ନୂଆଦିଲ୍ଲୀ: କରୋନା ଭାଇରସ୍ ସ୍ଥିତି ଯୋଗୁ ମାସ୍କ ବ୍ୟବହାରକୁ ନେଇ ସମୟ ସମୟରେ ନିଷ୍ପତ୍ତି ବଦଳିଛି। ପ୍ରଥମେ କେବଳ ସ୍ୱାସ୍ଥ୍ୟକର୍ମୀ, କରୋନା ଲକ୍ଷଣ ଥିବା ବ୍ୟକ୍ତି କିମ୍ବା କୌଣସି ଫ୍ଲୁଜନିତ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ପରେ ମାସ୍କ ପିନ୍ଧିବା ଦ୍ୱାରା ଅନେକାଂଶରେ ସଂକ୍ରମଣକୁ ରୋକାଯାଇପାରିବା ବୋଲି ରିପୋର୍ଟ ଆସିବା ପରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କଲେ ସରକାର। ତେବେ ସ୍ୱାଶ ରୋଗୀ ଓ ଛୋଟ ପିଲାଙ୍କ ପାଇଁ ଏହା ବାଧ୍ୟତାମୁଳକ […]
ବେଙ୍ଗାଲୁରୁ: ଜୁନ୍ ୧ ତାରିଖରୁ ସବୁ ମନ୍ଦିର ଖୋଲିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଯଦି ସରକାର ଦେବାଳୟ ଖୋଲିବା କଥା ନିଷ୍ପତ୍ତି ନେଇଛନ୍ତି ତେବେ ମସ୍ଜିଦ୍ ଓ ଚର୍ଚ୍ଚ ଆଦି ସବୁ ଧର୍ମର ଦେବାଳୟ ଖୋଲନ୍ତୁ ନହେଲେ କିଛି ଖୋଲନ୍ତୁ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଏନ୍ଏ ହରିସ। ବେଙ୍ଗାଲୁରୁର ଶାନ୍ତିନଗରରୁ ବିଧାୟ ହୋଇଥିବା ହରିସ୍ ୟେଦୁରପ୍ପାଙ୍କ ବିରୋଧରେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣି ଧର୍ମକୁ ନେଇ ସେମାନେ […]
ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତର କଲା ୭୬ ଜଣ ପ୍ୟାସେଞ୍ଜରକୁ ନେଇ ଉଡ଼ାଣ ଭରିଥିବା ବିମାନ। ଜୟପୁରରୁ ହାଇଦ୍ରାବଦ ଆସୁଥିବା ଏୟାର ଏସିଆ ବିମାନ ୧୫୧୫୪୩ ମଙ୍ଗଳବାର ମଧ୍ୟାହ୍ନରେ ହାଇଦ୍ରାବାଦରେ ଜରୁରୀ ଆବତରଣ କରିଛି। ବିମାନଟି ହାଇଦ୍ରାବାଦରେ ପହଞ୍ଚିବାର ତୁରନ୍ତ ପରେ ଏପରି ସମସ୍ୟା ବିଷୟରେ ଜଣାପଡ଼ିଥିଲା। ବିମାନ ଇଞ୍ଜିନରୁ ଇନ୍ଧନ ଲିକ୍ ହେବା ନେଇ ପାଇଲଟ୍ ଜାଣିବା ପରେ ଗୋଟିଏ ଇଞ୍ଜିନ୍କୁ ବନ୍ଦ କରିଦେଇଥିଲେ। ଅନ୍ୟ ଏକ ଇଞ୍ଜିନ୍ […]
ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବଲେଟ୍ର ପରୀକ୍ଷଣକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ସୁରକ୍ଷା ପାଇଁ ଏହାର ଟେଷ୍ଟିଂକୁ ବାରଣ କରାଯାଇଥିବା ସୋମବାର WHOର ନିର୍ଦ୍ଦେଶକ ଟେଡ୍ରସ ଅନ୍ଧନୋମ୍ ଘେବ୍ରିୟେସସ୍ କହିଛନ୍ତି। ସୁରକ୍ଷା ତଥ୍ୟ ସମୀକ୍ଷା କରିବା ପରେ ଅସ୍ଥାୟୀ ଭାବେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ବୋଲି ଟେଡ୍ରସ ସୂଚନା ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳିନ କାର୍ଯ୍ୟକ୍ରମରେ ମୁଖ୍ୟ ମାଇକେ ରେୟାନ୍ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ର ପରୀକ୍ଷଣ ବନ୍ଦ ହେବା […]
ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ। ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରଭାବିତ ଟପ୍ ଟେନ୍ ଦେଶ ତାଲିକାରେ ଥିବା ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୬ ମୃତ୍ୟୁ ରେକର୍ଡ କରାଯାଇଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ […]
