• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nitina-gadkari
MSMEରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର

  ନୂଆଦିଲ୍ଲୀ: ଏମ୍ଏସ୍ଏମ୍ଇରେ ସାମିଲ ହୋଇପାରନ୍ତି ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାର। ସେମାନଙ୍କୁ ଏମ୍ଏସ୍ଏମ୍ଇ ଭାବେ ପଞ୍ଜୀକରଣ ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଲଘୁ, କ୍ଷୁଦ୍ରୁ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରୀ। ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ କାର୍ଯ୍ୟରତ ଯନ୍ତ୍ରୀ, ଆର୍କିଟେକ୍‌ଚର୍ ଓ ଟାଉନ ପ୍ଲାନର ସଂଘ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଆମଦାନୀର ବିକଳ୍ପ ଖୋଜିବା ଏବଂ ଜନସଂଖ୍ୟା ବହୁଳ […]

bhrta
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ମୁହାଁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଇଁଲାଣି। ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ସହ ଏହି ସଂଖ୍ୟା ୫୯ ହଜାର ୬୬୨ରେ ପହଂଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ୨ ହଜାର ପାଖାପାଖି ହେଲାଣି। ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ଏକ ହଜାର ୯୮୧ ଛୁଇଁଛି। ଦେଶରେ ଏବେ ଯାଏଁ ୧୭ ହଜାର ୮୪୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୩୯ ହଜାର […]

amit-shaha
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଅପପ୍ରଚାର ହେଉଥିବାରୁ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ଗୃହମନ୍ତ୍ରୀ । ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ କରୋନା ମହାମାରୀକୁ ନେଇ ସରକାରଙ୍କ ଲଢ଼େଇରେ ବ୍ୟସ୍ତ ରହୁଛି।  ଫେସବୁକ, ଟୁଇଟର ସମେତ ଅନ୍ୟ  ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଚାରିତ ହେଉଥିବା ଅଯଥା ମନଗଢ଼ା ଓ ଗୁଜବକୁ ଖଣ୍ଡନ କରିଛନ୍ତି। […]

train
ରେଳ ଧାରଣାରେ ନ ଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି

ନୂଆଦିଲ୍ଲୀ: ରେଳ ଧାରଣାରେ ନଚାଲିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଟ୍ରାକ୍‌ରେ କୌଣସି ବ୍ୟକ୍ତି ଚାଲୁଥିବା ଦେଖିଲେ ସତର୍କ କରାଇବେ ରେଲୱେ କର୍ମଚାରୀ। ଏଥିପାଇଁ ଜାରି ହୋଇଛି ଆରପିଏଫ ସିକ୍ୟୁରିଟି ହେଲ୍‌ପଲାଇନ୍ ନମ୍ବର। ୧୮୨ ଟ୍ରାକ୍‌ରେ ଚାଲୁଥିବା ଲୋକଙ୍କ ସମ୍ପର୍କରେ ଏହି ନମ୍ବରରେ ସୂଚନା ଦିଆଯିବ। ରେଲୱେ ଟ୍ରାକ୍‌ରେ ଚାଲିବା ବିପଦପୂର୍ଣ୍ଣ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି ପୂର୍ବତଟ ରେଳବାଇ। ଔରଙ୍ଗାବାଦ୍‌ରେ ରେଳଟ୍ରାକ୍‌ରେ ଯାଉଥିବା ଲୋକଙ୍କୁ ଟ୍ରେନ୍ ଚଢ଼ିଯିବା […]

harswardhan
ଆଶ୍ୱସ୍ଥିର ଖବର: ଅନ୍ୟ ବିକଶିତ ଦେଶ ପରି ଭାରତରେ ସ୍ଥିତି ସଂଗୀନ ହେବାର ଆଶଙ୍କା ନାହିଁ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୫୯ ହଜାର ୬୬୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ। ଦେଶରେ କରୋନାସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସ୍ଥାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ତଥାପି ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ କରୋନା ମୃତ୍ୟୁ ହାର ବର୍ତ୍ତମାନ ୩ ଦଶମିକ ୩ ପ୍ରତିଶତ ରହିଥିବା ବେଳେ […]

gd
ଜୁଲାଇ ପହିଲାରୁ ହେବ ବାକିଥିବା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ହେବ ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଆଜି ଏହି ଘୋଷଣା କରିଛନ୍ତି। ଦିଲ୍ଲୀରେ ସିବିଏସଇ ଦଶମ ଶ୍ରେଣୀର କିଛି ପେପର ବାକି ଥିବା ବେଳେ ଦେଶବ୍ୟାପୀ ଯୁକ୍ତ ଦୁଇ ପରୀକ୍ଷା ଅଧାରେ ଅଟକି ଯାଇଥିଲା ସାମାଜିକ ଦୂରତ୍ୱ ରଖି ପାଠପଢ଼ା ଆଗେଇ ନେବାକୁ ଯୁଗ୍ମ ଓ ଅଯୁଗ୍ମ ରୋଲ ନମ୍ବର ଭିତ୍ତିରେ କ୍ଲାସ କରାଇବା ଲାଗି NCERT ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ […]

