• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

chidamara
କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌: ଚିଦାମ୍ବରମ କହିଲେ ଶ୍ରମିକ ପାଇଁ କିଛି ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ଆର୍ଥିକ ସହାୟତା ପ୍ୟାକେଜ୍‌କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ଶ୍ରମିକଙ୍କ ପାଇଁ କିଛି ନାହିଁ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ। ସେ ହିଛନ୍ତି, ଗରିବ ଓ ପ୍ରବାସୀ ଶ୍ରମିକ ଯେଉଁମାନେ ଦେଶର ବଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଓ ଚାଲି ଚାଲି ନିଜ ଘରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ସେହିପରି ଗରିବଙ୍କ ହାତକୁ ଟଙ୍କା ଦେବା ଲାଗି ପ୍ୟାକେଜ୍‌ରେ କୌଣସି […]

dfsd
ଆୟକର ରିଟର୍ଣ୍ଣ ଓ ଇପିଏଫ୍ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆୟକର କ୍ଷେତ୍ର ପାଇଁ ରିହାତି ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତ ଆୟକର ଦାଖଲର ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଟାକ୍ସ ଅଡିଟ୍ ଲାଗି ଥିବା ସମୟସୀମାକୁ ମଧ୍ୟ ୩୦ ସେପଟେମ୍ବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ। ସେହିପରି ଚଳିତ ଆର୍ଥିକ ବର୍ଷ ଲାଗି TDS ଏବଂ TCS ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ଆସନ୍ତାକାଲିଠାରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ […]

nirmala 1
୨୦ହଜାର ଲକ୍ଷ କୋଟିର ଆର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ରକୁ କେତେ ?

ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଏବଂ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ ହଜାର ଲକ୍ଷ କୋଟିର ଏହି ବୃହତ ଅର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ର ପାଇଁ କେତେ ସହାୟତା ଦିଆଯାଇଛି  ନିର୍ମଳା ତାର ହିସାବ ଦେଇଛନ୍ତି।  ଅର୍ଥନୀତିର ମେରୁଦଣ୍ଡ ଲଘୁ,ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ପ୍ୟାକେଜର ଫୋକସରେ ରହିଛନ୍ତି। ତେବେ ରିୟଲ ଇଷ୍ଟେଟ୍, ଠିକାସଂସ୍ଥା, ଘରୋଇ […]

air-india
ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚାଇବା ଲାଗି ଉଡ଼ିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ୍, ବେଙ୍ଗଳୁରୁ, ହାଇଦ୍ରାବାଦ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ବିମାନ ଚାଲିବ। ଜୁନ୍‌ ୨ ତାରିଖ ଯାଏଁ ଏହି ସେବା ଜାରି ରହିବ। ଦେଶରେ ବିଭିନ୍ନ ସହରରେ ଅଟକି ଥିବା ଲୋକଙ୍କ ବ୍ୟତିତ ବିଦେଶରୁ ଆଣାଯାଇଥିବା ଲୋକେ ମଧ୍ୟ ଏହି ଫ୍ଲାଇଟରେ ନିଜ ନିଜ […]

nirmala
୨୦ ଲକ୍ଷ କୋଟିର ପ୍ୟାକେଜ୍: MSME ପାଇଁ ୩ ଲକ୍ଷ କୋଟି ଋଣ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତ ଅଭିଯାନ। ଏହାର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚଇବା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ ଏହି ପ୍ୟାକେଜ୍‌ ତିଆରି ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଦ୍ୱାରା ଅଭିବୃଦ୍ଧିହାର […]

dds
ଆଉ କିଛି ସମୟ ପରେ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ତଥ୍ୟ ଦବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅପରାହ୍ଣ ୪ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେବେ ସୀତାରମଣ। କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜ ଘୋଷଣା କରାଯାଇଛି। ଏହା ହେଉଛି ଦେଶର ଜିଡିପିର ୧୦ ପ୍ରତିଶତ। […]

pm
ସ୍ଥାନୀୟ ସାମଗ୍ରୀ କିଣିବା ଓ ପ୍ରଚାର ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଲକ୍‌ଡାଉନ୍‌-୪ ଘୋଷଣା କରିବା ସହିତ ଦେଶର ଅର୍ଥନୀତିକୁ ତୀବ୍ର ଗତି ଦେବାକୁ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ୟାକେଜ୍‌ରେ କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ତା ସହିତ ଶିଳ୍ପ ପାଇଁ ମଧ୍ୟ ଘୋଷଣା ହୋଇଛି। ତେବେ ଆଜିର ସମ୍ବୋଧନରେ ଉତ୍ପାଦିତ ସ୍ୱଦେଶୀ ତଥା ସ୍ଥାନୀୟ ସାମଗ୍ରୀ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ […]