ନୂଆଦିଲ୍ଲୀ: ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଅବଧି। ଏହା ପୂର୍ବରୁ ଆଜି ଏସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି ରାହୁଲ। ସ୍ଥିତି ଅଧିକରୁ ଅଧିକ ଖରାପ ଆଡ଼କୁ ଗତି କରୁଛି। ସରକାର କିନ୍ତୁ ଲକ୍ଡାଉନ କଟକଣା ପ୍ରତ୍ୟାହାର କରିବାକୁ ଯାଉଛନ୍ତି। […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଦେଶର ରେକର୍ଡ ସଂଖ୍ୟକ ୬ ହଜାର ୭୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଏବେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ମହାମାରୀ। ଫଳରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ […]
ନୂଆଦିଲ୍ଲୀ: ଭାରତକୁ ୩୬ଟି ରାଫେଲ୍ ବିମାନ ଦେବାକୁ କୌଣସି ବିଳମ୍ବ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ବିମାନ ସପ୍ଲାଏ ହେବ ବୋଲି ଫ୍ରାନ୍ସ ଆମ୍ବାସାଡର ଇମାନୁଏଲ୍ ଲେନାଇନ କହିଛନ୍ତି। ଅନ୍ୟ ଦେଶଗୁଡ଼ିକ ଭଳି ଫ୍ରାନ୍ସରେ କରୋନା ତାର ପ୍ରଭାବ ଜାରି ରଖିଛି। ଏଠାରେ ୧,୪୫,୦୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮,୩୩୦ରେ ପହଞ୍ଚିଛି। ତେଣୁ ଏଭଳି ପରିସ୍ଥିତିରେ ରାଫେଲ୍ ସପ୍ଲାଏ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଇମାନୁଏଲ୍ ଏହି […]
ମୁମ୍ବାଇ: କିଛି ସମୟ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ନେଇ ମନା କରୁଥିବା ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି। ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛନ୍ତି ସରକାର। ବିମାନ ଚଳାଚଳ ନେଇ ରାଜ୍ୟ ପ୍ରସ୍ତୁତ ନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଦେଇଥିବା ସୂଚନାର କିଛି ସମୟ ପରେ ରାଜ୍ୟ ମନ୍ତ୍ର ନୱାବ୍ ମଲ୍ଲୀକ ୨୫ ବିମାନ ଉଡ଼ାଣ ଅନୁମତି ନେଇ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ […]
ନୂଆଦିଲ୍ଲୀ: ଘରୋଇ ବିମାନ ସେବା ପୁନଃ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆଜି ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ନୁହେଁ ବୋଲି ଦିଲ୍ଲୀ ସରକାରଙ୍କ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ତେବେ ଥର୍ମାଲ୍ ସ୍କ୍ରିନଂ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ରହିବ। ପୂର୍ବରୁ ହୋମ୍ ମିନିଷ୍ଟ୍ରି ମଧ୍ୟ ଏଭଳି ଗାଇଡ୍ଲାଇନ୍ ଜାରି କରିଥିଲା। ଦିଲ୍ଲୀ ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ, […]
