଙ୍କ ମହାଭାରତକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ଲୋକପ୍ରିୟତା ଯୋଗୁ ଏହି ପୌରାଣିକ ଧାରାବାହିକ ଏବେ କଲର୍ସ ଓ ଷ୍ଟାର୍‌ ଭାରତ ଚ୍ୟାନେଲ୍‌ରେ ପୁନଃ ପ୍ରସାରଣ ହେଉଛି। ମହାଭାରତରେ ଅଭିନୟ କରୁଥିବା ସମସ୍ତ ଚରିତ୍ରକୁ ପ୍ରାୟତଃ ଆପଣ ଜାଣି ସାରିବେଣି। କିନ୍ତୁ ସେଥିରେ ସୁଦାମା […]

bsf
ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରବାର କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍‌ୱାମାର ପ୍ରିଚୋରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେନା ଉକ୍ତ ସ୍ଥାନକୁ ଘେରାଉ କରି ସର୍ଚ ଅପରେସନ ଜାରି ରଖିଛି। କାଶ୍ମୀର ଉପତ୍ୟାକାରେ […]