• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 August 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

୭ଦିନ ଭିତର ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । More
  • Satyendu Shekher Mishra
  • 3 years ago

ବଦ୍‌ନାମ ହେଉଛନ୍ତି ସାମ୍ବାଦିକ, କେତେବେଳେ ବଟି ଆଦୟ ତ କେତେବେଳେ ଗଞ୍ଜେଇ ଚାଲାଣ !

ସାମ୍ବାଦିକ ନାଁରେ କେତେବେଳେ ଅପହରଣ ଓ ଦାଦାବଟି ଆଦାୟ ତ ଆଉ କେତେବେଳେ ବେଆଇନ୍ କାମ ଧରାଇ ଦେବାକୁ ଧମକ ଦେଇ ବିଭିନ୍ନ କମ୍ପାନୀ ମାଲିକଙ୍କ ଠାରୁ ଟଙ୍କା ଆଦାୟ ଘଟଣା । More
  • Satyendu Shekher Mishra
  • 3 years ago

ମାନସଙ୍କ ପଛରେ ଅଦୃଶ୍ୟ ଶକ୍ତି, ଏତେ ଅଭିଯୋଗ ପରେ ବି ତୋଢ଼ କମିନି

ମାନବାଧିକାରକୁ କ୍ଷୁର୍ଣ୍ଣ କରି ଆଦିବାସୀଙ୍କ ଉପରେ ଜୁଲୁମ୍ ଚଳାଇଥିବା ଗୁରୁଜୀ ମାନସ ଦାସ ବିରୋଧରେ କେବେ ହେବ କାଯର୍ୟାନୁଷ୍ଠାନ ? ମାନସ ଓ ମାନବବାଦ ସଂଗଠନ ବିରୋଧରେ ଏକାଧିକ ଏତଲା ପରେ ବି ଗିରଫଦାରୀ ତ ଦୂରର କଥା, ଥରୁଟିଏ ବି ପଚରାଉଚରା କରୁନି ପୋଲିସ । More
  • Pramod Behera
  • 3 years ago

ଟିକାକରଣରେ ଆଗରେ ହିମାଚଳ ପ୍ରଦେଶ

ହିମାଚଳ ପ୍ରଦେଶରେ ଟିକାକରଣ ପ୍ରକ୍ରିୟାର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ କରୋନା ଭାଇରସ୍‌ରୁ ସୁରକ୍ଷା ପାଇଁ ଅତି କମରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇଛି। More
  • Sarbeswar
  • 3 years ago

ଏଣିକି ସକାଳ ୫ଟା ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲିବ ଦୋକାନ

ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି କୋହଳ ହେଲା କରୋନା କଟକଣା। କହିବାକୁ ଗଲେ ସେପଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ସରକାର। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍‌ ଆଉ ରହିବ ନାହିଁ। ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ More
  • Satyendu Shekher Mishra
  • 3 years ago

ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା । More
  • Satyendu Shekher Mishra
  • 3 years ago

ବିଏମ୍‌ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ବିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳିଲା ବିଜେପି । ଭୁବନେଶ୍ୱର ଜିଲ୍ଳା ବିଜେପି ପକ୍ଷରୁ ଆଜି ବିଏମ୍‌ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  More
  • Sarbeswar
  • 3 years ago

ଜେରା ହେବେ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । କାଲି ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା। More
  • Satyendu Shekher Mishra
  • 3 years ago

ଏବେ ସବୁଆଡ଼େ ଟାଟୁ ଟ୍ରେଣ୍ଡ, ସମ୍ବଲପୁରରେ ବଢ଼ୁଛି ଚାହିଦା

ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ । More
  • Satyendu Shekher Mishra
  • 3 years ago

ସାଂଘାତିକ ଅଭିଯୋଗ, କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି ତାରା ଓ ତାଙ୍କ ପତ୍ନୀ !

ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ । More
  • Satyendu Shekher Mishra
  • 3 years ago

ଗଣେଷ ପୂଜା ପାଇଁ CMCର କଡ଼ା ଗାଇଡ୍‌ଲାଇନ୍‌, ବାଜା ବାଜିବନି କି ଲାଇଟ୍‌ ଲାଗିବନି !

ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC । More
  • Sarbeswar
  • 3 years ago

ଭାରିଗଦାରେ ଜନବିରୋଧୀ କାମ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଭାରିଗଦା ମେଗା ପ୍ରକଳ୍ପ ସ୍ଥଳକୁ ଯାଇ ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ଜନଶୁଣାଣି ନକରି ଗୁପ୍ତରେ ପ୍ରକଳ୍ପ କରୁଛନ୍ତି। More
  • Sarbeswar
  • 3 years ago

କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ବିଜେପି ଘେରିବାକୁ ଯୋଜାନା କରୁଛି। ମରୁଡି ପରିସ୍ଥିତି, ସାର ଅଭାବ, ଜଳସେଚନ ବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାନସ ଦାସଙ୍କ ମାବନବାଦ ସଂଗଠନର ଅତ୍ୟାଚାର ଘଟଣା, ମାହଙ୍ଗା ଡବଲ ମର୍ଡର ଭଳି ଘଟଣାରେ ସରକାରଙ୍କୁ ଘେରିବ ବିଜେପି। More
  • Sarbeswar
  • 3 years ago

ଏଣିକି ବାହାଘରରେ ବାଜିବ ବ୍ୟାଣ୍ଡ୍‌: ପୂର୍ଣ୍ଣ ହେବ ସିନେମା ହଲ୍‌ର ସିଟ୍

କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପାଇଁ ପୁଣି ଥରେ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର। ଏଣିକି ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନରେ କରୋନା କଟକଣା ମାନି ମିଟିଂ ହୋଇପାରିବ । ଏହାସହ ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୨୫୦ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି More
  • Sarbeswar
  • 3 years ago

ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌: ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC। ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ । More
  • Satyendu Shekher Mishra
  • 3 years ago

ନୂଆ ଗାଇଡଲାଇନ, କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବନି

ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ SRC । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ-SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବନି । ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରହିବ । ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ । ସାରା ରାଜ୍ୟରେ ସକାଳ ୫ଟାରୁ ରତା ୧୦ଟା ଯାଏ ଦୋକାନ ବଜାର ଖୋଲା । ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ।

  • Minati Mishra
  • 3 years ago

ପାଣି ପମ୍ପ ଘରେ ତାଲା ମାରିଲେ ଉତ୍ୟକ୍ତ ମହିଳା

ରେଢାଖୋଲ: ପାଣି ସମସ୍ୟାକୁ ନେଇ ପାଣି ପମ୍ପ ଘରେ ତାଲା ମାରିଲେ ଉତ୍ୟକ୍ତ ମହିଳା । ସଠିକ୍ ଭାବରେ ମହାନଦୀ ପାଣି କି ଜଳ ଯୋଗାଣ ସୁବିଧା ନ ହେବାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ୭ ନମ୍ବର ଓ୍ୱାର୍ଡର ଶତାଧିକ ମହିଳା ଏଭଳି ପଦକ୍ଷେପ ନେଇଛନ୍ତି।  ନୂଆସାହିରେ ଥିବା ପାଣି ପମ୍ପ ଘରେ ତାଲା ପକାଇ ଧାରଣା ଦେଇଛନ୍ତି।  ବର୍ଷ ବର୍ଷ ହେଲାଣି ମହାନଦୀରୁ ପାଣି ଆସି ସହରରେ ପହଚିଁବ ବୋଲି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ହେଲେ ଏଯାଏଁ ପ୍ରକଳ୍ପ କାମ ସରୁନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।  ଏପରିକି ପାଣି ପାଇଁ ରାସ୍ତା କଡରେ ପାଇପ୍ ବିଛାଇ ରାସ୍ତା ସବୁ ନଷ୍ଟ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ।  ଏନେଇ ବାରମ୍ବାର ପ୍ରଶାସନ, ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ସୁଦ୍ଧା କୌଣସି ପ୍ରକାର ସୁବିଧା ହେଉନଥିବା ଅଭିଯୋଗ ହୋଇଛି।  ଏଣୁ ଆଜି ଉତ୍ତ୍ୟକ୍ତ ମହିଳାମାନେ ପମ୍ପ ଘରେ ତାଲା ମାରିଛନ୍ତି । ଏପରିକି ପାଣି ନ ମିଳିବା ଯାଏଁ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏ ନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ 

