Advertisment

ହିନ୍ଦ୍‌ ମହାସାଗରର ଏହି ଦ୍ୱୀପରେ ଭାରତ ନିର୍ମାଣ କରୁଛି କି ସୈନ୍ୟ ଆଡ୍ଡା?

ଗତ କିଛି ମାସ ଧରି ହିନ୍ଦ୍‌ ମହାସାଗରର ମରିସସ୍‌ରେ ଅବସ୍ଥିତ ଅଗ୍‌ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍‌ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି ଦିନ ପୂର୍ବରୁ ଏହି ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌କୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ଭାରତ ଏଠାରେ ସାମରିକ ବେସ୍‌ ନିର୍ମାଣ କରୁଛି କି ନାହିଁ ସେନେଇ ଭାରତୀୟ ସେନା ଏବଂ ସରକାର କୌଣସି ସରକାରୀ ବିବୃତ୍ତି ଦେଇ ନାହାଁନ୍ତି।

author-image
Pramod Behera
ହିନ୍ଦ୍‌ ମହାସାଗରର ଏହି ଦ୍ୱୀପରେ ଭାରତ ନିର୍ମାଣ କରୁଛି କି ସୈନ୍ୟ ଆଡ୍ଡା?

Agalega Island in Mauritius

ପୋର୍ଟ ଲୁଇସ୍ : ଗତ କିଛି ମାସ ଧରି ହିନ୍ଦ୍‌ ମହାସାଗରର ମରିସସ୍‌ରେ ଅବସ୍ଥିତ ଅଗ୍‌ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍‌ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି ଦିନ ପୂର୍ବରୁ ଏହି ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌କୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ଭାରତ ଏଠାରେ ସାମରିକ ବେସ୍‌ ନିର୍ମାଣ କରୁଛି କି ନାହିଁ ସେନେଇ ଭାରତୀୟ ସେନା ଏବଂ ସରକାର କୌଣସି ସରକାରୀ ବିବୃତ୍ତି ଦେଇ ନାହାଁନ୍ତି।

Advertisment

ଅଲ୍‌ ଜଜିରା ନିଜ ରିପୋର୍ଟରେ ଦାବି କରିଛି ଯେ ଭାରତ ଅଗଲେଗା ଦ୍ୱୀପରେ ସାମରିକ ବେସ୍‌ ନିର୍ମାଣ କରୁଛି। ଏପରିକି ରିପୋର୍ଟରେ ଦର୍ଶାଯାଇଛି ଯେ ଅଲ୍‌ ଜଜିରାର ଅନୁସନ୍ଧାନକାରୀ ୟୁନିଟ୍ ଦ୍ୱାରା ସଂଗୃହିତ ପ୍ରମାଣକୁ ସାମରିକ ବିଶେଷଜ୍ଞମାନେ ବିଶ୍ଳେଷଣ କରିଛନ୍ତି। ସେ କହିଛନ୍ତି ଯେ ଅଗଲେଗା ଠାରେ ନିର୍ମାଣାଧୀନ ଏକ ଏୟାରଷ୍ଟ୍ରିପ୍‌ ନିଶ୍ଚିତ ଭାବରେ ଭାରତୀୟ ନୌସେନା ଦ୍ୱାରା ସାମୁଦ୍ରିକ ପାଟ୍ରୋଲିଂ ମିଶନ ପାଇଁ ବ୍ୟବହୃତ ହେବ।

