Advertisment

Tokyo Olympics: ନିରାଶ କଲେ ମନିକା ବାତ୍ରା, ବଡ଼ ଆଶା ଦେଖାଇଲେ ସୁଟର ସୌରଭ ଚୌଧରୀ

ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍‌ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍‌ରେ ପରାସ୍ତ ହୋଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tokyo Olympics: ନିରାଶ କଲେ ମନିକା ବାତ୍ରା, ବଡ଼ ଆଶା ଦେଖାଇଲେ ସୁଟର ସୌରଭ ଚୌଧରୀ

Sourabh Choudhry

ଟୋକିଓ: ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍‌ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍‌ରେ ପରାସ୍ତ ହୋଇଛନ୍ତି । ଏହି ଯୋଡ଼ିର ଏଭଳି ପ୍ରଦର୍ଶନ ପୁରା ଭାରତବାସୀଙ୍କୁ ନିରାଶ କରିଛି ।

Advertisment

ଠିକ୍ ସେହିଭଳି ଅନ୍ୟ ଏକ ଯୋଡ଼ି ମଧ୍ୟ ଭାରତକୁ ନିରାଶ କରିଛି । ୧୦ ମିଟର ମହିଳା ରାଇଫଲ ସୁଟିଂର କ୍ୱାଲିଫିକେସନ୍‌ ରାଉଣ୍ଡରେ ଅପୁର୍ବି ଚାନ୍ଦେଲା ଏବଂ ଏଲାଭେନିଲ ବାଲାରିବନଙ୍କ ଅତ୍ୟନ୍ତ ଖରାପ ପ୍ରଦର୍ଶନ କାରଣରୁ ଇଭେଣ୍ଟରୁ ବାଦ୍‌ ପଡ଼ିଛନ୍ତି ।

ତେବେ ୧୦ ମିଟର ପୁରୁଷ ଏୟାର ପିଷ୍ଟଲ ସୁଟିଂର କ୍ୱାଲିଫିକେସନ୍‌ ରାଉଣ୍ଡରେ ଅଭିଷେକ ବର୍ମା ଓ ସୌରଭ ଚୌଧରୀଙ୍କ ମୁକାବିଲା ହେବାକୁ ଯାଉଛି । ସେମାନଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ଭାରତର ଆଶା ତାଙ୍କ ଉପରେ ରହିଛି । ଏହି ଯୋଡ଼ି ଭାରତକୁ ନିରାଶ କରିବନି ବୋଲି ବିଶେଷଜ୍ଞମାନେ ଆଶା କରିଛନ୍ତି ।

Advertisment

କାରଣ ସୁଟିଂରେ ସୌରଭ ଚୌଧରୀ ନିଜର ପ୍ରଥମ ୧୦ଟି ସଟ୍‌ରେ ୧୦୦ରୁ ୯୮ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି । ପ୍ରତ୍ୟେକ ସୁଟରଙ୍କ ପାଖରେ ୧୦ଟି ଲେଖାଏଁ ସଟ୍‌ର ୬ଟି ସରିଜ ରହିଥାଏ । କ୍ୱାଲିଫିକେସନ୍‌ ରାଉଣ୍ଡରେ ୩୬ ଜଣ ସୁଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ଫାଇନାଲରେ ସ୍ଥାନ ପାଇବେ । ସୌରଭ ଚୌଧରୀ ମୋଟ ୩୦୦ରୁ ୨୯୧ ପଏଣ୍ଟ ହାସଲ କରିଛନ୍ତି । ସେ ଏବେ ଟପ୍‌ ୩ରେ ପହଞ୍ଚି ସାରିଛନ୍ତି ।

ସେହିଭଳି ଅଭିଷେକ ବର୍ମା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ସେ ନିଜ ସଟ୍‌ ଖେଳିବା ପାଇଁ ପୁରା ସମୟ ନେଉଛନ୍ତି । ସେ ପ୍ରଥମ ସିରିଜ୍‌ରେ ୯୪ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ତେବେ ଟୋକିଓଅଲିମ୍ପିକ୍ସରଦ୍ୱିତୀୟଦିନରେଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେକ୍ୱାର୍ଟରଫାଇନାଲରେପ୍ରବେଶକରିସାରିଛି

ତୀରନ୍ଦାଜୀରଅନ୍ତିମଆଠ ପାଇଁ ମୁକାବିଲାରେଦୀପିକାକୁମାରୀଏବଂପ୍ରବୀଣଯାଦବଙ୍କ ଟିମ୍‌ ଚିଆ-ଆନ୍ଲିନ୍ଏବଂଚିହ-ଚୁନ୍ଟାଙ୍ଗ୍ (ଚାଇନିଜ୍ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେଚାଇନାତାଇପେଇକୁ 5-3ରେପରାସ୍ତକରିଛି ଭାରତଏବେକ୍ୱାର୍ଟରଫାଇନାଲରେଦୀପିକା-ପ୍ରବୀଣଙ୍କ ଯୋଡ଼ିଦକ୍ଷିଣକୋରିଆକୁଭେଟିବ ।

Tokyo Olympics 2021 Tokyo Olympics 2020
Advertisment
Advertisment