ପୋଲିସ୍ ଏନ୍କାଉଣ୍ଟରରେ ୨ ଅପରାଧୀ ଆହତ। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏମାନଙ୍କ ପାଖରୁ ମାଗାଜିନ୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି ।
କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ।
ଗୋଟିଏପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟପଟେ ଖାଇବାରେ ବ୍ୟସ୍ତ ଥିଲେ ଅତିଥି। ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ଏକ ମ୍ୟାରେଜ୍ ହଲ୍ରେ ଏହି ଘଟଣା ଘଟିଥିଲା।
ଚାଷୀଙ୍କ ମାସିକ ଆୟରେ ସାରା ଦେଶରେ ଓଡ଼ିଶା ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଅଛି। ଓଡ଼ିଶା ତଳକୁ କେବଳ ଝାଡ଼ଖଣ୍ଡ ରହିଛି।
୯ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ସେ କହିଛନ୍ତି, ‘ଯେତେବେଳେ ସ୍ତ୍ରୀ ରାସ୍ତାରେ ଧୂଳିମାଟିରେ ଶୋଉଛି, ଏପରିକି କୁକୁର ଆସି ପାଖରେ ଶୋଉଛି, ତାଙ୍କୁ(ସ୍ୱାମୀ) କ’ଣ ଏସବୁ ଦେଖିକି ଦୟା ଲାଗୁନି ? ଏସବୁ ଦେଖି ବାହାର ଲୋକଙ୍କ ଆଖିରୁ ଲୁହ ଆସି...
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପହଞ୍ଚିପାରେ ଲଘୁଚାପ କ୍ଷେତ୍ର। ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ଓଡ଼ିଶା...
ଟ୍ୱିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରୱାଲ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ବିବାଦ ଘେରକୁ ଆସିଛନ୍ତି। ପରାଗଙ୍କ ଏକ ପୁରୁଣା ଟ୍ୱିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ।
କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍କୁ କାବୁ କରିବାରେ ସଫଳ ହୋଇଥିଲା।
ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ ବୋଲି ଆଇଏମ୍ଡି ଡିଜି କହିଛନ୍ତି।
ବୁର୍ଲା ଭୀମସାର୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି।
୨୦୨୧ ମସିହା, ନଭେମ୍ବର ମାସ ୨୮ତାରିଖ, ରବିବାର, ବିଛା ୧୩ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ନବମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନର ଭୟ ଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇ ଜଣ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।
କରୋନା ଭାଇରସ୍ର ନୂଆ ଭ୍ୟାରିଏଣ୍ଟର ‘ଓମିକ୍ରନ୍’ ଚିହ୍ନଟ ପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।
ପଦବୀ ୬୦୦, କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ। ଶେଷରେ ଲାଠିମାଡ଼ ଖାଇଲେ। ଗୁଜରାଟରେ ଏଭଳି କିଛି ଘଟଣା ଘଟିଛି।
କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି।
ଆଉ ମାତ୍ର ଅଳ୍ପ କିଛି ଦିନ ପରେ ଚଳିତ ମାସ ଶେଷ ହେବାକୁ ଯାଉଛି। ଏହାସହ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ କିଛି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଡିସେମ୍ବର ୧ରୁ କିଛି ନିୟମରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।