Advertisment

ଅଗଲେଗା ହେଉଛି ମରିସସ୍ ମୁଖ୍ୟ ଦ୍ୱୀପଠାରୁ ପ୍ରାୟ ୧,୧୦୦ କିଲୋମିଟର ଦୂରରେ ଅବସ୍ଥିତ ଦୁଇଟି ଦ୍ୱୀପପୁଞ୍ଜର ଏକ ମିଳନ। ଏହାର ଉତ୍ତର ଦ୍ୱୀପ ୧୨.୫ କିଲୋମିଟର ଲମ୍ବ ଏବଂ ୧.୫ କିଲୋମିଟର ଚଉଡା ହୋଇଥିବାବେଳେ ଦକ୍ଷିଣ ଦ୍ୱୀପ ୭ କିଲୋମିଟର ଲମ୍ବ ଏବଂ ୪.୫ କିଲୋମିଟର ଚଉଡା। ଏହାର ଉତ୍ତର ଦ୍ୱୀପ ଭିଙ୍ଗଟ ସିଙ୍କ(Vingt Cinq)ରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ ହୋଇଛି। ୬୪୦୦ ଏକରରୁ ଅଧିକ ବ୍ୟାପିଥିବା ଏହି ଦ୍ୱୀପରେ ପ୍ରାୟ ୩୦୦ ଲୋକ ବାସକରନ୍ତି। ଏହି ଲୋକମାନଙ୍କର ମୁଖ୍ୟ ବ୍ୟବସାୟ ହେଉଛି ନଡିଆ ଓ ମତ୍ସ୍ୟ ଚାଷ । ଦ୍ୱୀପ କୂଳରେ ଜାହାଜ ଏବଂ ଡଙ୍ଗା ରହିବା ନେଇ ଭାରତ ମଧ୍ୟ ଅନେକ ଜେଟି ନିର୍ମାଣ କରିଛି। ଏହି ଆଧାରରେ ଅନେକ ଆନ୍ତର୍ଜାତୀୟ ଥିଙ୍କ୍‌ ଟ୍ୟାଙ୍କ୍‌ ଏବଂ ମିଡିଆ ସଂଗଠନ ଏହାକୁ ଭାରତର ସାମରିକ ଆଧାର ବୋଲି କହୁଛନ୍ତି।

ମରିସସ୍‌ର ଅଗ୍‌ଲେଗା ଦ୍ୱୀପ

ମରିସସ୍‌ର ଅଗଲେଗା ଦ୍ୱୀପରେ ସୁବିଧାର ନବୀକରଣ ପାଇଁ ଭାରତ ୨୦୧୫ରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ସେବେଠାରୁ ଏହି ଦ୍ୱୀପରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଚାଲିଛି। ଏହି ଚୁକ୍ତିରେ ଦ୍ୱୀପରେ ସମୁଦ୍ର ଏବଂ ବାୟୁ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ଏବଂ ନବୀକରଣ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦ୍ୱୀପ ଚାରିପାଖରେ ପାରସ୍ପରିକ ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷା ପାଇଁ ମରିସ୍‌ ସେନାକୁ ତାଲିମ ଦେବା ପାଇଁ ଏକ ଚୁକ୍ତିନାମା ମଧ୍ୟ ହୋଇଥିଲା।

ଏହି ପ୍ରକଳ୍ପ ଅଧୀନରେ ଏକ ଜେଟି ନିର୍ମାଣର ବ୍ୟବସ୍ଥା ଥିଲା। ଏଥିସହ ଉତ୍ତର ଅଗଲେଗା ଦ୍ୱୀପରେ ରନ୍‌ୱେର ପୁନଃ ନିର୍ମାଣ ଏବଂ ସମ୍ପ୍ରସାରଣ ବ୍ୟତୀତ ଏକ ବିମାନବନ୍ଦର ଟର୍ମିନାଲ୍‌ ନିର୍ମାଣ କରିବାକୁ ସହମତି ପ୍ରକାଶ ପାଇଛି। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୮୭ ମିଲିୟନ ଡଲାର ରହିଛି, ଯାହାକୁ ଭାରତ ଦେଇଛି। ଏହି ପ୍ରକଳ୍ପ ମାଧ୍ୟମରେ ମରିସସ୍‌ର ସୁରକ୍ଷା ବାହିନୀର ଦକ୍ଷତା ବୃଦ୍ଧିକରିବା ଭାରତର ମୂଳ ଉଦ୍ଦେଶ୍ୟ।

Mauritius International News Agalega Island
Advertisment
Advertisment