Advertisment

ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ, ତା’ପରେ...

ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ।

author-image
Rajalaxmi Sahoo
man reaches in hospital with severe palm injury

man reaches in hospital with severe palm injury

ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍‌ ଅନ୍ତର୍ଗତ ରାଜକିଶୋରପୁର ଗାଁରେ। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଗାଁର ଗଣେଶ୍ୱର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଖଣ୍ଡାରେ ହାତକୁ ହାଣି ଦେଇଥିଲେ। ଏଥିରେ ଗଣେଶ୍ୱରଙ୍କ ପାପୁଲି ହାତରୁ ଅଲଗା ହୋଇଯାଇଥିଲା। ‌ଏହାପରେ ଛିଣ୍ଡା ପାପୁଲିକୁ ପଲିଥିନ୍‌ରେ ଧରି ଗଣେଶ୍ୱର ହସ୍ପିଟାଲ୍‌ରେ ପହଞ୍ଚିଥିଲେ। 

ପ୍ରଥମେ ଗଁନ୍ଦିଆ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ପ୍ରାଥମିକ ଅସ୍ତ୍ରୋପଚାର ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ହାତର ସମ୍ପୂର୍ଣ୍ଣ ଅପରେସନ୍ କରାଯାଇଥିଲା। ଶେଷରେ ଅପରେସନ କରାଯାଇ ଗଣେଶ୍ୱରଙ୍କ କଟା ପାପୁଲିକୁ ହାତରେ ଯୋଡା ଯାଇଥିଲା। 

Advertisment
Attack Murder Attempt
Advertisment
Advertisment