ନୂଆଦିଲ୍ଲୀ: ଗତ ସପ୍ତାହରେ ସିକ୍କିମ ସୀମାରେ ଚାଇନା ଯବାନ ଭାରତୀୟ ଯବାନଙ୍କ ସହିତ ସୀମାରେ ମାର୍ପିଟ୍ କରିଥିଲେ। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ଖବର ପ୍ରକାଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଆଉ ଏକ ଚାଇନାର ସୀମା ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି। ଯେଉଁ ସପ୍ତାହରେ ଚାଇନା ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ, ସେହି ସମୟରେ ହିଁ ଭାରତର ଲଦାଖ ସୀମାରେ ହେଲିକପ୍ଟର ଉଡ଼ାଇଥିଲା ଚାଇନା। ଏହାର ତୁରନ୍ତ ପରେ ପାଟ୍ରୋଲିଂ […]
ଦିବ୍ରୁଗଡ଼: କରୋନା ଭାଇରସ୍ ଯୋଗୁ ଦେଶ ବ୍ୟାପୀ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି। ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ। ଜନମୋନୀ ଏକ ବାଇସାଇକେଲ୍ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ସିଲ୍ ହୋଇଛି। ଏଠାକାର ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍ କରାଯାଇଛି। ସାନିଟାଇଜେସନ୍ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନ ଏୟାର୍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଦ୍ୱାରା ରକାବ୍ଗଞ୍ଜ ରୋଡ୍ ବିଲ୍ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍-୧୯ […]
ନୂଆଦିଲ୍ଲୀ: ଏମ୍ସରୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି। ମନମୋହନଙ୍କୁ ଆଜି ଦନ ୧୨ ଟା ବେଳେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। କାର୍ଡିଓ ଲୋଜୀର ପ୍ରେଫେସର ଡ. ନୀତୀଶ ନାୟକ ତାଙ୍କର ଚିକିତ୍ସା କରୁଥିଲେ ବୋଲି ପିଟିଆଇ ରିପୋର୍ଟରେ ଦର୍ଶାଇଛି। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା। ହସ୍ପିଟାଲାରୁ ଡିସ୍ଚାର୍ଜ୍ ହେବା […]
ନୂଆଦିଲ୍ଲୀ: ଦେଶର ମେଟ୍ରୋ ସହରଗୁଡ଼ିକରେ ଜଟିଳ ହେଉଛି କରୋନା ସ୍ଥିତି। ବାଣିଜ୍ୟିକ ରାଜଧାନୀ ମୁମ୍ବାଇର ହାଲ୍ ସବୁଠୁ ଅଧିକ ଖରାପ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଛୁଇଁବାକୁ ବସିଥିବା ବେଳେ ମୃତ୍ୟୁସଂଖ୍ୟା ୫ଶହ ନିକଟବର୍ତ୍ତୀ ହୋଇଛି। ତେଣେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ହୋଇଥିବା ବେଳେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହର ଅହମ୍ମଦାବାଦ୍ରେ ସଂଖ୍ୟା ୫ ହଜାର ଟପିଛି। ସେହିଭଳି ସୁରତ୍ରେ ବି ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ହବ୍ରେ ପରିଣତ […]
ନୂଆଦିଲ୍ଲୀ: ଦୀର୍ଘ ଦିନର ଲକ୍ଡାଉନ୍ ପରେ ଆରମ୍ଭ ହେବ ରେଳ ସେବା। ମେ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବା ନେଇ ଯୋଜନା କରୁଛି ଭାରତୀୟ ରେଳବାଇ। ଏନେଇ କାଲିଠୁ ଟିକେଟ୍ ବୁକିଂ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବା ନେଇ ରେଳବାଇ ଯୋଜନା କରୁଥିବା ବେଳେ କାଲି ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ତେବେ କେବଳ IRCTC ୱେବ୍ସାଇଟ୍ରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। […]
ନୂଆଦିଲ୍ଲୀ: ଲକ୍ଡାଉନ୍ ଓ କ୍ୱାରେଣ୍ଟିନ୍ କଟକଣା ଇତ୍ୟାଦି ସବୁ ପରେ ବି ଥମୁନି କରୋନା। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୧୦୯ରେ ପହଞ୍ଚି ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୯୩୯ରେ ପହଞ୍ଚିଛି। ସେହିଭଳି ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୪୧ ହଜାର ୪୭୨ଟି ସକ୍ରିୟ କେସ୍ ରହିଛି। କେବଳ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ […]
ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୧୯ ପରେ କ୍ରିକେଟ୍ ଠାରୁ ଦୂରେଇ ରହିଥିବା ଧୋନିଙ୍କ ପ୍ରଂଶସକମାନେ ଭାବିଥିଲେ, ଚଳିତ ଆଇପିଏଲ୍ରେ ଧୋନି ପୁଣିଥରେ କ୍ରିକେଟ୍କୁ ଫେରିବେ। ବିସ୍ଫୋରକ ପାଳି ଖେଳିବା ସହିତ ତାଙ୍କ କ୍ୟାପ୍ଟେନ୍ସିପ୍ରେ ଦର୍ଶକଙ୍କୁ ବାନ୍ଧି ରଖିବେ। କିନ୍ତୁ ଅବଶୋଷ ତାହା ହେଲାନି। କରୋନା ଭାଇରସ୍ ପାଇଁ ଆଇପିଏଲ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେବଳ ଆଇପିଏଲ୍ ନୁହେଁ, କୌଣସି ମ୍ୟାଚ୍ ହେଉନି। ଏହି ସମୟରେ ଅନେକ କ୍ରିକେଟ୍ ଖେଳାଳି ସୋସିଆଲ୍ ମିଡିଆରେ ଫ୍ୟାନ୍ଙ୍କ ସମ୍ମୁଖକୁ ଆସୁଛନ୍ତି। […]
ଚେନ୍ନାଇ: ଲକ୍ଡାଉନ୍ ନିୟମ କୋହଳ କରିବେ ତାମିଲନାଡୁ ସରକାର। ମେ ୧୧ ତାରିଖଠାରୁ କଣ୍ଟେନମେଣ୍ଟ ଜୋନ୍ ହୋଇନଥିବା ଅଞ୍ଚଳରେ ଖୋଲିବ କିଛି ଦୋକାନ। କେଉଁ ଦୋକାନ ଖୋଲିବ କେଉଁଟା ଖୋଲିବନି, ତାର ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ସେଗୁଡ଼ିକ ହେଲା- ଚା ଦୋକାନ, ବେକେରି, ହୋଟେଲ୍, ଗ୍ରୋସେରୀ ଷ୍ଟୋର, ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦୋକାନ, ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ବିକ୍ରି ଓ ମରାମତି ଦୋକାନ, ଯଥା କମ୍ପ୍ୟୁଟର୍ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ […]
ନୂଆଦିଲ୍ଲୀ: ସୀମାରେ ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ। ଶନିବାର ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ନାମ ଗୋପାନ ସର୍ତ୍ତରେ ୨ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରେ ଚୀନର ୭ ଜଣ ସୈନ୍ୟ ଥିବାବେଳେ ୪ ଜଣ ଭାରତୀୟ ଯବାନ ଅଛନ୍ତି। ପାଖାପାଖି ୧୫୦ ଜଣ ଯବାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପ୍ରଥମେ […]
ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ଆଲୋଚନା ହେବ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ମୁକାବିଲା ପାଇଁ ଭବିଷ୍ୟତରେ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ବି ଆଲୋଚନା ହେବ। ଏହାକୁ ମିଶାଇ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କରୋନା ମୁକାବିଲା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। […]
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ। ରବିବାର ଦିନ ୧.୪୫ ମିନିଟ୍ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରହିଥିଲା। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ଦିଲ୍ଲୀ ବିପର୍ଯ୍ୟୟ ସୂଚନା କେନ୍ଦ୍ରର ସୁଚନା ଅନୁସାରେ, ଏହି ଭୁମିକମ୍ପ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ଓ ୟୁପିର ସୀମାରେ ୧୫ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ […]
ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବିଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି, ମୁସଲମାନ କର୍ମଚାରୀଙ୍କ ଦ୍ୱାରା ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବିଜ୍ଞାପନରେ ଧର୍ମୀୟ ଭେଦଭାବ ଥିବାରୁ […]
ନୂଆଦିଲ୍ଲୀ: ୫ ଜଣ ବିମାନ ଚାଳକଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଛି। ଗତକାଲି ୭୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରୁ କାହା ଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା। ଏମାନେ କାର୍ଗୋ ଫ୍ଲାଇଟ୍ରେ ଚାଇନାର ଗୁଆନ୍ଝୋକୁ ଉଡ଼ାଣ ଭରିଥିଲେ। ଏମାନେ ସମସ୍ତେ ମୁମ୍ବାଇର ବୋଲି ଜଣା ପଡ଼ିଛି। ଲକ୍ଡାଉନ୍ ସମୟରେ ସମସ୍ତ ପରିବନ ବନ୍ଦ ରହିଥିବା ବେଳେ ସରକାର ବିମାନ […]
ନୂଆଦିଲ୍ଲୀ: ୧୦ଟି ବହୁଳ ପ୍ରଭାବିତ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ୧୦ଟି ଟିମ୍ ଯିବ। ସେଠାରେ କୋଭିଡ୍ ପରିଚାଳନାରେ ଓ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବାରେ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବ। ଏହି ଟିମ୍ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ […]