ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଆଜି ଆହୁରି ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।
ଗାଡ଼ିର ସ୍ପିଡ୍ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍ ପଶି ଯାଇଥିଲା।
ଲଜ୍ରେ ଚଢ଼ାଉ କରିଥିବା ସ୍କ୍ୱାଡ୍ର ସବୁ ସଦସ୍ୟଙ୍କୁ ଏସ୍ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।
ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ପଚରାଉଚରା ବେଳେ ଭିଡିଓ ଭାଇରାଲ୍ କରିଥିବା ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଛାତ୍ରୀଙ୍କ ଭିଡିଓ କରୁଥିଲେ ଓ ଏହିସବୁ ଭିଡିଓକୁ ସେ ସିମ୍ଲାରେ ରହୁଥିବା ଯୁବକଙ୍କ ପାଖକୁ ପଠାଉଥିଲେ।
ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି।
ଜବତ ଟଙ୍କାଠାରୁ ଆହୁରି ଅଧିକ ଅର୍ଥାତ୍ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍ପି ସ୍ପଷ୍ଟ କରିଛନ୍ତି।
ଋଷ୍ ରାଷ୍ଟ୍ରପତି ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।
ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍ ରଞ୍ଜୁର ଘର ଭାଙ୍ଗିଛି।
୧୮ ଏବଂ ୧୯ ତାରିରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେ.ମି.) ହେବାକୁ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେ.ମି.) ହୋଇପାରେ।
Xiaomi 11i ସିରିଜ୍ ଡିଭାଇସେସ୍ ୧୮,୯୯୯ ଟଙ୍କାରେ ଉପଲ୍ଲବ୍ଧ ହୋଇଛି। ଏହି ମୂଲ୍ୟରେ ମିଳୁଥିବା ଫୋନ୍କୁ ଆପଣ ସେପ୍ଟେମ୍ବର ୨୩ରେ ଆରମ୍ଭ ହେବାକୁ ଥିବା ସେଲ୍ରେ କିଣିପାରିବେ।
ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ।
ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।
ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।
ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।