• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ସୋମବାର ଦିନ ଡେଲଟା ଭାରିଏଣ୍ଟର ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଡେଲଟା ପ୍ଲସ୍ ଭାରିଏଣ୍ଟ ରୋଗୀଙ୍କ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମିରାଜ କୋହ୍ଲାପୁରରୁ ୬ଟି, ରତ୍ନାଗିରିରୁ ୩ଟି ଏବଂ ସିନ୍ଧୁଦର୍ଗରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ୭୬ ଜଣ ଡେଲଟା ପ୍ଲସ୍ ଭାରିଏଣ୍ଟ୍ ରୋଗୀଙ୍କ ମଧ୍ୟରୁ ୧୦ ଜଣ ଉଭୟ କରୋନା ଟିକା ନେଇଥିବା ବେଳେ ୧୨ ଜଣ ଗୋଟିଏ ଲେଖାଏଁ ଡୋଜ୍ ନେଇଛନ୍ତି । ଏହି ରୋଗୀମାନଙ୍କ ମଧ୍ୟରେ ୩୯ ଜଣ ମହିଳା ଏବଂ ନଅ ଜଣ ପିଲା ଅଛନ୍ତି । ସେମାନଙ୍କ ବୟସ ୧୮ ବର୍ଷରୁ କମ୍ । ସେହିପରି ଡେଲଟା ଭାରିଏଣ୍ଟରେ ପୀଡିତ ୩୯ ରୋଗୀଙ୍କ ବୟସ ୧୯ ବର୍ଷରୁ ୪୫ ବର୍ଷ ମଧ୍ୟରେ । ଏଥି ସହିତ ୧୯ ଜଣଙ୍କ ବୟସ ୪୬ ରୁ ୬୦ ମଧ୍ୟରେ ଥିବାବେଳେ ନଅ ଜଣଙ୍କ ବୟସ ୬୦ ବର୍ଷରୁ ଅଧିକ । ରାଜ୍ୟର ଟେଷ୍ଟ ସର୍ଭିଲାନ୍ସ ଅଫିସର ଡକ୍ଟର ପ୍ରଦୀପ ଅୱାଟେ କହିଛନ୍ତି, ୩୭ ଜଣଙ୍କ ଠାରେ ସାମାନ୍ୟ ସଂକ୍ରମଣ ରହିଛି ।

ଡେଲଟା ଭାରିଏଣ୍ଟକୁ ଟ୍ରାକ୍ କରିବାକୁ ମହାରାଷ୍ଟ୍ରରେ ଟ୍ରେସିଂ ଓ ଟ୍ରାକିଂଙ୍କୁ ଜୋରଦାର କରାଯାଇଛି । Institute of Genomics and Integrative Biology ( CSIR) ଦ୍ୱାରା ୧୦,୦୦୦ ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଡକ୍ଟର ପ୍ରଦୀପ ଅୱାଟେ କହିଛନ୍ତି, କୌଣସି ବି ରାଜ୍ୟ ସକ୍ରିୟ ଭାବରେ ଜେନୋମିକ୍ ପରୀକ୍ଷଣ ପାଇଁ ଏତେ ନମୁନା ପଠାଇ ନାହାଁନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପରିଣାମ ଏକ ଭୟାନକ ପରିସ୍ଥିତିକୁ ସୂଚିତ କରୁନାହିଁ ।