ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।
ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ।
ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍ଲାଇନ୍ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍ ଲାଇନ୍ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ପ୍ରଭାବିତ କରୁଛି।
ବଡ ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । କୌଣସି ପରିସ୍ଥିତିରେ ଦଳ ନ ଛାଡିବାର ପ୍ରତିସ୍ତୃତି ଦେଲେ ତାରା।
ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି । ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି ।
କେମିତି କରୁଥିଲେ ଏଟିଏମ୍ ଲୁଟ୍, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ ।
ଆଫ୍ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି।
"ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ" ମତ ଦେଲେ ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା। ଟିକାକରଣ ଦ୍ୱାରା ସ୍ଥାୟୀ ପ୍ରତିକାର କରାଯାଇ ପାରିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା ।
ଏଟିଏମ୍ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା । ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି । ୪୮ ଘଣ୍ଟାରେ ୧୧ ଏଟିଏମ୍ରେ ଲଗାଇଛନ୍ତି ଚୂନ । ଖୋଦ୍ କମିଶନରେଟ୍ ପୋଲିସ ଆଗରେ ଲୁଟ୍ ଲାଇଭ୍ ଡେମୋ ଦେଖାଇଛନ୍ତି ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ।
କାବୁଲରେ ISIS ଆତଙ୍କୀ ଆଉ ଆମେରିକା ମଧ୍ୟରେ ଛକାପଞ୍ଝା । ଡ୍ରୋନ୍ ଷ୍ଟ୍ରାଇକ୍ ମାଧ୍ୟମରେ ରକେଟ୍ ଆକ୍ରମଣର ଜବାବ୍ ଦେଲେ ବାଇଡେନ୍ । ଘନ ଘନ ରକେଟ ମାଡ଼ ଓ ବିସ୍ଫୋରଣ ଭିତରେ ଚାଲିଛି ଆମେରିକାର ଶେଷ ପର୍ଯ୍ୟାୟ ଏୟାର ଲିଫଟିଂ ।
‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’
ପଞ୍ଜାବ ରାଜନୀତିରେ ସିଦ୍ଧୁ ଓ କ୍ୟାପଟେନ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ରହିଛି । ଆଜି କଂଗ୍ରେସ ବିଧାୟକ ପରଗତ ସିଂ, ସିଦ୍ଧୁଙ୍କ ସମର୍ଥନରେ ଆସି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କୁ ଟାର୍ଗେଟ କରିଛନ୍ତି ।
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ବିତ୍ପାତ । ସୋମବାର ଭୋରରୁ ଅଚାନକ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାର ଜୁମ୍ମା ଗାଁରେ ବାଦଲଫଟା ବର୍ଷା ତାଣ୍ଡବ କରିଥିଲା । ପ୍ରବଳ ବର୍ଷା କାରଣରୁ ୭ ଜଣ ନିଖୋଜ ଥିବାର ସୂଚନା ମିଳିଥିଲା ।
ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର ।
ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର । ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଏବେ ନରମି ଯାଇଛନ୍ତି । ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ସେ ବଡ଼ ଭାଇ ବୋଲି କହିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଓପିସିଏଲ୍ ଖଣିରୁ କୋଇଲା ପରିବହନର ଉଦ୍ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ । କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ରାଜଧାନୀ ଭୁବନେଶ୍ୱରରେ ATM ଲୁଟ୍ର ଡେମୋ ଦେଖାଇଲେ ଗିରଫ ୩ ଅଭିଯୁକ୍ତ । ଗତ ସପ୍ତାହରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ ବେଳ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଧରି ଘଟଣାର ଡେମୋ କରିଥିଲା କମିଶନରେଟ ପୋଲିସ ।