  • Minati Mishra
  • 3 years ago

ସୁନ୍ଦରଗଡ଼ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି  । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିବାବେଳେ ଆଜି କିନ୍ତୁ ଦୂରଦୂରାନ୍ତରୁ ଲୋକେ ଟିକା ନେବା ପାଇଁ ଆସିଥିବା ଦେଖିବାକୁ ମିଳିଛି।  ଲୋକେ ଭୋରରୁ ଆସି ଟିକା ନେବା ପାଇଁ ଲମ୍ବା ଲାଇନ୍‌ରେ ଛିଡା ହେଇଛନ୍ତି  । ନିଜ ନିଜ ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ମେଡିକାଲ କଲେଜରେ ସହଜରେ ଟିକା ମିଳିଯିବା ଆଶା ନେଇ ଲୋକେ ଏଠାକୁ ଆସିଛନ୍ତି  । ରାଜଗାଙ୍ଗପୁର, କୁତ୍ରା, ହେମଗିରି ଅଚଂଳରେ ଟିକା ଦିଆଯାଉଥିଲେ ମଧ୍ୟ ଅନଲାଇନ୍ ସ୍ଲଟ୍ ନ ମିଳିବାରୁ ସୁନ୍ଦରଗଡକୁ ଲୋକେ ଆସିଥିବା ଜଣାପଡିଛି । କେବଳ ସେତିକି ନୁହେଁ ଟିକା ନନେଲେ ରାସନ କାର୍ଡ କଟିଯିବା ସହ ପିଲାମାମନେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଗୁଜବ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି  । ତେଣୁ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି।  

  • Minati Mishra
  • 3 years ago

 ପୁରୀରେ ବଲିଉଡ୍ ଷ୍ଟାର ଗୋବିନ୍ଦା

ପୁରୀ: ପୁରୀରେ ବଲିଉଡ୍ ଷ୍ଟାର ଗୋବିନ୍ଦା । ଆଜି ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋବିନ୍ଦା ଯାଇ ଦର୍ଶନ କରିଥିଲେ। ପୁରୀରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଦେଇ  ସ୍ୱାଗତ କରିଥିଲେ । ତେବେ ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୋବିନ୍ଦା । ଏକ ଘରୋଇ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆସିଥିବା ବେଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

  • Minati Mishra
  • 3 years ago

ଧରା ପଡ଼ିଲା ୱେବ ସାମ୍ବାଦିକଙ୍କ କଳା କାରନାମା

ସାମ୍ନାକୁ ଆସିଲା ପୁଣି ଜଣେ ୱେବ ସାମ୍ବାଦିକଙ୍କ କଳା କାରନାମା । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ୱେବ ସାମ୍ବାଦିକ  More

  • Minati Mishra
  • 3 years ago

ଗୁରୁଜୀଙ୍କ ଗିରଫ ଦାବିରେ ଗର୍ଜିଲା ଆଦିବାସୀ ସଂଘ

ଗୁରୁଜୀଙ୍କ ବିରୋଧରେ ତାତିଲେ ଆଦିବାସୀ ସଂଘ। ଗିରଫ ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ। More

  • Minati Mishra
  • 3 years ago

ସେପ୍ଟେମ୍ବର ୫ ସୁଦ୍ଧା ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ । More

  • Minati Mishra
  • 3 years ago

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ବିମାନ !

ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ? More

  • Minati Mishra
  • 3 years ago

ଆଜି ଧରା ହେବ ନୂଆଖାଇ ଲଗ୍ନ

ସମ୍ବଲପୁର: ଆଜି ନୂଆଖାଇ ଲଗ୍ନ ଧରା ପରମ୍ପରା । ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି  । ଆଜି ସାଢେ ୫ଟାରେ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି  ।ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ,ଜ୍ୟୋତିର୍ବିଦ,ପଣ୍ଡିତ ଓ ବିଦ୍ୱାନମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି । ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଆ ସମଲେଶ୍ୱରୀଙ୍କ ଠାରେ ଅର୍ପଣ କରିଥାନ୍ତି । ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମାଆଙ୍କ ପାଖରେ ଭୋଗ ଲାଗି ହୋଇଥାଏ ।

  • Minati Mishra
  • 3 years ago

ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କୁ ଆକ୍ରମଣ କଲା ବୋହୂ

ବାପଘର ଲୋକଙ୍କ ସହ ମିଶି ଶାଶୂଙ୍କ ଉପରକୁ ଆକ୍ରମଣ କରିଛି  ବୋହୂ। ଏମିତି ଅଭିଯୋଗ ଆସିଛି  ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ More

