ଭୁବନେଶ୍ୱର: କଟକ ପରେ ଏବେ ଗଂଜାମର ସଟଡାଉନ ପାଳି। ଜିଲ୍ଲାରେ ସଂକ୍ରମଣ ମାତ୍ରାଧିକ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଂଜାମର ସହରାଞ୍ଚଳ ହେବ ସଟଡାଉନ୍। ଏହି ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ […]
ଭୁବନେଶ୍ୱର: ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେଉଁଠି ବାହାରିଲେ ପଜିଟିଭ:- ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ଖଣ୍ଡଗିରିର ଜଣେ ମହିଳା, […]
ଭୁବନେଶ୍ୱର: ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଫିଡ୍ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ୍ ସଂଗ୍ରହ କରିବେ। ଫିଡ୍ବ୍ୟାକ୍ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ସଂକ୍ରମଣରୁ ବର୍ତ୍ତିବା ପାଇଁ […]
ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ […]
ଭୁବନେଶ୍ୱର: ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, ପ୍ରତାପ ନିଜ ଆଡ଼ୁ କ୍ୱାରେଣ୍ଟିନରେ ଥିବା ଟୁଇଟ୍ କରି ଜଣାଇଛନ୍ତି। On being informed that MLA Nilagiri has been tested positive for #COVIDI19 . I self […]
ଭୁବନେଶ୍ୱର: କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ ଜିତିବା ପାଇଁ ଆହ୍ୱାନ ଦେଇଛନ୍ତି। ନବୀନ କହିଛନ୍ତି ଯେ ରଥଯାତ୍ରା ସାରା ବିଶ୍ୱପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ। କଟକଣାକୁ ମାନି ପୁରୀବାସୀ ବଡ଼ଦାଣ୍ଡକୁ ଓହ୍ଲାଇ ନାହାନ୍ତି। ପୁରୀ ଆଜି ସାରା ବିଶ୍ୱକୁ […]
ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୮୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨ […]
ନବରଙ୍ଗପୁର: କାନ୍ଥ ଡେଇଁ ଛୁ ମାରିଲା କରୋନା ଆକ୍ରାନ୍ତ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ମାରିଛି। ମେଡିକାଲ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେଇଛନ୍ତି। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର l ଯାହାକୁ ନବରଙ୍ଗପୁର […]
ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]
ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ଯେତେବେଳେ ଟିକା ଆସିଥିଲା । ତେବେ ଟିକା ନେବା ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ରହିଥିଲା ସେତିକି ଭୟ ମଧ୍ୟ ରହିଥିଲା । ଏହି ସମୟରେ ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଥିବା ୱିଲିୟମ ସେକ୍ସପିୟରଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । କୋଭିଡ-୧୯ର ଟିକାକରଣ ଆରମ୍ଭ ବେଳେ ପ୍ରଥମ ବ୍ୟକ୍ତି ଭାବେ ଯିଏ ଟିକା […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, […]
ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ ।
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା […]
ନୂଆଦିଲ୍ଲୀ: କରୋନା ଟିକା ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ୧୮ ରୁ ୪୪ ବର୍ଷ ବ୍ୟକ୍ତି ବିନା ଅନଲାଇନ ରେଜିଷ୍ଟ୍ରେସନରେ ମଧ୍ୟ ନେଇପାରିବେ ଟିକା । ଲୋକମାନେ ଏବେ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ତେବେ ଏହି ସୁବିଧା ବର୍ତ୍ତମାନ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ବେସରକାରୀ ଡାକ୍ତରଖାନାଗୁଡ଼ିକର କେନ୍ଦ୍ରଗୁଡ଼ିକରେ ଟିକା ନେବାକୁ ହେଲେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ସ୍ଲଟ୍ ବୁକ୍ କରିବାକୁ ପଡିବ । […]
ବ୍ରାଜିଲ୍: କରୋନାକୁ ନେଇ ସବୁଠି ହାହାକାର । ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି । ସରକାର ତଥା ବିଶେଷଜ୍ଞଙ୍କ ପକ୍ଷରୁ ଗୋଟିଏ ନୁହେଁ ଦୁଇ ଦୁଇଟି ମାସ୍କ ଏକା ସାଙ୍ଗରେ ପିନ୍ଧିବାକୁ କୁହାଯାଉଛି । ଏହାକୁ ଅନେକ ଲୋକ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମଧ୍ୟ । ହେଲେ ତଥାପି ସଂକ୍ରମଣ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲାଗିପାରୁ ନାହିଁ କିମ୍ବା ମୃତ୍ୟୁ ସଂଖ୍ୟା […]
