Advertisment

ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ: ‘ସସ୍‌ ବୋତଲର ବ୍ରାଣ୍ଡ୍ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌’

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fast food stalls raided in Cuttack

Fast food stalls raided in Cuttack

ଭୁବନେଶ୍ୱର ପରେ ଏବେ କଟକରେ ଫାଷ୍ଟଫୁଡ୍‌ ଓ ଷ୍ଟ୍ରିଟ୍‌ ଫୁଡ୍‌ ଦୋକାନ ଉପରେ ଚଢ଼ାଉ ହୋଇଛି। ଭୁବନେଶ୍ୱରରେ ବିଭିନ୍ନ ଦୋକାନରେ ଚଢ଼ାଉ କରି BMC(ଭୁବନେଶ୍ୱର ମହାନଗର ନିଗମ) ଏହାକୁ ସିଲ୍‌ କରିଛି। ତେବେ ଗତକାଲି ସନ୍ଧ୍ୟାରେ କଟକ ମହାନଗର ନିଗମ(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୋଳମୁଣ୍ଡାଇ ଠାରେ ଥିବା ବିଭିନ୍ନ ଫାଷ୍ଟଫୁଡ୍ ଓ ଷ୍ଟ୍ରିଟ୍ ଫୁଡ୍ ଦୋକାନ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା।

Advertisment

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ। ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ମଧ୍ୟ CMCର ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଯାଞ୍ଚ କରିଥିଲେ। 

କିଛି ଦୋକାନରୁ ବାସି ଖାଦ୍ୟ ଓ ଅତି ନିମ୍ନ ମାନର ସସ୍ ମିଳିବା ପରେ ସେସବୁ ସଙ୍ଗେ ସଙ୍ଗେ ଜବତ କରି ନଷ୍ଟ କରାଯାଇଥିଲା। ଏହାସହ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଯଥା ଶୀଘ୍ର CMCରୁ ଫୁଡ୍ ଲାଇସେନ୍ସ ନେବା ପାଇଁ କୁହାଯାଇଥିଲା। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି।

Advertisment

ଚଢ଼ାଉ ନେଇ ସିଏମ୍‌ସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ, ‘ସସ୍‌ ବୋତଲର ବ୍ରାଣ୍ଡେଡ୍‌ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌ ପଶିଛି। ଭାଗମାପ ନଜାଣି ଖାଦ୍ୟରେ ପୁଳା ପୁଳା ରଙ୍ଗ ମିଶାଇ ଦେଉଛନ୍ତି। ଫଳରେ ଖାଦ୍ୟ ସବୁ ଲାଲ୍‌ ଦିଶୁଛି। ହେଲେ ଶରୀର ପାଇଁ ଏହା ବହୁତ କ୍ଷତିକାରକ। 

Food Stall Raid CMC Raid
Advertisment
Advertisment