china
ଦେଶର କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି

ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍‌ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍। ସେହିଭଳି ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ୧୨ ଶହ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୧୬ ହଜାର […]

s
ଅଧିକ ବିପଜ୍ଜନକ ହେଉଛି କରୋନା: ବାରମ୍ବାର ବଦଳାଉଛି ଲକ୍ଷଣ

ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି। SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି। ଆମେରିକାର ସରକାରୀ ଲସ୍ ଆଲାମୋସ୍ […]

rahul
କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ: ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲକ୍‌ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ […]

ko
ସେ ହସ୍ପିଟାଲକୁ ଦେଖୁଛି, କିନ୍ତୁ ଜାଣିପାରୁନି କେଉଁ ଝରକା ଦେଇ ତମେ ଚାଲିଗଲ ଇରଫାନ୍‌

ମୁମ୍ୱାଇ: ମୁଁ ଦୂରରୁ ସେଇ ହସ୍‌ପିଟାଲକୁ ଦେଖୁଛି। ଯେଉଁଠି କାଲି ତୁମେ ଥିଲ। ହସ୍‌ପିଟାଲ୍‌ରେ କେତେ ଝରକା ଅଛି, କିନ୍ତୁ ଜାଣିପାରୁନି ତୁମେ କେଉଁ ଝରକା ଦେଇ ବାହାରି ଗଲ ଇର୍‌ଫାନ। ଏଇ ଜୀବନ ବହୁତ କିଛି ଦେଲ ତୁମେ। ଆଗକୁ ବି ତୁମ ପାଖରୁ ଅନେକ କିଛି ଶିଖିବାର ଆଶା ଅଛି। ଆମର ପୁଣିଥରେ ଦେଖା ହେବ ଇର୍‌ଫାନ ଭାଇ। ବଲିଉଡ୍‌ର ଷ୍ଟାର୍‌ ଇ‌ର୍‌ଫାନ ଖାନ୍‌ଙ୍କ ମୃତ୍ୟୁ ପର ଦିନ ତାଙ୍କ ପାଇଁ ଏମିତି  କିଛି […]

corona ambulance
୪୫ ଆମ୍ୱୁଲାନ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି। ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ  ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି […]

bear
ଭାଲୁଟି ଏମିତି କିଛି କାମ କଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।  ଫଳରେ ଲୋକମାନେ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳୁଛି। ଏନେଇ ବଲିଉଡର ଅଭିନେତା ଅର୍ଶଦ ୱାର୍ସି ଏକ ଭିଡିଓ ପୋଷ୍ଟ କରିଛନ୍ତି,ଯେଉଁଥରେ ଭାଲୁଟିର ଚମତ୍କାର ବୁଦ୍ଧି ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବାରମ୍ୱାର ଦେଖିବା ସହ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। Now even bears […]

milk
ସାମାଜିକ ଦୂରତାକୁ ମାନି ଏମିତି ବିକ୍ରି କଲେ କ୍ଷୀର, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାକୁ ମେ’୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ, ସାମାଜିକ ଦୂରତାର ଆବଶ୍ୟକତା ଅନୁସରଣ କରି କେବଳ ଆବଶ୍ୟକ ଦୋକନଗୁଡିକ ଖୋଲା ଯାଇଛି। ଲୋକେ ସୋଶିଆଲ ଡିଷ୍ଟାନ୍ସିଂ ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି। ଦୋକାନ ବଜାରରେ ଭିଡ କମାଇବା ପାଇଁ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ସୋଶାଲ ଡିଷ୍ଟାନ୍ସିଂ ରକ୍ଷା ପାଇଁ ଯେପରି […]

cricket
ବୟସ ୨୬, ଲିଭର ଓ କିଡ଼ନୀ ରୋଗରେ ପୀଡିତ, ଏବେ ସେ କରୋନାରେ ପଜିଟିଭ

ନୂଆଦିଲ୍ଲୀ: କଥାରେ ଅଛି ବିପଦ ଯେତେବେଳେ ଆସେ ସବୁଆଡୁ ଏକାଥରକେ ଆସିଥାଏ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଯୁବ କ୍ରିକେଟରଙ୍କ ସହ। ତାଙ୍କ ନାଁ ସୋଲା ନକ୍ୱେନି। ଗତ ଏକ ବର୍ଷ ଧରି ଗୁଲିୟାନ୍‌ ବେରେ ସିଣ୍ଡ୍ରୋମ(ପ୍ରତିରକ୍ଷା ଏବଂ ସ୍ନାୟୁ ପ୍ରଣାଳୀ)ରୋଗରେ ପୀଡିତ ଥିଲେ। ଅଲରାଉଣ୍ଡର ସୋଲୋ ଲିଭର ଓ କିଡନୀ ରୋଗରେ ମଧ୍ୟ ପୀଡିତ। ବର୍ତ୍ତମାନ ସେ କରୋନା ଭାଇରସ ମହାମାରୀରେ ପଜିଟିଭ ବୋଲି ଜଣାପଡିଛି। So last year I […]