pm-modi
ଆତ୍ମନିର୍ଭରଶୀଳ ଭାରତ ଅଭିଯାନ: ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି। କରୋନା ମାଡ଼ରେ ଦୋହଲିଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ସହାୟତା ଦେଶର ମୋଟ ଘରୋଇ ଉତ୍ପାଦନର ପ୍ରାୟ ୧୦ ପ୍ରତିଶତ। ଏହି ଅର୍ଥ ଦେଶର […]

modi
ପ୍ରଧାନମନ୍ତ୍ରୀ କହିଲେ ନୂଆ ରୂପରେ ଆସିବ ଲକ୍‌ଡାଉନ୍‌-୪

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏଥର ଲକଡାଉନ୍‌ ନୂଆ ରୂପରେ ଓ  ନୂଆ ନିୟମ ସହ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ରାଜ୍ୟର ପରାମର୍ଶକ୍ରମେ ପଦକ୍ଷେପ ନିଆଯାଇଛି। ତାର ସବୁ ସୂଚନା ମେ ୧୮ ପୂର୍ବରୁ ଆପଣଙ୍କୁ ସୂଚିତ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ କହିଛନ୍ତି। ଏଥିସହିତ ଦେଶର ଅର୍ଥନୀତିକୁ ବଳ ଦେବା ପାଇଁ ଏକ ବଡ଼ ଆର୍ଥିକ ପ୍ୟାକେଜ୍‌ର ଘୋଷଣା […]

corona-virus
୭୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ପଜିଟିଭ୍‌ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ କରୋନାରେ ଏଯାଏ ୭୦ ହଜାର  ୭୫୬ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୨ ଶହ ୯୩ରେ ପହଞ୍ଚିଛି। ବର୍ତ୍ତମାନ ପ୍ରାୟ ୪୬ ହଜାର ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୨୨ ହଜାର ୪୫୪ ଜଣ ଆରୋଗ୍ୟ ଲାଭ କଲେଣି। ତେବେ ମହାରାଷ୍ଟ୍ରକୁ ନେଇ ଉଦ୍‌ବେଗ ବଢ଼ୁଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିଥିବାବେଳେ, ୮୬୮ […]

sukhioi
ଭାରତ ସୀମା ପାଖରେ ଚାଇନା ହେଲିକପ୍ଟର

ନୂଆଦିଲ୍ଲୀ: ଗତ ସପ୍ତାହରେ ସିକ୍କିମ ସୀମାରେ ଚାଇନା ଯବାନ ଭାରତୀୟ ଯବାନଙ୍କ ସହିତ ସୀମାରେ ମାର୍‌ପିଟ୍‌ କରିଥିଲେ। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ଖବର ପ୍ରକାଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଆଉ ଏକ ଚାଇନାର ସୀମା ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି। ଯେଉଁ ସପ୍ତାହରେ ଚାଇନା ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ, ସେହି ସମୟରେ ହିଁ ଭାରତର ଲଦାଖ ସୀମାରେ ହେଲିକପ୍ଟର ଉଡ଼ାଇଥିଲା ଚାଇନା। ଏହାର ତୁରନ୍ତ ପରେ ପାଟ୍ରୋଲିଂ […]

lottle
ସାଇକେଲ୍‌ରେ ପରିବା ବିକ୍ରି କରୁଥିଲେ ଯୁବତୀ, ଟୁ-ହ୍ୱିଲର ଗିଫ୍ଟ କଲା ପୁଲିସ୍

ଦିବ୍ରୁଗଡ଼: କରୋନା ଭାଇରସ୍‌ ଯୋଗୁ ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି।  ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ। ଜନମୋନୀ ଏକ ବାଇସାଇକେଲ୍‌ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ […]

air-india
ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ସିଲ୍‌ ହୋଇଛି। ଏଠାକାର ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍‌ କରାଯାଇଛି। ସାନିଟାଇଜେସନ୍‌ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନ ଏୟାର୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଦ୍ୱାରା ରକାବ୍‌ଗଞ୍ଜ ରୋଡ୍‌ ବିଲ୍‌ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍‌-୧୯ […]

MANMOHAN
ଏମ୍‌ସରୁ ଫେରିଲେ ମନମୋହନ

ନୂଆଦିଲ୍ଲୀ: ଏମ୍‌ସରୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍‌ସ ପକ୍ଷରୁ କୁହାଯାଇଛି। ମନମୋହନଙ୍କୁ ଆଜି ଦନ ୧୨ ଟା ବେଳେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। କାର୍ଡିଓ ଲୋଜୀର ପ୍ରେଫେସର ଡ. ନୀତୀଶ ନାୟକ ତାଙ୍କର ଚିକିତ୍ସା କରୁଥିଲେ ବୋଲି ପିଟିଆଇ ରିପୋର୍ଟରେ ଦର୍ଶାଇଛି। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହସ୍‌ପିଟାଲାରୁ ଡିସ୍‌ଚାର୍ଜ୍‌ ହେବା […]