/odishatv-khabar/media/post_attachments/uploadimage/library/16_9/16_9_0/____1663387144.jpg)
Orientation Programme For Mahila Shishu Help Desk
ରାଜ୍ୟରେ ମହିଳା ଶିଶୁ ଡେସ୍କ ଠିକ୍ ରୂପେ କାମ କରୁଛି ତ ? ପୀଡିତାଙ୍କୁ ଅଯଥା ହଇରାଣ କରାଯାଉନାହିଁ ତ ? ଅନୋଚିତ ବ୍ୟବହାର ଏବଂ ତଦନ୍ତ ନାଁରେ ବିଳମ୍ବ କରାଯାଉନାହିଁ ତ ? ନ୍ୟାୟ ଦେବା ବଦଳରେ ଅଯଥା ପ୍ରଶ୍ନ କରି ହଇରାଣ କରାଯାଉନାହିଁ ତ ? ଭୁବନେଶ୍ୱର କମିଶନରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଏସବୁ ଉପରେ ଡିଜିପି ସୁନୀଲ ବଂଶଲ ଫୋକସ କରିଛନ୍ତି।
ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଆଗକୁ ଆଉ ୮ଟି ବ୍ୟାଚ୍ରେ ମହିଳା ଓ ଶିଶୁ ଡେସ୍କରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।
ବାଲେଶ୍ୱର, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଏଭଳି ଟ୍ରେନିଂ ଦେବାକୁ ପୋଲିସର ଯୋଜନା ରହିଛି। ପ୍ରଶିକ୍ଷଣ ଶିବିରରେ ଡିଜିପି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପ୍ରମୁଖ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)