ଭୁବନେଶ୍ୱର: ଦେଶରେ କରୋନା ପୁଣି କାୟା ବିସ୍ତାର କଲାଣି। ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ACS ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ଦୁଇ ଏୟାରପୋର୍ଟ ନିର୍ଦ୍ଦେଶକ ଓ ପୂର୍ବତଟ GMଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ବିଶେଷ କରି ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ସେହି ରାଜ୍ୟଗୁଡିକ ହେଲା- ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, […]
ଭୁବନେଶ୍ୱର: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କି କରୋନା? ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ ଯାଉଛି କି କରୋନା? ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ତେବେ ନୂଆ ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଚାଲିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି। ସେପଟେ […]
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ। ଏନେଇ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ।ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ […]
ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। କରୋନା ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, CDMOମାନଙ୍କୁ ଚିଠି ଏସିଏସ୍ ଚିଠି କରିଛନ୍ତି। ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। […]
ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]
ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହା ଅଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍ରେ […]
ଭୁବନେଶ୍ୱର: ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ୍ ପ୍ରେସମିଟ୍ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ […]
ଭୁବନେଶ୍ୱର: ରାଜ୍ୟରେ ୧୬୦ଟି ସ୍ଥାନରେ ହେବ କୋଭିଡ୍ ଟିକାକରଣ। ଏଥିପାଇଁ ସେସନ୍ ସାଇଟ୍ ନିର୍ଦ୍ଧାରଣ କରାଯାଇଛି। ସରକାରୀ ହସ୍ପିଟାଲ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୧୬୦ଟି ସ୍ଥାନରେ ଟିକାକରଣ କରାଯିବ। ରାଜ୍ୟସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଟିକାକରଣ ଲାଗି ପର୍ଯ୍ୟାୟ କ୍ରମେ ଉପକରଣ ଆସୁଛି। ଏବେ ଯେତିକି ରହିଛି, ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅସୁବିଧା ନାହିଁ। ଯେଉଁଠି ଡ୍ରାଏରନ୍ କରାଯାଇଥିଲା ସେଠାରେ ପ୍ରସ୍ତୁତି ସରିଛି। […]
ଗଜପତି: ପୁଣି ଫେରିଲା କରୋନା। ଥମିଯାଇଥିବା କରୋନା ପୁଣି ଥରେ କାୟାବିସ୍ତାର କରିବାରେ ଲାଗିଛି। ଗଜପତି ଜିଲ୍ଲାରେ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋହନା ବ୍ଲକରୁ ସର୍ବାଧିକ ୨୧ ଶିକ୍ଷକ ସଂକ୍ରମିତ ହୋଇଛନ୍ତି। ପଜିଟିଭ ଚିହ୍ନଟ ଶିକ୍ଷକ ଓ ଛାତ୍ରଙ୍କୁ ସ୍କୁଲ ଆସିବା ବାରଣ ହୋଇଛି। ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ ଓ ଛାତ୍ର ସମସ୍ତେ ଲକ୍ଷଣହୀନ। ଏନେଇ […]
ନୂଆଦିଲ୍ଲୀ: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଏପଟେ […]
ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ ଶୀଘ୍ର ପହଞ୍ଚିବ କରୋନା ଟିକା। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେମିତି ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକ୍ସିନ୍? ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ ଯୋଗ ସିଧାସଳଖ ଟିକା ଆସି ପହଞ୍ଚିବ ଷ୍ଟେଟ୍ ଭ୍ୟାକସିନ୍ ଷ୍ଟୋର୍ରେ। ସେଠାରୁ ଭୁବନେଶ୍ୱର, କଟକ, ଗଂଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କୋରାପୁଟ୍, ଏହି […]
ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଆଜି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଛି। ତେଣେ କୋଭିଡ୍ ଟିକାକୁ ନେଇ ଲୋକଙ୍କ ମନରେ ବାରମ୍ବାର ଆସୁଥିବା ପ୍ରଶ୍ନକୁ ନେଇ FAQ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ କ୍ୱାରେଣ୍ଟିନ୍ ଓ ୮୩ଟି ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୩୦୯କୁ ବୃଦ୍ଧି ପାଇଛି। ସେହିପରି ୩୨୫୯୬୫ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୨୪୦୫ ଆକ୍ଟିଭ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଅନୁଗୁଳରୁ ୨୪, ବାଲେଶ୍ୱରରୁ ୩, ବରଗଡ଼ରୁ ୮, ବଲାଙ୍ଗିରରୁ […]
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ। ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ। ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଏମ୍ଇଟି […]
ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ନିବେଦନ। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ ଦେଇଥିବା ମୋବାଇଲ ନମ୍ବର ଅନେକକଙ୍କର ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ଅଟନ୍ତି। BMC ପକ୍ଷରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ […]
ଭୁବନେଶ୍ୱର: ସାରା ବିଶ୍ୱକୁ ନିଜ ବଳୟ ଭିତରେ ରଖିଛି କରୋନା। ଅନେକ ସମୟରେ କରୋନା ଭୂତାଣୁ ତାର ରୂପ ପରିବର୍ତ୍ତନ କରୁଥିବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। କରୋନା ସେକେଣ୍ଡ ୱେଭ୍ ଅନେକ ସ୍ଥାନରେ ଦେଖାଦେବା ପରେ ପୁଣି ଲକ୍ଡାଉନ୍ ଆରମ୍ଭ ହୋଇଛି। ଏହାରି ଭିତରେ ସାରା ବିଶ୍ୱକୁ ଘାରିଲାଣି କରୋନାର ଆଉ ଏକ ରୂପ ତଥା କରୋନାର ନୂଆ ଷ୍ଟ୍ରେନ୍। ତାହା ହେଲେ ଏହା କଣ କରୋନା ଦ୍ୱିତୀୟ ୱେଭ କି ? ଏନେଇ କଣ […]
ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଆସିଲା ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ […]
ଭୁବନେଶ୍ୱର: ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଏହି ସମୟରେ ରାପିଡ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ […]
ନୂଆଦିଲ୍ଲୀ: ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ […]
ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ। ଭାରତରେ ତିଆରି ହେଉଥିବା କୋଭିଡ୍ ଭାକସିନ୍ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବାରୁ ଏକ ଟ୍ୱିଟ୍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ ଦେଶରେ ବ୍ୟାପକ ଟିକାରରଣ ଆବଶ୍ୟକତା ଥିବା ଦର୍ଶାଇ ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ […]
ନୂଆଦିଲ୍ଲୀ: ଜେନୱା ଟିକାକୁ ଟ୍ରାଏଲ ଅନୁମତି। ଭାରତରେ ପ୍ରସ୍ତୁତ ଆଉ ଏକ ଟିକାକୁ କ୍ଲିନିକାଲ ଟ୍ରାଏଲ ଅନୁମତି। ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍। ସେ କହିଛନ୍ତି ଯେ ଜେନୱା ଟିକା ସଂପୂର୍ଣ୍ଣ ସ୍ୱଦେଶୀ କଂପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଜେନୱା ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିଯାଇଛି। ଏହି ଟିକାର ବିଶେଷତ୍ୱ ହେଲା ଏହା ଅଳ୍ପ ଥଣ୍ଡାରେ ସଂରକ୍ଷିତ ରହିପାରିବ। ସାଧାରଣ ଫ୍ରିଜରରେ ଜେନୱା ଟିକା ସଂରକ୍ଷଣ […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ୮୨୭୬ ଟିକାକର୍ମୀ ନିୟୋଜିତ ହୋଇଛନ୍ତି। ଟିକା ସଂରକ୍ଷଣ ପାଇଁ ୧୨୨୨ କୋଲ୍ଡ ଚେନ୍ ରହିଛି ନିର୍ଦ୍ଦେଶକ କହିଛନ୍ତି। ଟିକା […]
ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ। ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ […]
ଭୁବନେଶ୍ୱର: ଟିକା ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ ହେବ। ଏନେଇ ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି, ଏହା ଆପ୍ରୁ ସୂଚନା ମିଳିଯିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ। ଆଗରୁ କରୋନା ଭାଇରସ ବିରୋଧରେ ମୁକାବିଲା କରିବା […]