କାଠମାଣ୍ଡୁ: କରୋନା ଭାଇରସ୍ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟରେ ମଧ୍ୟ ନିଜର କାୟା ବିସ୍ତାର କରିନେଇଛି । ଜଣେ ପର୍ବତାରୋହୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଅତି କମରେ ୧୦୦ଜଣ ପର୍ବତାରୋହଣକାରୀ ଏବଂ ସହଯୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇସାରିଲେଣି। ଅନ୍ୟପଟେ ନେପାଳର ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଗତ ସପ୍ତାହରେ ଅଷ୍ଟ୍ରିଆର ଲୁକାସ ଫାର୍ଟନବାକ୍ ଏକମାତ୍ର ପର୍ବତାରୋହୀ ଥିଲେ ଯିଏ ନିଜର ଏଭରେଷ୍ଟ ଅଭିଯାନକୁ ରଦ୍ଦ କରିଥିଲେ । ସେ ଶନିବାର କହିଛନ୍ତି ଯେ, ତାଙ୍କର ବିଦେଶୀ ଗାଇଡ୍ […]
କଟକ: କଲବଲ କରିଚାଲିଥିବା କରୋନା ଭୂତାଣୁର ଭୟ ଭିତରେ ଏବେ ଚିନ୍ତା ବଢ଼ାଉଛି ମାସ୍କଠୁ ଆରମ୍ଭ କରି ଗ୍ଲୋବ୍ସ, ପିପିଇ କିଟ୍ ଆଦି ବ୍ୟବହୃତ କୋଭିଡ୍ ସାମଗ୍ରୀ । କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ଏସବୁ ସାମଗ୍ରୀ ଏବେ ପଡ଼ିରହୁଛି ଏତେତେଣେ । ଗାଁଠୁ ସହର ଯାଏଁ ବିକ୍ଷିପ୍ତ ଭାବେ ଫୋପଡ଼ା ଯାଉଛି ଏସବୁ ସାମଗ୍ରୀ । ମହାମାରୀ ବେଳେ ସଂକ୍ରମଣ ଚିନ୍ତା ବଢାଇଛି ଏହି କୋଭିଡ ବର୍ଜ୍ୟବସ୍ତୁ । କଟକ ମହାନଦୀ ବନ୍ଧର ଜଗତପୁର […]
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ବଣ୍ଡା ଘାଟିରେ ଲୋକଙ୍କ କରୋନା ଟେଷ୍ଟ କରାଯିବା ସହ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଯାଇ ଲୋକଙ୍କୁ ଟିକାଦାନ କରୁଛନ୍ତି । ତେବେ ଗତ କିଛି ଦିନ ପୂର୍ବେ ରାଜ୍ୟ ସବୁଠାର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ବଣ୍ଡା ଘାଟିରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ଥାନୀୟ […]
ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ କରୋନା ଟିକା ଦେବା ସ୍ଥିତିରେ ଥିବ ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସେ ଏହା କହିଛନ୍ତି । ଡାକ୍ତର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଦେଶରେ ଜାନୁଆରୀ ୧୬ରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ କୋଟି ୫୮ […]
ରାଜସ୍ଥାନ: ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା । ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି । ଏଥିସହ ଜୟପୁର ସ୍ଥିତ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ବଡ଼ ସୂଚନା । ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା । ଯଦି ଜଣେ ପ୍ରଥମ ଡୋଜ୍ ଟିକା ନେବା ପରେ ପଜିଟିଭ୍ ହୋଇଛନ୍ତି, ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଟିକାକରଣକୁ ନେଇ ଜାତୀୟ ଟିକା ପରିଚାଳନା ବିଶେଷଜ୍ଞ ଟିମ୍ ବା NEGVAC ଦ୍ୱାରା ପ୍ରସ୍ତାବିତ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର […]
ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ୪ଟି କିସ୍ତିରେ ମିଳିବ ୨୦ ହଜାର ଟଙ୍କା । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ACSଙ୍କ ଚିଠି । କରୋନା ମୁକାବିଲା ପାଇଁ ବୈଠକ କରି ୩ ମାସର ଆକ୍ସନ ପ୍ଲାନ କରିବ ସମିତି । ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରିବ ସମିତି ।ଏହାସହ ସାନିଟାଇଜ, ଟିକାକାରଣ […]
ଭୁବନେଶ୍ୱର: ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ କରିପାରିବେ ଟିକାକରଣ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ହେବ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ସେ ସିଧାସଳଖ ଲେଖିଛନ୍ତି ଯେ, ସବୁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ । ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ । […]
ଭୁବନେଶ୍ୱର: ଡ୍ରାଇଭ୍ ଇନ ଓ ଡୋରଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କଲେ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ACS ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି । କହିଛନ୍ତି ଡୋରଷ୍ଟେପ୍ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କିଛି ବି ଉଲ୍ଲେଖ ନାହିଁ । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ । ଡୋରଷ୍ଟେପରେ ଟିକାକରଣ ବ୍ୟବସ୍ଥା ଦ୍ୱାରା ଅଧିକ ଟିକା ଅପଚୟ ହେବାର ମଧ୍ୟ ସମ୍ଭାବନା […]