/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628491625.jpg)
Shamita Shetty
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍ ବସ୍ଙ୍କ ଘରେ ପ୍ରବେଶ କରିବା ପରେ ଶମିତା ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାଦ ସହ ଜଡିତ କରି ଦେଖିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ମଧ୍ୟ ଆରମ୍ଭ କଲେ।
ବିଗ୍ ବସ୍ରେ ଶମିତାଙ୍କ ଦ୍ୱିତୀୟ ଏଣ୍ଟ୍ରି ତେବେ ଶମିତା ଶେଟ୍ଟୀ ଏକ ଜବରଦସ୍ତ ଷ୍ଟାଇଲ୍ରେ ଶୋ’ରେ ଏଣ୍ଟ୍ରି କରିଛନ୍ତି। ସେ 'ଶରାରା ଶରାରା' ଗୀତରେ ଏକ ଧମାକାଦାର ଡ୍ୟାନ୍ସ କରିଥିଲେ। ଏଣ୍ଟ୍ରି ସମୟରେ କରଣ ଜୋହର ଶମିତାଙ୍କୁ ଇସାରା ଇସାରାରେ ରାଜ କୁନ୍ଦ୍ରାଙ୍କ ବିବାଦ ବିଷୟରେ ପଚାରିଥିଲେ, ଯେଉଁଥିରେ ଶମିତା କହିଥିଲେ ଯେ ଯଦି ଆମେ ଶ୍ୱାସ ନେବା ବନ୍ଦ କରୁ ନାହୁଁ ତେବେ କାହିଁକି କାମ କରିବା ବନ୍ଦକରିଦେବା? ଏମିତିରେ ବି ମୁଁ ବିଗ୍ ବସ୍ର ଚୁକ୍ତି ପୂର୍ବରୁ ସାଇନ୍ କରିନେଇଥିଲି। କିନ୍ତୁ ତା’ପରେ ଏହି ସବୁ ଘଟିଗଲା ଏବଂ ମୁଁ ଭାବିଲି ଯେ ଏଠାକୁ ଆସିବା ମୋର ଉଚିତ ହେବ କି ନାହିଁ। କିନ୍ତୁ ପରେ ମୁଁ ଏଠାକୁ ଆସିବାକୁ ନିଷ୍ପତ୍ତି ନେଲି।
Also Read
ସୂଚନାଥାଉ ଯେ ଶମିତା ଶେଟ୍ଟୀଙ୍କୁ ଦ୍ୱିତୀୟ ଥର ପାଇଁ ବିଗ୍ ବସ୍ ଘରକୁ ଅଣାଯାଇଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଦ୍ୱିତୀୟ ଥର ଡାକିବାକୁ ନେଇ ଶୋ’ର ନିର୍ମାତାଙ୍କୁ ପ୍ରଶ୍ନ କରୁଛନ୍ତି। ଏହାପୂର୍ବରୁ ଶମିତା ଶେଟ୍ଟୀ ବିଗ୍ ବସ୍ର ତୃତୀୟ ସିଜନରେ ମଧ୍ୟ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଛନ୍ତି। ତେବେ ସେତେବେଳେ ଶମିତା ବେଶି ଦିନ ପଇଁ ବିଗ୍ ବିସ୍ ଘରେ ରହିପାରି ନ ଥିଲେ।
Kjo ho aur rapid fire na ho, how is this possible? Catch #ShamitaShetty answering Karan's candid questions about ghar ka kaam.
Watch her in the #BiggBossOTT premiere live: https://t.co/nByfQUFrN7#ItnaOTT#BiggBossOTT#BiggBossOTTVootSelect#VootSelect#BBOTT#BBOtt24x7pic.twitter.com/fsu2cODZ8r
— Voot Select (@VootSelect) August 8, 2021
ପ୍ରକାଶଥାଉ ଯେ ଶମିତାଙ୍କ ପୂର୍ବରୁ ଅନ୍ୟ କାହାକୁ ଦ୍ୱିତୀୟ ଥର ପାଇଁ ପ୍ରତିଯୋଗୀ ଭାବରେ ଶୋ’କୁ ଅଣାଯାଇ ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ବିଗ୍ ବସ୍ ଶମିତା ଶେଟ୍ଟୀଙ୍କ ପ୍ରତି ଏତେ ଦୟାଳୁ କାହିଁକି? ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଗ୍ ବସ୍ର ପ୍ରଶଂସକମାନେ ମଧ୍ୟ ଦାବି କରୁଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ମାମଲା ହେତୁ ଶମିତା ଶେଟ୍ଟୀ ଏବଂ ଶିଳ୍ପା ଶେଟ୍ଟୀ ଚର୍ଚ୍ଚାରେ ଅଛନ୍ତି। ଏହି କାରଣରୁ ଶମିତା ଶୋ’ରେ ଦ୍ୱିତୀୟ ଥର ପାଇଁ ସୁଯୋଗ ପାଇଛନ୍ତି। କାରଣ ଏହା ଦ୍ୱାରା ଶୋ’ର ଟିଆର୍ପି ବଢିପାରେ। ଏବେ ପ୍ରଶ୍ନ ଉଠୁଛି କି ବିଗ୍ ବସ୍ ଶୋ’ରେ ଶମିତା ଶେଟ୍ଟୀଙ୍କୁ କେବଳ ଟିଆର୍ପି ପାଇଁ ଡକାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି?
#ShamitaShetty is in the house! Which room did she love the most?
Watch her live in the #BiggBossOTT Premiere: https://t.co/nfXOciYvY1#ItnaOTT#BiggBossOTT#BiggBossOTTVootSelect#VootSelect#BBOTT#BBOtt24x7pic.twitter.com/0ebyXmVDuV
— Voot (@justvoot) August 8, 2021
ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ସମାନ ପ୍ରତିଯୋଗୀଙ୍କୁ ବାରମ୍ବାର ଶୋ’କୁ କାହିଁକି ଅଣାଯାଉଛି? ଯଦି ଏମିତି ହେଉଛି, ତେବେ KRK କୁ ମଧ୍ୟ ଅଣାଯାଉ।”
Same contestants ko baar baar kyu leke aate ho ???
Aisa hai toh Bring @kamaalrkhan as well.#BiggBossOTT#ShamitaShettypic.twitter.com/RQ3JJMwubr
— 𝐍𝐚𝐡𝐲𝐚𝐧 (@nahyancr7) August 8, 2021
ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ସେ ଏଠାରେ ଦ୍ୱିତୀୟ ଥର କଣ କରୁଛନ୍ତି?”
#ShamitaShetty was in #BB3 right!
What is she doing here again...?? https://t.co/rAD18wbEWP
— Being Tanjin 🌙🌙 (@TanjinKhan3) August 8, 2021
ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, “ଶମିତାଙ୍କୁ କାହିଁକି ଆଣିଲ, ଅନ୍ୟ କେହି କ’ଣ ମିଳିଲେ ନାହିଁ?”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)