• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona Virus
ଅନଲକ୍‌ ହେବ ନା ପୁଣି ଥରେ ଆଂଶିକ ଲକଡାଉନ୍‌ କରିବେ ରାଜ୍ୟ ସରକାର?

କେତେ ଜିଲ୍ଲା ଖୋଲିବ, ଆଉ କେଉଁ କେଉଁ କ୍ଷେତ୍ରରେ ନିୟମ କୋହଳ ହେବ? ଦିନକ ପରେ ଆଂଶିକ ଲକଡାଉନ୍‌ ଶେଷ ହେଉଥିବାରୁ ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍। ତେବେ କେନ୍ଦ୍ର ସରକାର, ସବୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ଲେଖିଥିବା ଚିଠି, ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ରାଜ୍ୟର କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନଲକ୍‌ ନେଇ ନିଷ୍ପତ୍ତି ନେବେ

Corona Virus
ନୂଆ ଗାଇଡ୍‌ ଲାଇନ୍‌କୁ ଅପେକ୍ଷା

ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି।

Ajay Bhalla
କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ

କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍‌ କରାଯାଇଛି ।

bbsr
ରାଜଧାନୀ ହଜାରେ ପାର କଲା କରୋନା; ଗଣମାଧ୍ୟମ ସଂସ୍ଥାରେ ୫ ଚିହ୍ନଟ

ରାଜଧାନୀରେ ବେକାବୁ କରୋନା। ଭୁବନେଶ୍ୱରରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରେଣ୍ଟିନ କେନ୍ଦ୍ରରୁ ହୋଇଥିବା ବେଳେ ୫୨ ଲୋକାଲ୍ କେସ୍ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୦୪୩ ଜଣ ଆକ୍ରାନ୍ତ ହେଲେଣି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୫୭୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଲକ୍ଷ୍ମୀବିହାର […]

  • Wednesday, 14 July 2021
lockdown
ଏଥର କଡ଼ାକଡ଼ି ହେବ ଲକ୍‌ଡାଉନ; ସହର ଭିତରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଥର ଲକ୍‌ଡାଉନ୍‌ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ରାତି ୯ଟାରୁ ଆସନ୍ତା ୩୧ ଯାଏ ୪ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍। ତେବେ ଏହି ଲକ୍‌ଡାଉନ୍‌ରେ ଟ୍ୱିନ୍‌ ସିଟିରେ କଣ କଣ ପଦକ୍ଷେପ ନିଆଯିବ, ଏ ନେଇ ସବିଶେଷ ସୂଚନା ଦେଇଛନ୍ତି […]

  • Wednesday, 14 July 2021
ils
'କରୋନା ଟେଷ୍ଟ ବଢୁଥିବାରୁ ପଜିଟିଭ ବଢୁଛି'

ଭୁବନେଶ୍ୱର: କୋଭିଡ୍ ଟେଷ୍ଟ୍ ବଢ଼ୁଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଛି। ରାଜ୍ୟରେ ଦୈନିକ ୬ ହଜାର ଟେଷ୍ଟ୍ ପାଇଁ ଟାର୍ଗେଟ୍ ରହିଛି। ତେବେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି ସେତେଟା ସଂଗୀନ ନୁହେଁ। ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣ ହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ILSର ନିର୍ଦ୍ଦେଶକ। ଏଥିସହ ଲକ୍ଷଣବିହୀନ ବା କ୍ଷୀଣ ଲକ୍ଷଣ ଥିବା କରୋନା […]

  • Wednesday, 14 July 2021
plasma
କାଲିଠୁ ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି(Plasma Therapy)। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହା ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ସୂଚନା ମିଳିଛି। ରାଜ୍ୟରେ କୋଭିଡ଼ ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ଟି ଜିଲ୍ଲାକୁ ଅଧିକ ଫୋକସ୍‌ ଦେବା ପାଇଁ କୁହାଯାଇଛି। […]

police
ସୁନ୍ଦରଗଡ଼ରେ ୩୭ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ

ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର ଅଛନ୍ତି। ପୋଲିସଙ୍କ ମଧ୍ୟରେ ଜଣେ ଡିଏସପି ଓ ଜଣେ ଇନସ୍ପେକ୍ଟର ଅଛନ୍ତି। ଏହାଛଡ଼ା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ରାଜ୍ୟ ବାହାରରୁ ଆସିଥିବା ଜଣାପଡ଼ିଛି। ତେବେ ୭ ଜଣ ପୂର୍ବ […]

  • Wednesday, 14 July 2021
guide
କ୍ୱାରେଣ୍ଟିନ୍‌ରେ ରହିବାକୁ କହି ବୁଲୁଥିଲେ ବଡ଼ଦାଣ୍ଡରେ, ଜାଣିଦେଲା ପ୍ରଶାସନ