ମୁମ୍ବାଇ: କରୋନା ଭାଇରସ୍ ବ୍ୟାପିବାର ଆଶଙ୍କା ଥିବାରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର। ଏମିତିକି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସରୁଥିଲେ ବି ଲକ୍ଡାଉନ୍ ଉଠାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲାସାହେବ ଠାକ୍ରେ କହିଛନ୍ତି। ବର୍ତ୍ତମାନ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୧୯୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୭୭ ରହିଛି। ରାଜ୍ୟରେ ବିମାନ ଚଳାଚଳ ନେଇ ଉଦ୍ଧବ କହିଛନ୍ତି, “ମୁଁ ବିମାନ ଚଳାଚଳ […]
ତେହ୍ରାନ: କରୋନା ରୋଗରେ ବିଶେଷ କରି ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାର ଦେଖାଯାଉଥିବା ବେଳେ ଇରାନ୍ରୁ ଆସିଛ ଆଶ୍ଚର୍ଯ୍ୟକର ଖବର। କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ୧୦୭ ବର୍ଷୀୟା ବୃଦ୍ଧା। ରବିବାର ଇରାନ୍ର ଏକ ବଡ଼ ଗଣମାଧ୍ୟମ ପାର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ବୃଦ୍ଧା ମହିଳା ଜଣକ ନାଁ ହେଲା ସଲତନତ ଅକବରୀ। ସେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଅର୍କ ସହର ଖାନ୍ସାରୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଇସୋଲେସନ୍ର କିଛିଦିନ ରହିବା […]
ଭୁବନେଶ୍ୱର: ଲାଇଟ୍ କ୍ୟାମେରା ଆକ୍ସନର ଦୁନିଆଁ ଏବେ ଲକ୍ଡାଉନ୍ରେ। ନା ହେଉଛି ଶୁଟିଂ ନା ଆସୁଛନ୍ତି ଆର୍ଟିଷ୍ଟ। ତେବେ ଏହି ସମୟରେ ବଡ଼ ବଡ଼ କଳାକାରମାନେ ସିନା ତାଙ୍କ ବ୍ୟସ୍ତବହୁଳ ଜୀବନରେ ଟିକେ ଫୁର୍ସତ ପାଇ ପରିବାର ସହିତ ସମୟ କାଟୁଛନ୍ତି, କିନ୍ତୁ ଅନ୍ୟମାନଙ୍କର ରୋଜଗାର ଚାଲିଯାଇଛି। ତେବେ ଯାହା ବି ହେଉ ପେଟ ତ ପୋଷିବାକୁ ପଡ଼ିବ। ସେଥିପାଇଁ ଓଲିଉଡ୍ର ଫେମସ୍ ମିମିକ୍ରି ଆର୍ଟିଷ୍ଟ ରବି କୁମାର ବାଛି ନେଇଛନ୍ତି ପରିବା ବ୍ୟବସାୟର ପଥ। ତେବେ […]
ବ୍ୟାଙ୍କକ୍: ମୂଷା ପରେ ଏବେ ମାଙ୍କଡ଼ ଉପରେ କରୋନା ଭ୍ୟାକ୍ସିନ୍ ଟ୍ରାଏଲ୍ କଲା ଥାଇଲାଣ୍ଡ। ଏ ନେଇ ଥାଇଲାଣ୍ଡ ସରକାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଥାଇଲାଣ୍ଡ ଉଚ୍ଚଶିକ୍ଷା ବିଜ୍ଞାନ ଓ ଗବେଷଣା ମନ୍ତ୍ରୀ ସୁଭିତ ମେସିନ୍ସି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗବେଷକମାନେ ଏବେ ମାଙ୍କଡ଼ ଉପରେ କରୋନା ଭୂତାଣୁ ପରୀକ୍ଷଣ କରୁଛନ୍ତି। ସେପ୍ଟେମ୍ବର ମାସ ସୁଦ୍ଧା ଏହା ସଫଳ ହେବ ଓ ସ୍ପଷ୍ଟ ନିଷ୍କର୍ଶ ବାହାରିବ ବୋଲି ଆଶା କରାଯାଉଛି। ସେ ଆହୁରି ମଧ୍ୟ […]
ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ଏବେ ସଚିନ କୁମାର ଓ ସାଇ ଗୁଣ୍ଡେରାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା। ଆଉ ଏବେ ପୁଣି ଜଣେ ଉଦିଅମାନ […]