କରୋନାର ଲେଉଟାଣି ଲହର ନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ଦେଲେ ପରାମର୍ଶ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ...
ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି
ଜୟପୁର ତହସିଲ ଜୟନ୍ତଗିରି ନିକଟରେ ଚାଲିଛି ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ। ଯେଉଁଥିପାଇଁ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ଆଖପାଖ ସରକାରୀ କୋଠା ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।
ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ...
ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ SWAYAM ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତର ଜାତୀୟ ମାସିଭ୍ ଓପନ୍ ଅନ ଲାଇନ ପାଠ୍ୟକ୍ରମ (MOOCs) ଗ୍ରହଣ କରିବାକୁ କହିଛି
ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ଏହାସହ ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି ବୋଲି ଜଣାପଡିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ଜଣାଯାଇଛି
ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି...
ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି।
ପିପିଲି ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି ବିଜେପି।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ।ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି।
ସମ୍ବଲପୁର ପରମାଣପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଧକ୍କା ଦେଇଛି ଟ୍ରକ୍। ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି
ଚାହିଦାରେ ତରଭୁଜ ଚାଷ। ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମିଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଏବେ ଚାଷୀ
ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା।
ମିଆଁମାରରେ ଶାସନ ଭାର ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ।ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ
ଦୈନିକ ବଢ଼ିଚାଲିଥିବା କରୋନା ମହାମାରୀର ମହାବିପତ୍ତି ଭିତରେ ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଖୁବଶୀଘ୍ର କଟକର ପୁରୀଘାଟଠାରେ କାଠଯୋଡ଼ି ଓ କୁଆଖାଇ ନଦୀକୁ ମିଶାଇ ଏକ ନୂଆ ବ୍ୟାରେଜ୍ ର୍ନିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।
ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ କ୍ରମାଗତ ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଲଗାତାର ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ସ୍କୁଲ ବନ୍ଦକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ, ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବ ନାହିଁ ସ୍କୁଲ। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି ବୋଲି କହିଲେ ମନ୍ତ୍ରୀ