ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରେ ଗଜାମରୁ ସର୍ବାଧିକ ସୁସ୍ଥ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ ୭୦୦୬ ଜଣ କରୋନାରୁ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ୪୬, ଖୋର୍ଦ୍ଧା ୨୮, କଟକ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବେକାବୁ କରୋନା। ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬ କରୋନା ଆକ୍ରାନ୍ତ, ଯେଉଁଥିରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୨ ଏବଂ ଲୋକାଲ କେସ୍ ୨୪ ଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏବେ ସୁଦ୍ଧା ୫୨୫ ଜଣ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି। କେଉଁଠି କେତେ ଆକ୍ରାନ୍ତ:- ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ […]
ପୁରୀ: କୋଭିଡ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି। ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ ଜଟିଳ ସ୍ଥିତି ଆଡକୁ ଗତି କରୁଛି […]
ଭୁବନେଶ୍ୱର: ରାଜ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ବନ୍ଦ ହେବ। ପୃଷ୍ଠପୋଷକତା ଅଭାବରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନିଟି ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରାଗଲା। ଏଭଳି ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ। ପ୍ରକାଶଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ରେଲୱେ ପକ୍ଷରୁ ଜୁନ ୮ ତାରିଖରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ମାସ ୧ […]
ଭୁବନେଶ୍ୱର: କମିଲା ସିବିଏସ୍ଇ ସିଲାବସ୍। ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କରୋନା ଭଳି ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍ଇକୁ ୩୦ ପ୍ରତିଶତ ସିଲାବସ୍ ଚଳିତ ବର୍ଷ ହ୍ରାସ କରିବାକୁ କୁହାଯାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ସିବିଏସ୍ଇ ଏନେଇ ପ୍ରସ୍ତାବ ଦେଇଥିଲା। ତେବେ ସିଲାବସ୍ରୁ ଅନ୍ୟ ପାଠ ସହ ସଂପର୍କ ଥିବା […]
ଭୁବନେଶ୍ୱର: ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ। ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନ ର ନିର୍ଦ୍ଦେଶକ। ଦେଶରେ କରୋନା ଭାଇରସର ଯେଉଁ […]
କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ସଟଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟଡାଉନ୍। ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିବା କଟକ ସହର ସଟଡାଉନ୍ ଅବଧି ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। After reviewing the current situation, in addition to the order no. 5621 dated […]
ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ: ସବୁ ବିଭାଗକୁ ଚିଠି ଲେଖିଲେ ପ୍ରମୁଖ ସଚିବ ଅଶୋକ ମୀନା; କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ, […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ୬,୭୦୩ ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଦାରୁ ୧୮, ବାଲେଶ୍ୱରରୁ ୧୫, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୨, କେନ୍ଦୁଝରରୁ ୮, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୭ ଏବଂ ଯାଜପୁରରୁ ୬ ଜଣ ଅଛନ୍ତି। ସେହିପରି ଅନୁଗୁଳ, […]
ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସ। ତିନି ଦିନ ଭିତରେ ଏହି ଅଫିସ୍ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ସିଲ୍ କରିଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି। ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକାଶଥାଉକି, […]
ଭୁବନେଶ୍ୱର: କଟକ ପରେ ଏବେ ଗଂଜାମର ସଟଡାଉନ ପାଳି। ଜିଲ୍ଲାରେ ସଂକ୍ରମଣ ମାତ୍ରାଧିକ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଂଜାମର ସହରାଞ୍ଚଳ ହେବ ସଟଡାଉନ୍। ଏହି ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ […]
ଭୁବନେଶ୍ୱର: ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେଉଁଠି ବାହାରିଲେ ପଜିଟିଭ:- ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ଖଣ୍ଡଗିରିର ଜଣେ ମହିଳା, […]
ଭୁବନେଶ୍ୱର: ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଫିଡ୍ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ୍ ସଂଗ୍ରହ କରିବେ। ଫିଡ୍ବ୍ୟାକ୍ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ସଂକ୍ରମଣରୁ ବର୍ତ୍ତିବା ପାଇଁ […]
ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ […]
ଭୁବନେଶ୍ୱର: ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, ପ୍ରତାପ ନିଜ ଆଡ଼ୁ କ୍ୱାରେଣ୍ଟିନରେ ଥିବା ଟୁଇଟ୍ କରି ଜଣାଇଛନ୍ତି। On being informed that MLA Nilagiri has been tested positive for #COVIDI19 . I self […]
ଭୁବନେଶ୍ୱର: କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ ଜିତିବା ପାଇଁ ଆହ୍ୱାନ ଦେଇଛନ୍ତି। ନବୀନ କହିଛନ୍ତି ଯେ ରଥଯାତ୍ରା ସାରା ବିଶ୍ୱପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ। କଟକଣାକୁ ମାନି ପୁରୀବାସୀ ବଡ଼ଦାଣ୍ଡକୁ ଓହ୍ଲାଇ ନାହାନ୍ତି। ପୁରୀ ଆଜି ସାରା ବିଶ୍ୱକୁ […]
ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୮୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨ […]
ନବରଙ୍ଗପୁର: କାନ୍ଥ ଡେଇଁ ଛୁ ମାରିଲା କରୋନା ଆକ୍ରାନ୍ତ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ମାରିଛି। ମେଡିକାଲ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେଇଛନ୍ତି। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର l ଯାହାକୁ ନବରଙ୍ଗପୁର […]
ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]
ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ଯେତେବେଳେ ଟିକା ଆସିଥିଲା । ତେବେ ଟିକା ନେବା ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ରହିଥିଲା ସେତିକି ଭୟ ମଧ୍ୟ ରହିଥିଲା । ଏହି ସମୟରେ ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଥିବା ୱିଲିୟମ ସେକ୍ସପିୟରଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । କୋଭିଡ-୧୯ର ଟିକାକରଣ ଆରମ୍ଭ ବେଳେ ପ୍ରଥମ ବ୍ୟକ୍ତି ଭାବେ ଯିଏ ଟିକା […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, […]
ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ ।
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା […]
ନୂଆଦିଲ୍ଲୀ: କରୋନା ଟିକା ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ୧୮ ରୁ ୪୪ ବର୍ଷ ବ୍ୟକ୍ତି ବିନା ଅନଲାଇନ ରେଜିଷ୍ଟ୍ରେସନରେ ମଧ୍ୟ ନେଇପାରିବେ ଟିକା । ଲୋକମାନେ ଏବେ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ତେବେ ଏହି ସୁବିଧା ବର୍ତ୍ତମାନ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ବେସରକାରୀ ଡାକ୍ତରଖାନାଗୁଡ଼ିକର କେନ୍ଦ୍ରଗୁଡ଼ିକରେ ଟିକା ନେବାକୁ ହେଲେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ସ୍ଲଟ୍ ବୁକ୍ କରିବାକୁ ପଡିବ । […]