• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

prick
କରୋନାରୁ ଭଲ ହେଲେ ଆଉ ୧୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ ୭, କଟକରୁ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged […]

  • Wednesday, 14 July 2021
blood
ଗୋଟିଏ ବ୍ଲକ୍‌ରୁ ୨୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ବ୍ଲକ୍‌ରୁ ଚିହ୍ନଟ ହେଲେ ୨୬ ପଜିଟିଭ। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସୂଚନା ଦେଇଛନ୍ତି। ଆଜି ଦିନକରେ ୧୩୮ ପଜିଟିଭ ଚିହ୍ନଟ ହେଲେଣି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨୪କୁ ବୃଦ୍ଧି ପାଇଛି। […]

  • Wednesday, 14 July 2021
MARKET
ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ। ବଜାରରେ ଭିଡ଼ ଜମୁଥିବା ସହ ପ୍ରବଳ ଲୋକଙ୍କ ଗହଳି ଜମୁଥିଲା। ଏହି ସମୟରେ ସାମାଜିକ ଦୂରତା ସହ କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ BMCର ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିଛନ୍ତି। ଆଜି ରଜ କିଣାବିକା ନେଇ ରାତ୍ରୀକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରିଥିଲେ ରାଜ୍ୟ ସରକାର। […]

  • Wednesday, 14 July 2021
trash
ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଠି ୩୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। Another 120 #Covid19 patients have recovered and are being discharged on 12.6.2020. 30 from Ganjam 19 from Khurda 14 from […]

  • Wednesday, 14 July 2021
covid33
ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। COVID-19 REPORT FOR 7th JUNE New cases: 138 In quarantine: 125 Local contacts: 13 (Details of local contacts will be shared by […]

  • Wednesday, 14 July 2021
kejriwal
୧୦ ହଜାର ହସ୍ପିଟାଲ ବେଡ୍ ସଂରକ୍ଷିତ ରଖ: କେଜରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଦେଶର ରାଜଧାନୀରେ ଥିବା ସରକାରୀ ହସ୍ପିଟାଲ ଓ କିଛି ଘରୋଇ ହସ୍ପିଟାଲରେ ୧୦ ହଜାର୍ ବେଡ୍ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ବେଡ୍ ଅଭାବ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦିଲ୍ଲୀର ସୀମା ସିଲ୍ ଖୋଲିବାକୁ କହିଛନ୍ତି। ପୂର୍ବରୁ ଦିଲ୍ଲୀକୁ ଚିକିତ୍ସା ପାଇଁ ପଶି ଆସୁଥିବାରୁ ସୀମା ସିଲ୍ କରାଯାଇଥିଲା ହେଲେ ଏହି ନିର୍ଦ୍ଦେଶକୁ […]

  • Wednesday, 14 July 2021
CORONA-TAK1
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ମେକ୍ସିକୋ: ବିଶ୍ୱରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଏବେସୁଦ୍ଧା ୪ ଲକ୍ଷ ୨ ହଜାର ୯୪ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ମେକ୍ସିକୋରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ହଜାର ୫୯୩ଟି ନୂଆ ମାମଲା ସାମନାକୁ ଆସିଛି। ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୮୭ ଜଣ। ଏଠାରେ ଦିନକରେ ୨୯୦୭ ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଛୁଇଁବାକୁ […]

  • Wednesday, 14 July 2021
rgh
RGHର ୨ ଡାକ୍ତରଙ୍କୁ କରୋନା

ରାଉଲକେଲା: ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି। ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୯୯ ଜଣ କରୋନାରେ […]

  • Wednesday, 14 July 2021
head
ଦିନକରେ ୨୭୮ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ମାଡ଼ିଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୬,୯୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଅତିକ୍ରମ କରି ଭାରତ ଷଷ୍ଠ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୯୩ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେଶ ୧ ଲକ୍ଷ […]

  • Wednesday, 14 July 2021
utkal
ବାଣୀବିହାରର ୩ଟି ବିଭାଗ ସିଲ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଜଣେ କୋଭିଡ୍ ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପ୍ରଶାସନ ନେଲା ପଦକ୍ଷେପ। ୩ ବିଭାଗକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ ବାରଣ କରାଯାଇଛି। ପ୍ରକାଶଥାଉକି ବାଣୀବିହାର କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡ଼ିବା ପରେ ଆଜି ୩ଟି ବିଭାଗକୁ ସିଲ୍ କରାଯାଇଛି। ଇଂରାଜୀ, ଦର୍ଶନ ଓ […]

  • Wednesday, 14 July 2021
arvind
ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲକୁ କେଜରିୱାଲଙ୍କ ଚେତାବନୀ

ଭୁବନେଶ୍ୱର: ମହାମାରୀ କରୋନା ବେଳେ ବେଡ୍‌ର ବ୍ଲାକ୍ ମାର୍କେଟିଂ କରୁଥିବା ହସ୍ପିଟାଲଗୁଡ଼ିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ହସ୍ପିଟାଲରେ ବେଡ୍ ନଥିବା କହି ରୋଗୀଙ୍କୁ ଫେରାଇ ଦେଉଥିବା ଜଣାପଡ଼ିଲେ, ସଂପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀ ଲୋକଙ୍କ ସେବା ପାଇଁ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଭଳି ମହାମାରୀ ସମୟରେ ହସ୍ପିଟାଲ ଗୁଡ଼ିକ ସେବା ଯୋଗାଇବା ଜରୁରୀ। ଯଦି କୌଣସି ହସ୍ପିଟାଲ ନିୟମର ଉଲ୍ଲଙ୍ଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