ପୁରୀ: କ୍ୱାରେଣ୍ଟିନ ନିୟମ ଭଙ୍ଗ ଅଭିଯୋଗରେ ଜଣେ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୁରୀ ପ୍ରଶାସନ।  ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହ ତାଙ୍କୁ ପେଡ୍ କ୍ୱାରେଣ୍ଟିନରେ ଛଡ଼ାଯାଇଛି। ପ୍ରକାଶଥାଉକି ଗତ ଜୁଲାଇ ୫ ତାରିଖରେ ତେଲେଙ୍ଗାନା ରାଜ୍ୟରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳର ଜଣେ ଯୁବକ ନିର୍ବେନ୍ଦୁ କୁମାର ପଟ୍ଟନାୟକ ଘରକୁ ଫେରିଥିଲେ। ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ […]

  • Wednesday, 14 July 2021
niali
ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍

ନିଆଳି: ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛନ୍ତି କ୍ଷମତାପ୍ରାପ୍ତ ସରପଞ୍ଚ। କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ। ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତ ସଟଡାଉନ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି। ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୪ ଷ୍ଟାଫ […]

coronavirus-recoverd
ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼- ୫୨, କଟକରୁ ୩୯, ଗଜପତିରୁ […]

  • Wednesday, 14 July 2021
who
କରୋନା ଆହୁରି ଭୟଙ୍କର ହେବ: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଆଗାମୀ ଦିନରେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଯଦି ସବୁ ଦେଶ କୋଭିଡ୍ ନିୟମ ପାଳନ ନ  କରନ୍ତି ତେବେ ବିପଜ୍ଜଜନକ ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂଗୀନ ପରିସ୍ଥିତି ସୃଷ୍ଟି କରିଛି। Media briefing on #COVID19 […]

car-bride
କୋଭିଡ୍ ନିୟମ ନମାନି ବନ୍ଧା ହେଲେ ବର

ଆଳି, ଖଲ୍ଲିକୋଟ: ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ଜଣେ କଣ୍ଟ୍ରାକ୍ଟରଙ୍କ ସମେତ ୫ ଗିରଫ। ଗତ ୨୫ ତାରିଖରେ କଣ୍ଟ୍ରାକ୍ଟର ହରେକୃଷ୍ଣ ଧଳ ନିଜ ବାହାଘର ଉତ୍ସବରେ ଶତାଧିକ ଲୋକଙ୍କ ଗହଣରେ ବାଜା ଓ ଡିଜେ ବଜାଇ ରୋଷଣୀ କରିଥିଲେ। ବାହାଘର ଓ ସଭାରେ କୋଭିଡ୍ ନିୟମ ଭାଙ୍ଗିଥିବା […]

  • Wednesday, 14 July 2021
athagada
ବିନା ଅନୁମତିରେ ଆଠଗଡ଼ ପ୍ରବେଶ ମନା

ଆଠଗଡ଼: କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ବିନା ଅନୁମତିରେ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକକୁ ବାହାର ଜିଲ୍ଲାକୁ କେହି ପ୍ରବେଶ କରିପାରିବେ ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ। ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ […]

  • Wednesday, 14 July 2021
list
କରୋନା ଲଢେଇରେ ଜିତିଲେ ୮୧ ବର୍ଷର ବୃଦ୍ଧ

ଫୁଲବାଣୀ: କରୋନାକୁ ଜିତିଲେ ୮୧ ବର୍ଷର ବୃଦ୍ଧ। କରୋନା ଭୂତାଣୁ ସଂକ୍ରମିତ ହୋଇ ବି ଶେଷରେ ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି କନ୍ଧମାଳ ରାଇକିଆର ଗୋପୀନାଥ ଡାକୁଆ। ଗୋପୀନାଥଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପରେ ତାଙ୍କ ପରୀକ୍ଷାରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଜୁନ ୨୮ରେ ପ୍ରଥମେ ଟିଏମସି, ପରେ ରାଇକିଆ KMRS ହସ୍ପିଟାଲ ଓ ତାପରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୮ ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା […]

  • Wednesday, 14 July 2021
linked
କିଏ ବୁଝିବ କର୍କଟ ରୋଗୀଙ୍କ ଯନ୍ତ୍ରଣା?

ଭୁବନେଶ୍ୱର: ଭୂତାଣୁ ଭୟଠୁ ବଳିଯାଇଛି କର୍କଟ ରୋଗୀଙ୍କ ଯନ୍ତ୍ରଣା। କଟକସ୍ଥିତ ରାଜ୍ୟର ସର୍ବବୃହତ ସରକାରୀ କ୍ୟାନ୍ସର ହସ୍ପିଟାଲ୍ ଏବେ କରୋନା ହଟସ୍ପଟ ପାଲଟିବା ପରେ ଏଠାରେ ବନ୍ଦ କରିଦିଆଯାଇଛି ରୋଗୀ ସେବା। ଡାକ୍ତର ଆସୁନାହାଁନ୍ତି, କର୍ମଚାରୀ ବି ଆସୁନାହାଁନ୍ତି। ଫଳରେ କ୍ୟାନ୍‌ସର ସହ ଯୁଝୁଥିବା ରୋଗୀ ମେଡ଼ିକାଲ୍ ଆସି ନିରାଶ ହେବା ସହ ଘରେ ରହି ଯନ୍ତ୍ରଣା ଭୋଗୁଛନ୍ତି। ମୁଣ୍ଡ ଉପରେ ଛିଣ୍ଡିପଡ଼ିଛି ମହାବିପଦ। କର୍କଟ ଭଳି ମହାବ୍ୟାଧିକୁ ବି ବଳିଯାଇଛି ମହାମାରୀ। ଯନ୍ତ୍ରଣାରେ ଛଟପଟ ରୋଗୀ। […]

