Advertisment

ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡିଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନଭୀ କପୁର ସୋସିଆଲ୍‌ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ଚାଲିଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡୁଛନ୍ତି। ସୋସିଆଲ୍‌ ମିଡିଆରେ ସେୟାର ହେବା ମାତ୍ରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଥିବା ସମସ୍ତେ କିଛି ନା କିଛି ନଖରାମୀ କରିବା ସହିତ ବହୁତ ମଜ୍ଜା ନେଉଥିବାର ଦେଖାଯାଏ।

author-image
Pramod Behera
ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡିଲେ ଜାହ୍ନଭୀ କପୁର

Janhavi Kapoor

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନଭୀ କପୁର ସୋସିଆଲ୍‌ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ଚାଲିଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡୁଛନ୍ତି। ସୋସିଆଲ୍‌ ମିଡିଆରେ ସେୟାର ହେବା ମାତ୍ରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଥିବା ସମସ୍ତେ କିଛି ନା କିଛି ନଖରାମୀ କରିବା ସହିତ ବହୁତ ମଜ୍ଜା ନେଉଥିବାର ଦେଖାଯାଏ। ଜାହ୍ନଭୀଙ୍କ ସହିତ ଅନ୍ୟ ସମସ୍ତଙ୍କ ଏକ୍ସପ୍ରେସନ ଦେଖି କେବଳ ଅଭିନେତ୍ରୀଙ୍କ ପ୍ରଶଂସକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ନିଜକୁ ହସିବାକୁ ଅଟକାଇ ପାରି ନାହାନ୍ତି।

Advertisment

ଜାହ୍ନବୀ କପୁରଙ୍କ ଏହି ଭିଡିଓରେ ତାଙ୍କ ଭାଇ ଅର୍ଜୁନ କପୁର ମଧ୍ୟ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଅର୍ଜୁନ କପୁରଙ୍କ ମନ୍ତବ୍ୟ ବହୁତ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଭିଡିଓର ପ୍ରତିକ୍ରିୟାରେ ଅର୍ଜୁନ ଲେଖିଛନ୍ତି ଯେ “ଏହି ଭିଡିଓର ଚପଳାମି ପ୍ରକୃତି ମୋତେ ଖାଉଛି।” ଜାହ୍ନଭୀ କପୁର ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ଭିଡିଓରେ, ଅଭିନେତ୍ରୀ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି।

Advertisment

ଏହି ଭିଡିଓରେ ଜାହ୍ନଭୀଙ୍କ ବ୍ୟତୀତ ତାଙ୍କ ସାଙ୍ଗମାନେ ମଧ୍ୟ ବହୁତ ଷ୍ଟାଇଲିସ୍ ଲୁକ୍‌ରେ ନଜର ଆସୁଥିବା ବେଳେ ଅଜବ ଅଜବ କାର୍ଯ୍ୟ କରୁଥିବା ଦେଖାଯାଆନ୍ତି। ଭିଡିଓରେ ଅଭିନେତ୍ରୀ ତାଙ୍କ ଗ୍ୟାଙ୍ଗ୍‌ ସହିତ ନାଚୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ଜାହ୍ନଭୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି – “ଅକ୍ସା ଗ୍ୟାଙ୍ଗ୍‌ ହୈ ସଲାମତ୍ - ଆମର ଶେଷ ଭିଡିଓ ଉପସ୍ଥାପନ କରୁଛି। ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ଏହା ଏକ ଦୈବୀବାଣୀ।” ଏହି ମଜାଳିଆ ଭିଡିଓ ଦେଖିବା ପରେ ଇଣ୍ଡଷ୍ଟ୍ରିର ବନ୍ଧୁମାନେ ଜୋରଦାର ମନ୍ତବ୍ୟ ଦେବାରେ ଲାଗିଛନ୍ତି।

ଭିଡିଓରେ ଜାହ୍ନଭୀ ଓ ତାଙ୍କ ସାଙ୍ଗମାନେ ଅଜୟ ଦେବଗନ୍ ଏବଂ ଉର୍ମିଲା ମାତୋଣ୍ଡକରଙ୍କ 'କୟାମତ୍‌-କୟାମତ୍‌' ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଯେଉଁଥିରେ ସମସ୍ତ ଉପଭୋକ୍ତା ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। କିଏ ଆଖିଠାର ମାରୁଛି ତ କିଏ ବାଥ୍ ଟପ୍‌ର ପାଇପ୍ ଧରି ଗୀତ ଗାଉଛି। ଭିଡିଓରେ ସବୁଠାରୁ ବେଶୀ ମଜ୍ଜା ଲାଗୁଛି, ଜାହ୍ନଭୀ ନାଚି ନାଚି ବାଥ୍ ଟପ୍‌ ଭିତରେ ପଡିଯିବାର ଦୃଶ୍ୟ। ଜାହ୍ନଭୀଙ୍କ ଏହି ଷ୍ଟାଇଲକୁ ଉପଭୋକ୍ତାମାନେ ବେଶ ପସନ୍ଦ କରୁଥିବା ଦେଖାଯାଏ। ୱାର୍କ ଫ୍ରଣ୍ଟରେ ଜାହ୍ନଭୀ କପୁର ଖୁବ୍ ଶୀଘ୍ର ସିଦ୍ଧାର୍ଥ ସେନ୍ ଗୁପ୍ତାଙ୍କ ନିର୍ଦ୍ଦେଶିତ 'ଗୁଡ୍‌ ଲକ୍‌ ଜେରୀ' ଏବଂ କରଣ ଜୋହରଙ୍କ 'ଦୋସ୍ତାନା-୨'ରେ ନଜର ଆସିବେ।

Mumbai Bollywood Janhvi Kapoor
Advertisment
Advertisment