ପୋଷ୍ଟମର୍ଟମ ପରେ ମୃତଦେହକୁ ବଞ୍ଚାଇବାକୁ ଉଦ୍ୟମ। ରାତିତମାମ ପୂଜାପାଠ ବି ଚାଲିଲା। ନୟାଗଡ ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅନ୍ଧବିଶ୍ୱାସର ଘଟଣା। ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା
ଛତିଶଗଡ଼ ନକ୍ସଲ ଆକ୍ରମଣ ପରେ ଆଜି ବିଜାପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜାପୁରରେ ସେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
ଦ୍ୱିତୀୟ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା
ଉଠୁଛି ପଡ଼ୁଛି ବଙ୍ଗ ରାଜନୀତି। ଗୋଟିଏ ପରେ ଗୋଟିଏ ଘଟଣା ବଙ୍ଗରେ ଘଟୁଛି। ତେବେ ଏପ୍ରିଲ୍ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ଏକ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ
ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି।
ମାଓବାଦୀ-ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ଘଟଣା। ଘଟଣାସ୍ଥଳରୁ ଆଜି ୧୪ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମ ସରବରାହ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା...
ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି କଲା ପ୍ରେସମିଟ୍। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ପ୍ରଦୀପ୍ତ ନାୟକ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି କଲେ ଅଭିଯୋଗ।
ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା...
ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ମାତ୍ର ଦିନକରେ ୯୩,୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣ ସଂକ୍ରମିତଙ୍କ ମୃତ ହୋଇଛି। ଦେଶରେ ଦିନକରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି।
ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।
ପୁଣି ଜଳୁଛି ଶିମିଳିପାଳ। ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଛି, ଫଳରେ ପରିବେଶ ଧୂଆଁମୟ ହୋଇଯାଇଛି। ସେହିପରି ଜଙ୍ଗଲ ନିଆଁ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଛି
ସୁନ୍ଦରଗ଼ଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ? ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମିର ଅନୁସନ୍ଧାନ କରି ଗତକାଲି ଫେରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାଙ୍କ ୫ ଜଣିଆ ବୈଷୟିକ ଟିମ୍ ସୁନ୍ଦରଗଡ଼ରେ ଏନ୍ଟିପିସି ନିର୍ମାଣ କରିଥିବା ମେଡିକାଲ କଲେଜ ବିଲ୍ଡିଂକୁ ବୁଲି ଦେଖିଛନ୍ତି
କଥାରେ ଅଛି ଘରପୋଡ଼ିଠୁ ବିପତ୍ତି ନାହିଁ। ନିଆଁର ଲେଲିହାନ ଜିହ୍ୱା ଆଗରେ କି ଧନୀ, କି ଗରିବ କେଇ ଘଣ୍ଟା ଭିତରେ ନିଃସ୍ୱ କରିଦେଇପାରେ ଅଗ୍ନିକାଣ୍ଡ
ତିଶଗଡ଼ ସୀମାକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ।
ନୂଆଦିଲ୍ଲୀରେ ଜନ୍ମିତ ତାପସୀ ମାତାଜୀ ଜୟ କୌର୍ ପବ୍ଲିକ୍ ସ୍କୁଲରୁ ପାଠ ପଢା ସାରି ଗୁରୁ ତେଘ୍ ବାହାଦୂର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର୍ ସାଇନ୍ସରେ ଗ୍ରାଜୁଏସନ୍ ଶେଷ ପରେ ସଫ୍ଟୱାର୍ ଇଂଜିନିୟର୍ ଭାବେ କାମ କରୁଥିଲେ। ପରେ ସେ ମଡେଲିଂ ଜଗତରେ ପାଦ ଥୋଇଥିଲେ।
ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ନୂଆ ଏସଓପି। ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଅନ୍ୟ ବାରରେ ସକାଳ...
ଗୃହରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ମହଙ୍ଗା ପଡ଼ିଲା। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସସପେଣ୍ଡ୍ ହୋଇଛନ୍ତି।
ସହିଦ ହୋଇଗଲେ ୫ ଯବାନ। ଛତିଶଗଡ଼ର ବିଜାପୁରରେ ୫ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ
ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମକୁ ଜୋତାଫିଙ୍ଗା ଘଟଣାରେ ବିଧାନସଭାର ସମସ୍ତ ଭିଡିଓ କ୍ଲିପିଂ ମାଗିଲେ ବାଚସ୍ପତି। କହିଲେ, ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରିବି।