Advertisment

ପୁଣି ଥରେ ମା ହେବେ କି ଐଶ୍ୱର୍ଯ୍ୟା ରାୟ !

ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏଥର କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କ ବର୍ଦ୍ଧିତ ଓଜନ ପାଇଁ ପ୍ରଶଂସକଙ୍କ ଟ୍ରୋଲର ଶୀକାର ହୋଇଛନ୍ତି । ଏହି ଫଟୋ ଦେଖି ଏଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ସେ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା କଥା କହିଛନ୍ତି।

author-image
Pramod Behera
ପୁଣି ଥରେ ମା ହେବେ କି ଐଶ୍ୱର୍ଯ୍ୟା ରାୟ !

Aishwarya Rai Bachchan

ମୁମ୍ବାଇ: ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏଥର କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କ ବର୍ଦ୍ଧିତ ଓଜନ ପାଇଁ ପ୍ରଶଂସକଙ୍କ ଟ୍ରୋଲର ଶୀକାର ହୋଇଛନ୍ତି । ନିକଟରେ ଐଶ୍ୱର୍ଯ୍ୟାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଦେଖି ଏଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ସେ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବା କଥା କହିଛନ୍ତି।

Advertisment

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଏଶ୍ୱର୍ଯ୍ୟାଙ୍କର ଓଜନ ଅଧିକ ଥିବା ସ୍ପଷ୍ଟ ଜଣା ପଡୁଥିବା ନେଇ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି । ଫଟୋରେ ଐଶ୍ୱର୍ଯ୍ୟା ରାୟ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ଐଶ୍ୱର୍ଯ୍ୟା ଏକ କଳା ରଙ୍ଗର ଅଫ୍ ସୋଲ୍ଡର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି । ଯେଉଁଥିରେ ସେ ଆର ସାରଥ କୁମାରଙ୍କ ପରିବାର ସହିତ ନଜର ଆସିଛନ୍ତି। ଐଶ୍ୱର୍ଯ୍ୟାଙ୍କର ଏହି ଫଟୋ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀଙ୍କ ଦ୍ୱାରା ସେୟାର କରାଯାଇଛି।

Advertisment

ସୂଚନା ଅନୁସାରେ ଏକ ଶୁଟିଂ ସମୟରେ ଐଶ୍ୱର୍ଯ୍ୟା, ଅଭିଷେକ ଏବଂ ଝିଅ ଆରାଧ୍ୟା ସାରଥ କୁମାରଙ୍କ ଘରେ ପହଞ୍ଚିଥିଲେ। ଏହି ଫଟୋଗୁଡ଼ିକ ସେହି ସମୟରେ ଉଠାଯାଇଥିଲା। ଫଟୋଗୁଡିକରେ ଐଶ୍ୱର୍ଯ୍ୟା କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । ଏହି ଫଟୋ ଉପରେ ଅନେକ ଉପଭୋକ୍ତା ଲେଖିଛନ୍ତି ଯେ ଐଶ୍ୱର୍ଯ୍ୟା ଗର୍ଭବତୀ କି? ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ‘ଖୁସି ଖବର, ଐଶ୍ୱର୍ଯ୍ୟା ଗର୍ଭବତୀ ଅଛନ୍ତି। ତେବେ ଏ ପର୍ଯ୍ୟନ୍ତ ବଚ୍ଚନ ପରିବାରର ପକ୍ଷରୁ କୌଣସୀ ପ୍ରତିକ୍ରିୟା ମିଳିପାରି ନାହିଁ ।

ପ୍ରକାଶଥାଉ ଯେ, ଐଶ୍ୱର୍ଯ୍ୟା ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଅଭିଷେକ ଓ ଏଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ଜନ୍ମ ଗ୍ରହଣ କରିଥିଲେ । ଆରାଧ୍ୟାଙ୍କୁ ଏବେ ୯ ବର୍ଷ ଚାଲିଛି ।

Bollywood Aishwarya Rai Bachchan
Advertisment
Advertisment