Advertisment

ଅନୁ ମଲିକଙ୍କ ମାତୃ ବିୟୋଗ

ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।

author-image
Pramod Behera
ଅନୁ ମଲିକଙ୍କ ମାତୃ ବିୟୋଗ

Anu Malik

ମୁମ୍ବାଇ: ଗତ କିଛି ଦିନ ଧରି କ୍ରମାଗତ ଭାବରେ ବି-ଟାଉନରୁ ହୃଦୟ ବିଦାରକ ଖବର ଆସୁଛି। ଏହି ମାସରେ ଦିଗ୍‌ଗଜ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି, ତା’ପରେ ଅଭିନେତା ଚଙ୍କି ପାଣ୍ଡେଙ୍କ ମା। ବଲିଉଡ୍ ପ୍ରେମୀଙ୍କ ମନରୁ ଏହି ଦୁଃଖ ଖବର ଲିଭି ନ ଥିବା ବେଳେ ଏହି ସମୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।

Advertisment

ଅନୁ ମଲିକଙ୍କ ଭଣଜା ଅର୍ଥାତ ଡବୁ ମଲିକଙ୍କ ପୁଅ ଅରମାନ ମଲିକ ଓ ଅମାଲ ମଲିକ୍‌ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ ସେୟାର୍‌ କରି ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ନେଇ ଗାୟକ ଅନୁ ମଲିକଙ୍କ ମା’ଙ୍କ ମୃତ୍ୟୁ ଘଟିଛି ସେ ସମ୍ପର୍କରେ ସୂଚନା ମିଳି ନାହିଁ। ଅରମାନ ମଲିକ ସୋସିଆଲ୍‌ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍‌ କରିଛନ୍ତି। ସେ ଏହି ପୋଷ୍ଟରେ ତାଙ୍କ ଆଈମା’ଙ୍କୁ ତାଙ୍କର ବେଷ୍ଟ୍‌ ଫ୍ରେଣ୍ଡ୍‌ ବୋଲି କହିଛନ୍ତି।

Advertisment

ସେୟାର ହୋଇଥିବା ଭିଡିଓରେ ଅରମାନ ତାଙ୍କ ଆଈମା’ଙ୍କ ସହ ନଜର ଆସିଛନ୍ତି। ସେ ତାଙ୍କ ଆଈମା’ଙ୍କୁ ଧରି ଗେଲ୍ହା ହେଉଥିବା ଦେଖାଯାଏ। ଏଥିରୁ ଲାଗୁଛି ସେ ତାଙ୍କ ଆଈମା’ଙ୍କୁ ବହୁତ ଭଲ ପାଆନ୍ତି। ଗାୟକଙ୍କ ପ୍ରଶଂସକମାନେ ତାଙ୍କ ଭଣଜାଙ୍କ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଦୁଃଖ ପ୍ରକାଶ କରୁଛନ୍ତି।

ଅରମାନ ମଲିକ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଆଜି ମୁ ମୋର ବେଷ୍ଟ୍‌ ଫ୍ରେଣ୍ଡ୍‌କୁ ହରେଇଲି। ମୋ ଆଈମା’ ମୋ ଜୀବନର ଆଲୋକ ଥିଲା। ଏହି କ୍ଷତିକୁ ମୁଁ କଦାପି ଭରଣା କରିପାରିବି ନାହିଁ। ମୁଁ ଜାଣେ ଏହା ଏପରି ଏକ ଶୂନ୍ୟସ୍ଥାନ ଯାହା କେହି ମଧ୍ୟ ପୂରଣ କରିପାରିବେ ନାହିଁ। ତୁମେ ସବୁଠୁ ଭଲ ଏବଂ ସବୁଠାରୁ ମୂଲ୍ୟବାନ ବ୍ୟକ୍ତି ଥିଲ। ମୁଁ ବହୁତ କୃତଜ୍ଞ ଯେ ମୁଁ ତୁମ ସହିତ ଏତେ ସମୟ ବିତାଇବାକୁ ସକ୍ଷମ ହୋଇଥିଲି। ତୁମ ସ୍ନେହ, ମମତା, ଭଲ ପାଇବା ପାଉଥିଲି। ଆଲ୍ଲା ମୋ ଆଞ୍ଜେଲ୍ ବର୍ତ୍ତମାନ ତୁମ ସହିତ ଅଛନ୍ତି।

ସେହିପରି ଅମାଲ ମଲିକ ମଧ୍ୟ ଏକ ଇମୋସନାଲ୍‌ ପୋଷ୍ଟ ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, “ଆଜି ତୁମକୁ ନିଜ ହାତରେ କବର ଦେବା ମୋ ଜୀବନର ସବୁଠାରୁ କଷ୍ଟ କାମ ଥିଲା। ମୁ ଶେଷ ଥର ପାଇଁ ତୁମ ଗଳାରେ ଆଉଜି କାନ୍ଦୁଥିଲି, କିନ୍ତୁ ଏହା ପୂର୍ବରୁ ତୁମେ ଚାଲିଯାଇଥିଲ।”

Entertainment Anu Malik
Advertisment
Advertisment