  • Wednesday, 14 July 2021
osrtc
ରାଜ୍ୟର ୨୨ ସହରକୁ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ OSRTC ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ସେବା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ CMD ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି। ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ଯାତ୍ରୀ ଠିଆ ହୋଇ ବସ୍‌ରେ ଯାଇପାରିବେ […]

  • Wednesday, 14 July 2021
migrants
ସହଯୋଗ କରୁନାହାନ୍ତି ବିଦେଶ ଫେରନ୍ତା, ଚେତାବନୀ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଦେଶ ଫେରନ୍ତାଙ୍କ ପାଇଁ କଠୋର ହେଲା ସ୍ୱାସ୍ଥ୍ୟ ବିଭାଗ। ଏଣିକି ବିଦେଶ ଫେରନ୍ତା ଫୋନ୍ ସ୍ୱିଚ୍ ଅଫ୍ ରଖିଲେ କିମ୍ବା କଲ ନଉଠାଇଲେ ଏହାକୁ ହୋମ୍ କ୍ୱାରେଣ୍ଟିନ ନିୟର ଉଲ୍ଲଂଘନ ବୋଲି ଧରାଯିବ। ଏହାସହ ସେମାନଙ୍କୁ ଆଇନ ମୁତାବକ ଦଣ୍ଡ ବିଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି। ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସହଯୋଗ କରିବା ସହ ୧୦୪ କିମ୍ବା ରାଜ୍ୟ କଲ ସେଣ୍ଟରରେ ନମ୍ବର ପଞ୍ଜୀକରଣ […]

  • Wednesday, 14 July 2021
main
'ଜୁନ୍ ଘାଟି ପାରିହେଲେ ଟଳିବ ବିପଦ'

ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସେ ଭିତରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୨୩ ଜଣ। ଯାହାକୁ ନେଇ ଚିନ୍ତା ବଢ଼ିଛି। […]

  • Wednesday, 14 July 2021
bbsr
ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୫ ପଜିଟିଭ। ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍‌ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଆକ୍ରାନ୍ତ ବାହାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨। Update on newly detected #COVIDー19 cases […]

  • Wednesday, 14 July 2021
terA
ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୧୨ କରୋନା ଆକ୍ରାନ୍ତ। ସେମାନଙ୍କ ଭିତରୁ କେନ୍ଦୁଝରରୁ ୩୩, ବଲାଙ୍ଗିରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋର୍ଦ୍ଧାରୁ ୭ଜଣ ଅଛନ୍ତି। ସେହିପରି କଟକ ଓ ସୋନପୁରରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ୱଲପୁରରୁ ୩ ଜଣ ଲେଖାଏଁ, ନୟାଗଡ଼ରୁ ୨ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭୧୬କୁ ବୃଦ୍ଧି ପାଇଛି। Another 112 […]

  • Wednesday, 14 July 2021
take-1
ସଟ୍‌ଡାଉନ୍ ଦେଖି ବଜାରରୁ ବୋହିନେଲେ ସଉଦା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢୁଛି କରୋନା ସଂକ୍ରମଣ। ଆଉ ସେଥିରେ ବ୍ରେକ୍ ଲଗାଇବା ପାଇଁ ଆସନ୍ତାକାଲିଠୁ ସପ୍ତାହରେ ଦୁଇ ଦନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ଏସବୁ ୧୧ଟି ଜିଲ୍ଲାରେ ସଟଡାଉନ୍ ଲାଗୁ ହେବ। ତେବେ ଏହି ସମୟରେ କଣ ଖୋଲା ରହିବ ଓ କେଉଁ ସେବା ବନ୍ଦ ରହିବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି। କିନ୍ତୁ ଅପରପକ୍ଷେ ଦୁଇ ଦିନିଆ ସଟଡାଉନକୁ ଦେଖି ଅତ୍ୟାବଶ୍ୟକ ସାମଗ୍ରୀ […]

  • Wednesday, 14 July 2021
mo-bus
ଜୁନ୍‌ରେ ୮ ଦିନ ଗଡ଼ିବନି ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲି ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। କାଲିଠୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ପୂରା ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ। ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥାତ୍ ୮ଦିନ ପାଇଁ ସହରରେ ମୋ ବସ୍ ଚଳାଚଳ ବନ୍ଦ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି […]

  • Wednesday, 14 July 2021
resign
ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଚେତିଲେ ସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ IAS ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନ କରିବାରୁ ବିବାଦ ଦେଖାଦେଇଥିଲା। ମାସ୍କ, ପିପିଇ, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିଲା। ଏକା ପ୍ରକାର ଜିନିଷକୁ ବିଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣାଯାଇଥିଲା। ଏମିତିକି ବଜାର ଦର ଠାରୁ ଢେର ଅଧିକ ମୂଲ୍ୟରେ ସାମଗ୍ରୀ କିଣାଯାଇଥିବା ଅଭିଯୋଗ ଥିଲା। […]

  • Wednesday, 14 July 2021
mall
ଖୋଲିବ ରେସ୍ତୋରାଁ, ମଲ୍ ଓ ଧାର୍ମିକ ସ୍ଥଳ; ଜାଣନ୍ତୁ କଣ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ନୂଆ ରୂପରେ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। କିନ୍ତୁ ପୂର୍ବ ପର୍ଯ୍ୟାୟର ଲକ୍‌ଡାଉନ ଠାରୁ ୫ମ ପର୍ଯ୍ୟାୟ ଲକ୍‌ଡାଉନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ସରକାର ସପିଂ ମଲ, ରେସ୍ତୋରାଁ, ହୋଟେଲ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଜୁନ୍ ୮ ଅର୍ଥାତ୍ ଆସନ୍ତା ସୋମବାର ଠାରୁ ଲାଗୁ ହେବ। ଜାଣନ୍ତୁ, ସପିଂ ମଲ, ରେସ୍ତୋରାଁ ଓ ଧାର୍ମିକ ସ୍ଥଳ […]

  • Wednesday, 14 July 2021
naveeen-babu
କରୋନା ବିରୋଧୀ ଲଢ଼େଇ ପାଇଁ ନବୀନଙ୍କ ୫ ମନ୍ତ୍ର

ଭୁବନେଶ୍ୱର: ଜୁନ ମାସ  ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ୨୫ ଦିନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ କରୋନା ବିରୋଧୀ ଲଢ଼େଇରେ ବିଜୟୀ ହେବା ପାଇଁ ରାଜ୍ୟବାସୀ ୫ଟି ଗୁରୁମନ୍ତ୍ର ଶୁଣାଇଛନ୍ତି। ଆଜି ରାତି ସାଢେ ୮ଟା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କୁ ୫ଟି ପରାମର୍ଶ ଦେଇ କହିଛନ୍ତି ଯେ- ୧- ଘରେ ରୁହନ୍ତୁ, ଜରୁରୀ […]

  • Wednesday, 14 July 2021
tab
୨୫୫୦ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ: ୨୫୫୦ ବିଦେଶୀଙ୍କୁ ଭାରତ ଆସିବାକୁ ବାରଣ। ଦିଲ୍ଲୀ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିବା ଘଟଣାରେ ୨୫୫୦ ବିଦେଶୀ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତ ସରକାର। ସମ୍ପୃକ୍ତ ବିଦେଶୀଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି। ଏମାନେ ଭିସା ନିୟମକୁ ଉଲ୍ଲଘଂନ କରି ଭାରତରେ ରହିଥିଲେ। ଏପରିକି ଲକ୍‌ଡାଉନ୍ ସମୟରେ କଟକଣା ଭାଙ୍ଗିଥିଲେ। କରୋନା ବ୍ୟାପିବା ଘଟଣା ଓ ନିୟମ ଉଲ୍ଲଘଂନ ଘଟଣାରେ ୨୫୫୦ ବିଦେଶୀଙ୍କୁ ଗୃହ ମନ୍ତ୍ରାଳୟ କଳା […]

  • Wednesday, 14 July 2021
ajay-babu
ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଅଜୟ କୁମାର ଦେଶର କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସେପଟେ ପ୍ରତିରକ୍ଷା ସଚିବ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଇସିନା ହିଲ୍ କମ୍ପ୍ଳେକ୍ସର ସାଉଥ୍ ବ୍ଲକର କିଛି ଅଂଶ ସିଲ୍ କରାଯାଇଛି। ବର୍ତ୍ତମାନ ସେଠାରେ ସାନିଟାଇଜ ପ୍ରକ୍ରିୟା ଜାରି ରହିଛି। ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ […]

  • Wednesday, 14 July 2021
vaccani
ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ ଅଛନ୍ତି। ସେହିପରି ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୧୪୮୧ ଜଣ ସୁସ୍ଥ ହେଲେଣି। Another 65 #Covid19 patients have recovered and […]

  • Wednesday, 14 July 2021
who
ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ WHOର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ ଡବ୍ଲୁଏଚ୍ଓର ଗ୍ରୀନ୍ ସିଗନାଲ। ମୃତ୍ୟୁ ହାରକୁ ଦେଖି ପ୍ରୋଟୋକଲରେ କୌଣସି ପରିବର୍ତ୍ତନ ଅମୂଳକ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ଯେ, ଗତ ସପ୍ତାହରେ ହାଇଡ୍ରୋକ୍ସି କ୍ଲୋରୋକୁଇନର ପରୀକ୍ଷାମୂଳକ ପ୍ରୟୋଗକୁ ସାମୟିକ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଔଷଧର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଡାଟା ସେଫ୍ଟି ମନିଟରିଂ କମିଟି ପକ୍ଷରୁ ଏସଂପର୍କିତ ତଥ୍ୟକୁ […]

  • Wednesday, 14 July 2021