  • Minati Mishra
  • 3 years ago

ରାସ୍ତାରେ ଧାନଗଛ ପୋତି ପ୍ରତିବାଦ କଲେ ଗ୍ରାମବାସୀ

ବାଲେଶ୍ୱର: ରାସ୍ତାରେ ଧାନଗଛ ପୋତି ପ୍ରତିବାଦ କଲେ ଗ୍ରାମବାସୀ।  ବାଲେଶ୍ୱର ଔପଦା ବ୍ଲକ ବଡ଼ପୋଖରୀ-ଗଜାଆମ୍ବ ଅଢେଇ କିଲୋମିଟର ରାସ୍ତା ଏବେ ପାଲଟିଛି ମରଣଯନ୍ତା।  ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୮ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା l   ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାରେ କେବଳ ମାଟି ପକାଇ ଅଧାପନ୍ତରିଆଭାବେ ଛାଡ଼ିଦେଇଥିଲେ । ଏବେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯିବା ଆସିବା  କରିବା କଷ୍ଟକର ହେଉଛି।  ଫଳରେ ଗାଁ ଲୋକେ  ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିକାର ଦାବିରେ ଉକ୍ତ ମାଟି ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ

  • Minati Mishra
  • 3 years ago

ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ସିଲିଂ ଖସି ପଡ଼ିଲା

ଆନନ୍ଦପୁର: ମେଡିକାଲ ମାଇନର ଓଟିରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ରୋଗୀ। ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏପରି ଅଘଟଣ। ଚିକିତ୍ସାଳୟର ମାଇନର ଓଟି ଛାତରେ ହୋଇଥିବା ସିଲିଂ ହଠାତ୍ ଖସି ପଡିଛି। ତେବେ ଚିକିତ୍ସାଳୟରେ ମରାମତି ନାଁରେ ପୂର୍ତ୍ତ ବିଭାଗ ତରଫରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ବ୍ୟୟ ହେଉଥିବା ବେଳେ ଏଭଳି ପରିସ୍ଥିତି ପାଇଁ ନିମ୍ନମାନର କାମକୁ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ 

  • Minati Mishra
  • 3 years ago

ବିଧାୟକଙ୍କ କୁଶପୁତ୍ତଳିକ ଦାହ କଲା କେନ୍ଦ୍ରାପଡା ବଜେପି ନଗର ଯୁବମୋର୍ଚ୍ଚ

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରସଂସ୍ଥାର ପୁରୁଣା ବସ ଷ୍ଟାଣ୍ଡଠାରେ ଦୁର୍ନୀତିରେ ଲିପ୍ତ ଥିବା ଅବସର ପ୍ରାପ୍ତ କର୍ମଚାରଙ୍କ ଗିରଫକୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଧାୟକଙ୍କ କୁଶପୁତ୍ତଳିକ ଦାହ କଲା ବଜେପି ନଗର ଯୁବମୋର୍ଚ୍ଚ । ଅଭିଯୁକ୍ତ ଗୋଲଖ ଚନ୍ଦ୍ର ପ୍ରତିହାରୀ  ୩୭ଜଣ ମହିଳାଙ୍କ ଠାରୁ ଜାଲ ଋଣ ଓ ସରକାରୀ ଚାକରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ଟାଉନ ଥାନାରେ ଅଭିଯୋଗ ପରେ ବି ତାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ବଜେପି ଯୁବମୋର୍ଚ୍ଚ ପ୍ରଶ୍ନ କରିଛି। ଗିରଫ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ଯୁବମୋର୍ଚ୍ଚା ଚେତାବନୀ ଦେଇଛି 

  • Minati Mishra
  • 3 years ago

ଜଳିଗଲା କାର

କୋରାପୁଟ: କୋରାପୁଟ ଜୟପୁର ଘାଟିରେ ସର୍ଟ ସର୍କିଟ ଯୋଗୁଁ ଜଳିଗଲା କାର। ଜୟପୁର ଅଞ୍ଚଳର ସୁରଥ କୁମାର ଗୌଡୋ କୋରାପୁଟ ଯିିବା ସମୟରେ ହଠାତ୍ କାର  ଇଞ୍ଜିନ ପାଖରେ ଧୁଆଁ ବାହାରିବା ଦେଖି କାରଟିକୁ ଅଟକେଇ ଥିଲେ । ଧୀରେ ଧୀରେ କାରଟି ଅଧିକ ଜଳିବାର ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ କାର ମାଲିକ । ଜୟପୁର ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଯୋଗୁଁ କାରଟି ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିିଛି।