  • Wednesday, 14 July 2021
sealed
ବ୍ରହ୍ମପୁର ବର୍ଡର ସିଲ୍

ଭୁବନେଶ୍ୱର: ସିଲ୍ ହେଲା ବ୍ରହ୍ମପୁର ସୀମା। ଏ ନେଇ ଘୋଷଣା କରିଛନ୍ତି ବିଏମସି କମିଶନର। ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ ଘୋଷଣା କରିଛନ୍ତି କମିଶନର। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ମାଲ୍ ପରିବହନକାରୀ ଗାଡ଼ିକୁ ଯାଆସ ପାଇଁ ଅନୁମତି […]

  • Wednesday, 14 July 2021
tricjk
ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯୨୫୫ ସୁସ୍ଥ ହେଲେଣି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ୨୪୮ ଜଣ ସର୍ବାଧିକ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀ-୧୧, ଗଜପତି-୧୦, ନବରଙ୍ଗପୁରରୁ ୯, ଯାଜପୁର ଓ ନୟାଗଡ଼ରୁ ୮ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 505 #COVID19 patients have […]

  • Wednesday, 14 July 2021
asit-tripathy
ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ

ଭୁବନେଶ୍ୱର: ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ, ସହରାଞ୍ଚଳରେ ଚିହ୍ନଟ କରୋନା ରୋଗୀ, ଯଦି ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ଥିବ, ତାହାହେଲେ […]

  • Wednesday, 14 July 2021
corona-cure
ଭୁବନେଶ୍ୱରରୁ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୪ ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ କଣ୍ଟାକ୍ଟ ରହିଥିବା ବେଳେ ୪ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ ପହଞ୍ଚିଛି। ୩୫୬ ସୁସ୍ଥ ହୋଇଥିବା ବେଳେ ୩୫୩ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ହୋଇଛି। କେଉଁ […]

  • Wednesday, 14 July 2021
icu-bed
କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ରହିଛି ICU ବେଡ୍

ଭୁବନେଶ୍ୱର: ରାଜ୍ୟର କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ICU ବେଡ୍ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି। କୋଭିଡ୍ ପାଇଁ ଥିବା ICUର କେବଳ ୩୬ ପ୍ରତିଶତ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। କଟକ-ଭୁବନେଶ୍ୱର ଟ୍ବିନସିଟି ଅଞ୍ଚଳ ପାଇଁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ICU ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସ୍ପଷ୍ଟ କରିଛି। ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ICU ବେଡ୍ ରହିଛି କୋଭିଡ ପାଇଁ […]

  • Wednesday, 14 July 2021
sourav
ହସ୍ପିଟାଲକୁ କରୋନା ମୁକ୍ତ ପାଇଁ ୩ ସୂତ୍ର

କଟକ: ହସ୍ପିଟାଲ ଗୁଡ଼ିକରେ ବଢୁଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି। ଏଯାଏ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ SCBରୁ ଚିହ୍ନଟ ହେଲେଣି ୧୮। ସଂକ୍ରମିତ  ତେବେ କ୍ୟାନସର ହସ୍ପିଟାଲରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ SCBରୁ ଜଣେ ସୁସ୍ଥ ହୋଇଛନ୍ତି। ହସ୍ପିଟାଲ ଗୁଡ଼ିକୁ କରୋନା ମୁକ୍ତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ଆସୁଥିବା ସମସ୍ତ ରୋଗୀଙ୍କର ସ୍କ୍ରିନିଂ କରାଯାଉଛି। ପ୍ରତି […]

  • Wednesday, 14 July 2021
cure
ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ୮,୭୫୦ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୭୧, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୩୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର-୨୫, ନବରଙ୍ଗପୁର-୨୪, ସମ୍ବଲପୁରରୁ […]

  • Wednesday, 14 July 2021
bbsr
ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବେକାବୁ କରୋନା। ସହରରେ କରୋନା ଆକ୍ରାନ୍ତ ଚିହ୍ନଟରେ ଆଜି ଅର୍ଦ୍ଧଶତକ। ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬ ରହିଥିବାବେଳେ ଲୋକାଲ କେସ୍ ୨୮ ରହିଛି। ସେପଟେ ଭୁବନେଶ୍ୱର ସହରରୁ ଆଉ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ-୭୦୪, ସୁସ୍ଥ-୩୨୭, ଆକ୍ଟିଭ-୩୬୮ ରହିଛି। କରୋନାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଜାଣନ୍ତୁ, କେଉଁ ଅଞ୍ଚଳରୁ କେତେ ଚିହ୍ନଟ:- ଭୀମଟାଙ୍ଗୀରୁ ଜଣେ ଓ […]

  • Wednesday, 14 July 2021