  • Minati Mishra
  • 3 years ago

ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ଥାନା ମୌଲାଭଞ୍ଜା ଘୋଡ଼ାହାଡ଼ ନଦୀ ଓଭରବ୍ରିଜ ତଳୁ ଜଣେ ଅଚିହ୍ନା ଯୁବତୀର ମୃତଦେହ ଉଦ୍ଧାର କରିଛି ପୋଲିସ।  ସ୍ଥାନୀୟ ଲୋକମାନେ ଗାଧୋଇବା ପାଇଁ ଓଭରବ୍ରିଜ ତଳ ମାଟି ରାସ୍ତାରେ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ଖୋଜା‌ଖୋଜି କରିଥିଲେ। ଏକ ଲୁଟାବୁଦା ମୂଳରେ ଯୁବତୀଙ୍କ ଗଳିତ ଶବ ପଚିଶଢି ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା ।

  • Minati Mishra
  • 3 years ago

୨୦ ଫୁଟ୍ ତଳକୁ ଖସିଲା ବାଇକ୍

ନୂଆପଡା: ନୂଆପଡା କୋମନା ଥାନା ଏନଏଚ ଠାରେ ବ୍ରିଜରୁ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବାଇକ୍ ।ଦୁର୍ଘଟଣାରେ ବାଇକ୍ ଆରୋହୀ ତଥା ଛତିଶଗଡ ପୋଲିସର ଜଣେ କନେଷ୍ଟବଳ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଛତିଶଗଡ ପୋଲିସର କନେଷ୍ଟବଳ ଦେବ ନାରାୟଣ ସିଦ୍ଦାର ବୋଲି ଜଣାପଡିଛି।  ଖବର ପାଇ କୋମନା ଦମକଳ ବାହିନୀ ଶବ ଉଦ୍ଧାର କରି କୋମନା ମେଡିକାଲରେ ପହଞ୍ଚାଇଛିି ।

  • Minati Mishra
  • 3 years ago

ଦୁଇଦିନ ଧରି ଭୁବନେଶ୍ୱର ମହାନଗର ନିଗମରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ଦୁଇଦିନ ଧରି ଭୁବନେଶ୍ୱର ମହାନଗର ନିଗମରେ ହେବ ସେରୋ ସର୍ଭେ। ଆଜି ଓ ଆସନ୍ତାକାଲି ଦୁଇଦିନ ବିଏମ୍‌ସିର ୫ଟି ୱାର୍ଡରେ ଏହି ସର୍ଭେ କରାଯିବ । ଭୁବନେଶ୍ୱରର ୩ଟି ଜୋନ୍‌ରେ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେବ। ଏଥିପାଇଁ ୫ଟି ଟିମ୍ ଗଠନ ହୋଇଛି॥ ମୁଖ୍ୟତଃ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଫୋକସ୍ କରାଯାଇଛି । ତା ସହ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ କେତେ ବଢିଛି ଆଣ୍ଟିବଡ଼ି, ତାର ଯାଞ୍ଚ କରାଯିବ। ଅତି କମ୍‌ରେ ୨ଶହ ଜଣଙ୍କ ନମୁନା ସଂଗ୍ରହ କରାଯିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

  • Minati Mishra
  • 3 years ago

ସ୍ନେକ୍ ହେଲ୍ପଲାଇନ୍ ଆପ୍ ଉନ୍ମୋଚିତ

 ଭୁବନେଶ୍ୱର: ଭୁବନେଶ୍ୱର ଏମସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ନିର୍ଦ୍ଦେଶିକା ପି. ଗୀତାଞ୍ଜଳିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ସ୍ନେକ୍ ହେଲ୍ପଲାଇନ୍ ଆପ୍ ଏବଂ ୱେବସାଇଟ୍‌  । ସାପ କାମୁଡ଼ା ପରିଚାଳନା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହା ସହାୟକ ହେବ। ଏହାଦ୍ୱାରା ସାଧାରଣ ଜନତା ତଥା ଓଡ଼ିଶାର ଡାକ୍ତରମାନେ ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନା ବିଷୟରେ ଶିକ୍ଷା ଲାଭ କରିପାରିବେ । ସ୍ନେକ୍ ଅଫ୍ ଓଡ଼ିଶା ପୃଷ୍ଠାରେ ଓଡ଼ିଶାର ସ୍ଥଳଭାଗରେ ଦେଖାଯାଉଥିବା ବିଷଧର, ବିଷହୀନ ଏବଂ ସ୍ୱଳ୍ପ ବିଷାକ୍ତ ସାପକୁ ଚିତ୍ରଣ କରାଯାଇଛି, ଯାହା ସମସ୍ତଙ୍କୁ ସାପ ଚିହ୍ନିବାରେ ସହାୟକ ହୋଇପାରିବ । ୨୦୧୭ ଡିସେମ୍ବରରେ ଭୁବନେଶ୍ୱର ଏମ୍ସର ଫୋରେନ୍ସିକ୍ ମେଡିସିନ୍ ଏବଂ ଟ୍ରାଉମା ଓ ଏମରଜେନ୍ସି ମେଡିସିନ୍ ବିଭାଗ ପକ୍ଷରୁ ସାପ ଉଦ୍ଧାରକାରୀଙ୍କୁ ବୃତ୍ତିଗତ ସୁରକ୍ଷା ଉପରେ ତାଲିମ୍ ଦିଆଯାଇଥିଲା ।

  • Minati Mishra
  • 3 years ago

ଶ୍ରୀମନ୍ଦିରରେ କୃଷ୍ଣଲୀଳା

ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା। ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଜନ୍ମନୀତି ସମାପନ ପରେ ଜଗମୋହନର ଦୋଳିରେ ଝୁଲୁଛନ୍ତି କୃଷ୍ଣ ବଳରାମ  । ଆଜି ଭୋଗମଣ୍ଡପ ଶେଷ ହେବା ପରେ ମଇଲମ,ମହାସ୍ନାନ, ସର୍ବାଙ୍ଗ ଆଦି ନୀତି ହୋଇ ଲଷ୍ମୀ ମନ୍ଦିରକୁ ବିଜେ କରିବେ ମଦନମୋହନ।  ସେଠାରେ ନନ୍ଦରାଜାଙ୍କ ସମ୍ମୁଖରେ ମହାଭୋଇ ସେବକ ଗାଈଠାରୁ କ୍ଷୀର ଦୁହିଁବା ପରେ ନନ୍ଦରାଜ କ୍ଷୀରକୁ ସମର୍ପଣ କରିବେ । ଏହା ପରେ ନନ୍ଦଉତ୍ସବ ନୀତି ସମାପନ ହେବ । ପରେ ପୁତନା ଭଗବତୀ କୋଠ ଆଖେଡାରୁ ବାହାରି ମଙ୍ଗଳାଘାଟ ପରିକ୍ରମା କରିବାର ପରମ୍ପରା ରହିଛି।

  • Minati Mishra
  • 3 years ago

ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟୁଛି

ବାରିପଦା: ମୟୂରଭଞ୍ଜ ବିଜେପିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ୨୭ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିରୋଧ କରି ଦଳରୁ ହଠାତ୍ ୧୫ ସଦସ୍ୟ ଇସ୍ତଫା ଦେଇଥିଲେ। ଏହା ପରେ ପୁଣି ୧୫ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଦଳକୁ ଫେରିଛନ୍ତି।

ରବିବାର ଦଳକୁ ୫ ଜଣ ଫେରିଥିବା ବେଳେ ସୋମବାର ଆଉ ୨ ଜଣ ଫେରିଛନ୍ତି। ଏହିଭଳି ଗତ ଦୁଇ ଦିନରେ ମୋଟ ସାତ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ସେପଟେ ଇସ୍ତଫା ଦେଇଥିବା ୧୫ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଦଳକୁ ଫେରିଥିବା ବେଳେ ଅନ୍ୟମାନେ ନିଜ ଜୀବନ ପ୍ରତି ବିପଦ ଥିବା ତଥା ବିଭିନ୍ନ ଆଡ଼ୁ ସେମାନଙ୍କୁ ଧମକ ଦିଆଯାଉଥିବା ଦର୍ଶାଇ ମୟୁରଭଞ୍ଜ ଏସପିଙ୍କୁ ଭେଟି ଜଣାଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ପରିଷଦର 
୫୯ ସଦସ୍ୟଙ୍କ ମଧ୍ୟରୁ ୪୮ଟି ପଦ ବିଜେପି ହାତରେ ରହିଛି  

  • Minati Mishra
  • 3 years ago

ଦୁର୍ଗାପୂଜା ପାଇଁ ଆଜି କଟକରୁ ଉଠିବ ମାଟି

କଟକ: ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। କରୋନା କଟକଣା ଭିତରେ ମୂର୍ତ୍ତିର ଉଚ୍ଚତା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ୪ ଫୁଟ୍‌ରୁ ଅଧିକ ଉଚ୍ଚର ମୂର୍ତ୍ତି କରିବା ଉପରେ ପ୍ରଶାସନ ବାରଣ କରିଛି। ଏପଟେ ଆଜି ଆସିବାକୁ ଥିବା ସେପ୍ଟେମ୍ବର ଗାଇଡ୍‌ଲାଇନ୍ ଉପରେ ସବୁ ପୂଜା କମିଟିର ନଜର ରହିଛି ।ପାର୍ବଣ ଋତୁ ପାଇଁ ସରକାର କଟକଣା କିଛିଟା କୋହଳ କରିବେ ବୋଲି ପୂଜା କମିଟି ସଦସ୍ୟମାନେ ଆଶାବାଦୀ ଅଛନ୍ତି ।

  • Minati Mishra
  • 3 years ago

୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ, ପିଲାଙ୍କ ସଂଖ୍ୟା ୧୧୦

ରାଜ୍ୟରେ କମୁଛି କରୋନା ସଂକ୍ରମଣ। ହେଲେ ଚିନ୍ତା ଯାଇନି। ପିଲାଙ୍କ ସଂକ୍ରମଣ ବଢୁଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି। More

  • Minati Mishra
  • 3 years ago

ରାସ୍ତା ସାରା ଗୁଳି ଫୁଟୁଥିଲା..ଧମାକା ହେଉଥିଲା...ଆଫଗାନିସ୍ତାର ଅଙ୍ଗେନିଭା କଥା କହିଲେ ଓଡ଼ିଆ ଯବାନ

ତାଲିବାନଙ୍କ ବର୍ବର କାହାଣୀ ବଖାଣିଲେ ଓଡ଼ିଆ ଆଇଟିବି ଯବାନ। କେମିତି ଭାରତୀୟ ଦୂତାବାସରୁ ପ୍ରତିନିଧିଙ୍କୁ ଉଦ୍ଧାର କଲେ କହିଲେ ଅଙ୍ଗେନିଭା କଥା। More

  • Satyendu Shekher Mishra
  • 3 years ago

କାଲିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର

ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା । More

  • Satyendu Shekher Mishra
  • 3 years ago

ଡେମୋ ଦେଖାଇଲେ ଲୁଟେରା, କେମିତି କରୁଥିଲେ ATM ଲୁଟ୍ !

ଏଟିଏମ୍‌ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା । ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି । ୪୮ ଘଣ୍ଟାରେ ୧୧ ଏଟିଏମ୍‌ରେ ଲଗାଇଛନ୍ତି ଚୂନ । ଖୋଦ୍ କମିଶନରେଟ୍ ପୋଲିସ ଆଗରେ ଲୁଟ୍ ଲାଇଭ୍ ଡେମୋ ଦେଖାଇଛନ୍ତି ଆନ୍ତରାଜ୍ୟ ଏଟିଏମ୍ ଲୁଟେରା । More

  • Pramod Behera
  • 3 years ago

କ’ଣ ହେବ ସେପ୍ଟେମ୍ବର ଗାଇଡ୍‌ଲାଇନ୍

ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍‌ଲକ୍‌କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍‌ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି। More

  • Pramod Behera
  • 3 years ago

ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର

ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ। More

  • Satyendu Shekher Mishra
  • 3 years ago

ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବ ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର

ତରଙ୍ଗରେ ଆଜିଠାରୁ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଧାରାବାହିକ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ଏହି ନୂଆ ଧାରାବାହିକ ଶ୍ରୀମନ୍ଦିର । More